Home News in Odia ବୋଲବମ ଉପରେ କଟକଣା

ବୋଲବମ ଉପରେ କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବୋଲବମ ଉପରେ କଟକଣା ଲଗାଇଛନ୍ତି । ରାସ୍ତାରେ ବୋଲବମ ଭକ୍ତଙ୍କ ଯାତାୟତକୁ ବାରଣ କରାଯାଇଥିବାବେଳେ କୌଣସି ଶୈବପୀଠ କିମ୍ବା ଦେବାଳୟରେ ମଧ୍ୟ ଏମାନଙ୍କ ପାଣି ଢାଳିବା ଉପରେ କଟକଣା ଲଗାଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ ଜାରି ହୋଇଥିବାବେଳେ କରୋନା କଟକଣା ଆସନ୍ତା ୧୬ ତାରିଖରେ ସରିବାକୁ ଯାଉଥିବାବେଳେ ଏହା ପରେ ପରେ ଶ୍ରାବଣ ମାସରେ ବୋଲବମ ଯାତ୍ରା ଆରମ୍ଭ ହୋଇଥାନ୍ତା । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବାରଣ କରାଯାଇଛି ।

ଶ୍ରାବଣମାସରେ ସାଧାରଣତଃ ସହର ଠାରୁ ଗାଁ ପର୍ଯ୍ୟନ୍ତ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତ ବା କାଉଡିଆମାନେ ହଜାର ହଜାର ସଂଖ୍ୟାରେ ମେଳି ହୋଇ ଯାଇ ମହାଦେବଙ୍କୁ ଜଳଲାଗି କରିଥାନ୍ତି । ବିଭିନ୍ନ ନଦୀ ପଠାରୁ ଆରମ୍ଭକରି କରି ମନ୍ଦିର ପର୍ଯ୍ୟନ୍ତ ଏକ ପ୍ରକାର ଯାତ୍ରା ଭଳି ଅବସ୍ଥା ସୃଷ୍ଟି ହୋଇଥାଏ । ଦିନ ଦିନ ଧରି କାଉଡିଆମାନେ ମନ୍ଦିର ସମ୍ମୁଖରେ ଠେଲା ପେଲା ହୋଇଥାନ୍ତି ।

ଏଥିଯୋଗୁଁ ଥମି ଆସୁଥିବା କରୋନା ସଂକ୍ରମଣ ପୁଣି ଲେଉଟିବାର ଆଶଙ୍କା କରି ପ୍ରଶାସନ ଏଭଳି କଟକଣା ଲଗାଇଛନ୍ତି । ଗତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି ହୋଇଥିଲା ।

LEAVE A REPLY

Please enter your comment!
Please enter your name here