Home General ଶାସକ ଓ ବିରୋଧିଙ୍କ ହଟଗୋଳ

ଶାସକ ଓ ବିରୋଧିଙ୍କ ହଟଗୋଳ

ଭୁବନେଶ୍ୱର : ଶାସକ ବିଜେଡି ସଦସ୍ୟମାନଙ୍କ ଗୃହରେ ପୋଷ୍ଟର ପ୍ରଦର୍ଶନ ସ୍ଲୋଗାନ ସହିତ ବିରୋଧି ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ଗୃହ ମଧ୍ୟରେ ହଟଗୋଳ ଯୋଗୁଁ ଆଜି ବିଧାନସଭାରେ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ ବ୍ୟତିତ କୌଣସି କାର୍ଯ୍ୟ ହୋଇପାରି ନାହିଁ ।

ଆଜି ଶୂନ୍ୟକାଳ ଆରମ୍ଭ ମାତ୍ରେ ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ ନିଜର ବକ୍ତବ୍ୟ ରଖୁଥିବାବେଳେ ଶାସକ ବିଜେଡି ଦଳର ସଦସ୍ୟମାନେ ହାତରେ ପୋଷ୍ଟର ଧରି ଗୃହରେ ପ୍ରଦର୍ଶନ କରିବା ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା ନେଇ ଧ୍ୱନିମାନ ଦେଇଥିଲେ ।

ବିଜେଡି ସଦସ୍ୟମାନେ ହାତରେ ଧରିଥିବା ପୋଷ୍ଟରରେ ପିଏମଏୱାଇ ଯୋଜନାରେ େ୨୦୨୨ ସୁଦ୍ଧା ଘର ଦେବାକୁ କହି ଠକିଦେଲ ଲେଖାଥିବା ଦେଖିବାକୁ ମିଳିଥିଲା । ଶାସକଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛିଡାହୋଇ ଦେଖାଇବା ସହିତ କେନ୍ଦ୍ର ବିରୋଧି ଧ୍ୱନିମାନ ଦେଥିଲେ ।

ଶାସକଦଳ ସଦସ୍ୟମାନେ ହଟଗୋଳ କରୁଥିବା ସମୟରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହଟଗୋଳ କରିଥିଲେ । ତିନି ଦଳ ସଦସ୍ୟଙ୍କ ହୋ ହଲ୍ଲା ମଧ୍ୟରେ ବିରୋଧିଦଳ ନେତା ଶ୍ରୀ ମିଶ୍ର କ’ଣ କହୁଥିଲେ ତାହା ଶୁଣାଯାଉନଥିଲା । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ କହିବାକୁ ଅନୁମତି ଦେଇଥିଲେ । ହେଲେ ଶ୍ରୀ ମିଶ୍ର ହଟଗୋଳ ମଧ୍ୟରେ ତାଙ୍କର ବକ୍ତବ୍ୟ ରଖୁଥିବାବେଳେ ତାହା ବି ଶୁଣାଯାଉ ନଥିଲା ।

ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଶାସକ ଓ ବିରୋଧି ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ଗୃହରେ ହଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।