Home News in Odia ଶ୍ରେଷ୍ଠ ସାଂସଦ ଅପରାଜିତା

ଶ୍ରେଷ୍ଠ ସାଂସଦ ଅପରାଜିତା

ଭୁବନେଶ୍ୱର : ଜଣେ ପାରଦର୍ଶୀ ବକ୍ତା ତଥା ଦୂରଦୃଷ୍ଟି ସମ୍ପନ୍ନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ୨୦୨୦ ବର୍ଷ ପାଇଁ ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ କରାଯାଇଛି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ଶ୍ରୀମତୀ ଷଡଙ୍ଗୀଙ୍କୁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି ।

ଏହି ସର୍ଭେରେ ୨୫ ସଦସ୍ୟଙ୍କୁ ଚୟନ କରାଯାଇଛି । ପୂର୍ବତନ ଆଇଏଏସ୍‍ ଅଫିସର ଶ୍ରୀମତୀ ଷଡ଼ଙ୍ଗୀ ସଂସଦରେ ନିଜର ଦକ୍ଷତା ପ୍ରତିପାଦନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଯାହା ତାଙ୍କୁ ଶ୍ରେଷ୍ଠ ସାଂସଦମାନଙ୍କ ମଧ୍ୟରୁ ଜଣେ ବୋଲି ବଛାଯାଇଛି ।

ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ଷଡଙ୍ଗୀ ଲୋକସଭାରେ ସାଧାରଣଲୋକଙ୍କ ପ୍ରସଙ୍ଗ ଉଠାଇଛନ୍ତି । ସାଧାରଣ ବଜେଟ୍‍ ଆଲୋଚନା, ଟ୍ରିପଲ ତଲାକ ବିଲ, ଟ୍ରାନ୍ସଜେଣ୍ଡର ବିଲ, କୃଷି ବିଲ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସେ ଅଗ୍ରଭାଗରେ ଅଛନ୍ତି ।

ଶ୍ରୀମତୀଙ୍କ ଦକ୍ଷତାକୁ ଦେଖି ବିଜେପି ତାଙ୍କୁ ଦଳର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିବାର ସୁଯୋଗକୁ ହାତଛଡ଼ା କରିନାହିଁ । କେବଳ ସଂସଦରେ ନୁହେଁ ରାଜ୍ୟ ରାଜଧାନୀ ଯାହାକି ତାଙ୍କର ସଂସଦୀୟ ନିର୍ବାଚନମଣ୍ଡଳୀରେ ଆସୁଛି ସେଠାରେ ଡ୍ରେନେଜ୍‍ ବ୍ୟବସ୍ଥାର ଉନ୍ନତି ହେଉ କିମ୍ବା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେଉ, ସେ ଆଗରେ ରହିଛନ୍ତି ବୋଲି ଫେମ୍‍ ଇଣ୍ଡିଆ ସର୍ଭେ ଦଳର ଜଣେ ସଦସ୍ୟ ଦର୍ଶାଇଛନ୍ତି ।
ଲୋକଙ୍କ ସମସ୍ୟା ତଥା ତାଙ୍କର ଦଳଗତ ପ୍ରଦର୍ଶନ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି ।

ଧୀରେ ଧୀରେ ଏବଂ ସ୍ଥିର ଭାବରେ ସେ ବିଜେପିରେ ନିଜର ନେତୃତ୍ୱ ପ୍ରତିଷ୍ଠା କରୁଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଜଣେ ରାଜନୈତିକ ବିଶ୍ଳେଷକ ଦର୍ଶାଇଛନ୍ତି ଯେ ୨୦୨୧ ତାଙ୍କୁ ଉଭୟ ରାଜ୍ୟ ତଥା ଜାତୀୟ ସ୍ତରରେ ଏକ ବଡ଼ ସ୍ଥାନ ଆଣିଦେବ ।

ଉଲ୍ଲେଖନୀୟ ଯେ ୫୧ ବର୍ଷୀୟା ଶ୍ରୀମତୀ ଷଡ଼ଙ୍ଗୀ ୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ । ସେ ଭାରତୀୟ ପ୍ରଶାସନିକ ସେବା ଛାଡ଼ି ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ଲଢି ଭୁବନେଶ୍ୱର ଆସନରୁ ବିଜେପି ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି । ସର୍ବଶ୍ରେଷ୍ଠ ସାଂସଦ ଭାବେ ତାଙ୍କର ନାମ ଘୋଷଣା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here