Home News in Odia ମଇ ୧୫ଯାଏ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ମଇ ୧୫ଯାଏ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ : କରୋନା ସଂକ୍ରମଣ ଦୃଷ୍ଟିରୁ ମଇ ୧୫ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଜାରିକରାଯାଇଛି । ଆଜି ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେବାୟତ ଓ ସେମାନଙ୍କ ପରିବାରର ସୁରକ୍ଷାପାଇଁ ଏଭଳି ନିଷ୍ପତ୍ତି ହୋଇଛି ।

ଛତିଶାନିଯୋଗ ବୈଠକରେ ସଂକ୍ରମଣ ଦୃଷ୍ଟିରୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇବାକୁ ବହୁମତି ପ୍ରକାଶ ପାଇଥିଲା । ତେବେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ପୂର୍ବଭଳି ଜାରି ରହିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସଂକ୍ରମଣକୁ ପ୍ରତିହତ କରିବାପାଇଁ ପୂର୍ବରୁ ଶ୍ରୀମନ୍ଦିରକୁ ଶନିବାର ଓ ରବିବାର ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା ।

ତେବେ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ନିୟମିତ କୋଭିଡ ଯାଞ୍ଚ କରାଯିବ । ଯେଉଁମାନଙ୍କର ପଜିଟିଭ ଚିହ୍ନଟ ହେବ ସେମାନଙ୍କ ନୀଳାଚଳ ଭକ୍ତ ନିବାସରେ ରଖିବାପାଇଁ ସ୍ଥିର ହୋଇଛି ।
ସେହିଭଳି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ବନ୍ଦ ରହିଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here