Home Education ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସୁବିଧା

ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସୁବିଧା

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ପରୀକ୍ଷାର୍ଥୀ କିଭଳି ଏହି ସୁବିଧାସୁଯୋଗ ପାଇପାରିବେ, ସେଥି ପାଇଁ ବିହିତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ।

ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ସୁବିଧାଗୁଡିକ ଯଥା: ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ, ଯଥା ସମ୍ଭବ ତଳ ମହଲାରେ ପରୀକ୍ଷା ସ୍ଥାନର ବ୍ୟବସ୍ଥା, ଶ୍ରବଣ ବାଧିତଙ୍କ ନିମନ୍ତେ ଦ୍ୱିତୀୟ ଭାଷା SEP ଓ ତୃତୀୟ ଭାଷା ଭାବେ Visual Art ଚୟନ କରିବାର ବିକଳ୍ପ ବ୍ୟବସ୍ଥା, ତଥା ଶତକଡା ୫୦ ଭାଗ ପର୍ଯ୍ୟନ୍ତ ଶ୍ରେଣୀ ଉପସ୍ଥାନରେ କୋହଳ । ଦ୍ୱାଦଶ ଶ୍ରେଣୀର ସମସ୍ତ ବର୍ଗର ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପରୋକ୍ତ ସୁବିଧା ସହ ପରୀକ୍ଷା ଫିସରେ କୋହଳ ଏବଂ ଶ୍ରବଣ ବାଧିତ ପରୀକ୍ଷାର୍ଥୀଙ୍କ ନିମନ୍ତେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରାଯାଇଛି ।

ଦଶମ ପରୀକ୍ଷାର୍ଥୀମାନେ ବୋର୍ଡ େୱବ୍‌ସାଇଟ୍‌ www.bseodisha.ac.in ଏବଂ ଦ୍ୱାଦଶ ପରୀକ୍ଷାର୍ଥୀମାନେ www.chseodisha.nic.in ରେ ଲଗ୍‌ଇନ୍‌ କରି ଅଧିକ ବିବରଣୀ ହାସଲ କରିପାରିବେ । ଏହି ପରିପ୍ରେକ୍ଷୀରେ ଓସେପା ଦ୍ୱାରା ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଙ୍କ ତରଫରୁ ପ୍ରଦତ୍ତ ରିହାତି/ସୁବିଧା ସମ୍ପର୍କିତ ଏକ ସୂଚନା ପୁସ୍ତିକାକୁ ପ୍ରମୁଖ ଶାସନ ସଚିବ ଉନ୍ମୋଚନ କରିଥିଲେ ।

ଆଜିର ବୈଠକରେ ଅନୁପମ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ସଭାପତି ଏବଂ ସମ୍ପାଦକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତଥା ଉପାଧ୍ୟକ୍ଷ ଏବଂ ଉପ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ ।