Home News in Odia ସତସଙ୍ଗ କେନ୍ଦ୍ର ସମ୍ପ୍ରସାରଣ ଜରୁରୀ

ସତସଙ୍ଗ କେନ୍ଦ୍ର ସମ୍ପ୍ରସାରଣ ଜରୁରୀ

ବଡମ୍ବା : ଆଠଗଡ ସବ୍ ଡିଭିଜନ ଅନ୍ତର୍ଗତ ବଡମ୍ବା ସତସଙ୍ଗ କେନ୍ଦ୍ର ସର୍ବ ପ୍ରଥମ ଏହି ସବ୍ ଡିଭିଜନ ରେ ୧୯୭୦, ୧୯୮୦ମସିହା ଠାରୁ କତିପୟ ଗୁରୁ ଭାଈ ମାନଂକ ଦ୍ବାରା ପରି ଚଳିତ ହୋଇ ଆସୁଛି । ଦକ୍ଷିଣ ପାଶ୍ୱର୍ରେ ମହାନଦୀ ଏବଂ ଉତ୍ତର ପାର୍ଶ୍ୱରେ ଜଙ୍ଗଲ ପାହାଡ ଏହି କେନ୍ଦ୍ର ବହୁ ମନୋରମ ପରିବେଶ ରେ ଅବସ୍ଥିତ । ପ୍ରସିଦ୍ଧ T ସେତୁ ଉଦ୍ଘାଟନ ପରେ ଏହାର ଯୋଗା ଯୋଗ ପ୍ରାୟ ତିନି ଗୋଟି ଜିଲ୍ଳାର ଗୁରୁ ଭାଈ ମାନଙକପାଇଁ ଏହା ଯୋଗା ଯୋଗ ରେ ଏବଂ ଇଷ୍ଟ ପ୍ରତିଷ୍ଠା ପାଇଁ ବହୁ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ଏହି ସତସଙ୍ଗ କେନ୍ଦ୍ର କୁ ସମ୍ପ୍ରସାରଣ ଜରୁରୀ ହୋଇ ପଡ଼ିଛି।

ସ୍ଥାନୀୟ ସହ ପ୍ରତି ରିତ୍ୱିକା ଶ୍ରୀ ପଦ୍ମନାଭ ମହାନ୍ତି, ଅଧ୍ୟକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଏଥିରେ ଶ୍ରୀ ସୀତାରାମ ଚୌଧୁରୀ, ରମେଶ ଚଂଦ୍ର ମହାନ୍ତି, ପ୍ରଶାନ୍ତ କୁମାର ରଣା, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପଞ୍ଚାନନ ମହାନ୍ତି, ଏଵଂ ସ୍ଥାନୀୟ ଗୁରୁଭ୍ରାତା, ଶ୍ରୀ ବୈଦ୍ୟ ନାଥ ପଟ୍ଟନାୟକ, ବିଶ୍ଵନାଥ ପଟ୍ଟନାୟକ, ଦେବେନ୍ଦ୍ର ନାଥ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଭଗବାନ ନାୟକ, ବଂଶୀଧର ସାହୁ, ମହେଶ୍ୱର ସାହୁ, ଶ୍ରୀମତୀ ରଙ୍କୁବଲା ଦେଈ ପ୍ରମୁଖ ପୂର୍ବରୁ ଗୁରୁ ପରିବାର ର ଆଦେଶ ଗସ୍ତ ନେଇ ଆଲୋଚନା କରନ୍ତି।

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଭାବଧାରା ପ୍ରଚାରରେ, ପ୍ରସାର ନିମନ୍ତେ ସମସ୍ତ ଭାଈ ଏଵଂ ମାଆ ମାନେ ଚେଷ୍ଟିତ ବୋଲି ଆଲୋଚନା କରିଥଲେ ।ସାନ୍ଧ୍ୟ ବିନତି ସମୟ ରେ ସହ ପ୍ରତି ଋତିକ ଶ୍ରୀ କୃପା ନିଧି ବିଶ୍ବାଳ,ସତସଙ୍ଗ କର୍ମୀ ଶ୍ରୀ ସୁଶାନ୍ତ ବେହେରା, ଶ୍ରୀ ଶରତ କୁମାର ରାଉତ, ଏଵଂ ସ୍ଥାନୀୟ ସମାଜ ସେବୀ ଶ୍ରୀ ମତୀ ଗୀତାଞ୍ଜଳୀ ବିଶ୍ବାଳ ଯୋଗଦାନ୍ କରି ବିନତୀ, ଗ୍ରନ୍ଥ ପାଠ ରେ, ଏଵଂ ଆଲୋଚନା ଚକ୍ର ରେ ଯୋଗଦାନ କରିଥିଲେ।

ଦୀର୍ଘ ଦୁଇ ବର୍ଷ ଧରି ଏହି କେନ୍ଦ୍ର ମାଧ୍ୟମରେ ୱେବ୍ ସତସଙ୍ଗ ରେ ଦେଶ ବିଦେଶ ରୁ ବହୁ ଭକ୍ତ, ଆଲୋଚକ,କଳାକାର, ଯୋଗ ଦାନ କରି ବଡ଼ମ୍ବା କୁ ବିଶ୍ଵ ରେ ପରିଚିତ କରିବାରେ ସାହାଯ୍ୟ କରିଥାଏ । ଆଜ ଦିନ ୱେବ୍ ସତସଙ୍ଗ କୁ ସ୍ଥାନୀୟ କର୍ମୀ ତଥା କଟକ ଜିଲ୍ଲା ଅନ୍ତର୍ଗତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୁଳମଣି ବାରିକ ପରି ଚାଳନା କରନ୍ତି।

ଶ୍ରୀ ବ୍ରଜ କିଶୋର ସାମଲ, କୃଷ୍ଣ ଚନ୍ଦ୍ର ସାହୁ, କରୁଣା କର ସ୍ବାଇଁ, ମିନାକ୍ଷୀ ବାରିକ, ଖ୍ରୀଷ୍ଟାବ୍ଦ ନାୟକ, ନରହରି ସ୍ବାଇଁ, ପ୍ରଶାନ୍ତ କୁମାର ରଣା ପ୍ରମୁଖ ବାଣୀ ପାଠ, କୀର୍ତନ ଭଜନ ଜଣାଣ ପରିବେଷଣ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି।

ଏହି ଭାବ ମୟ ପରିବେଶ କୁ ସହ ପ୍ରତି ଋତ୍ୱିକ ତଥା ଆୟକର ବିଭାଗର ଯୁଗ୍ମ କମିଶନର, ଶ୍ରୀ ଅରୁଣ କୁମାର ଦାସ, ମୂଖ୍ୟ ଆଲୋଚକ ହିସାବରେ ଯୋଗ ଦେଇ, ଇଷ୍ଟ ପ୍ରତିଷ୍ଠା, ଇଷ୍ଟ ସ୍ବାର୍ଥ ପ୍ରତିଷ୍ଠା, ବ୍ୟକ୍ତି ଗତ ତ୍ୟାଗ, କର ହୁଅ, ପାଅ, ଏଵଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପ୍ରତି ବିଶ୍ଵାସ, ଭଳ ପାଇବା ଏଵଂ ପାର୍ଶ୍ଵ ବର୍ତ୍ତି ଜମି ଅଧିଗ୍ରହଣ କରିବାକୁ ନିବେଦନ କରିଥିଲେ।

ଶ୍ରୀ କୃପା ନିଧି ବିଶ୍ବାଳ ସେହି ସତସଙ୍ଗ ରେ ଉପସ୍ଥିତ ସମସ୍ତଙ୍କୁ ଏହି ଜମି ଅଧିଗ୍ରହଣ କରିବାକୁ ନିବେଦନ କରିଥିଲେ। ସ୍ୱତ ସ୍ଵେଚ୍ଛ ଭାବ ରେ କିଛି ମାଆ ଏଵଂ ଭାଈ ମାନେ ତତକ୍ଷଣାତ୍ କିଛି ଅର୍ଘ୍ୟ ସୀତାରାମ ଚୌଧୁରୀ ଙ୍କ ସ୍ୱାହସ୍ତରେ ଅର୍ପଣ କରନ୍ତି।

ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ, ଦେଓଘର୍ ସହିତ ଯୋଗାଯୋଗ କରି, ଗୁରୁ ପରିବାର, ର ଆଦେଶ କୁ କାର୍ଯ କରିବା ପାଇଁ ସତସଙ୍ଗ ସହ ସଚିବ ତଥା ପ୍ରତି ଋତିକ୍ ଡକ୍ଟର ବିନାୟକ ମହାପାତ୍ର, ତଥା ସହ ପ୍ରତି ରୁତିକ ଶ୍ରୀ ଶ୍ରୀଧର ସୁନ୍ଦର ମିଶ୍ର ମହୋଦୟ ଙ୍କ ସହିତ ଯୋଗା ଯୋଗ କରି, ବିଧୀ ମୁତାବକ ଏହି କାମକୁ ଆଗେଇ ନେବାକୁ ବହୁ କର୍ମୀ ଗୁରୁଭାଇଙ୍କ ସହ ଯୋଗ ରେ ଭବିଷ୍ୟତ ପାଇଁ ଯୋଜନା କରିବା ପାଇଁ ଶ୍ରୀ ବିଶ୍ବାଳ ନିବେଦନ କରିଥିଲେ। ଶ୍ରୀ ଶ୍ରୀ ପୁରୁଷୋତ୍ତମ ଙ୍କ ଧ୍ଵନୀ ସହିତ, ପରିବେଶ କୁ ସୁରକ୍ଷା, ସମସ୍ତ ନକ ମଙ୍ଗଳ କାମନା କରି ସତସଙ୍ଗ ସମାପ୍ତ ହୋଇଥିଲ । ସମସ୍ତେ ଆନନ୍ଦ ରେ ଶ୍ରୀ ଶ୍ରୀ ଠାକୁର ଙ୍କ ପ୍ରସାଦ ଗ୍ରହଣ କରି ୱେବ୍ ସତସଙ୍ଗ ତଥା କେନ୍ଦ୍ର ରେ ଉପସ୍ଥିତ ଭାଈ, ମାଆ ମାନେ ସତସଙ୍ଗ ସମାପ୍ତ ଘୋଷଣା କରି ଥିଲେ