Home Agriculture ବିହନ ନିଗମ ନିର୍ଦ୍ଦେଶକ ଭାବେ ଅଶୋକ ବରାଳ ବିଜୟୀ

ବିହନ ନିଗମ ନିର୍ଦ୍ଦେଶକ ଭାବେ ଅଶୋକ ବରାଳ ବିଜୟୀ

ଭୁବନେଶ୍ୱର : ଓଡିଶା ରାଜ୍ୟ ବିହନ ନିଗମରେ ବିହନ ଚାଷୀଙ୍କ ପ୍ରତିନିଧି ଭାବେ ଯୁବ ଚାଷୀ ଅଶୋକ କୁମାର ବରାଳ ନିର୍ବାଚିତ ହୋଇଛନ୍ତି । ସମଗ୍ର ରାଜ୍ୟର ବିହନ ଉତ୍ପାଦନକାରୀମାନେ ତାଙ୍କୁ ୩ଲକ୍ଷ ୯୮ହଜାରରୁ ଅଧିକ ଭୋଟରେ ନିର୍ଦ୍ଦେଶକ ଭାବେ ଜିଣାଇଛନ୍ତି ।

ନିଗମ ସହ ଅନୁବନ୍ଧିତ ହୋଇ ବିହନ ଉତ୍ପାଦନ କରୁଥିବା ଚାଷୀ ଓ ଅଂଶୀଦାରଙ୍କ ପକ୍ଷରୁ ନିଗମ ପାଇଁ ଜଣେ ନିର୍ଦ୍ଦେଶକ ନିର୍ବାଚିତ ହୋଇଥାନ୍ତି । ଏଥିପାଇଁ ରାଜ୍ୟର ୧୨ଟି ଜିଲ୍ଲାରେ ମତଦାନ ହୋଇଥିଲା । ଚଳିତବର୍ଷ ମଧ୍ୟ ଏଥିପାଇଁ ପୁରୀ ଜିଲ୍ଲାର ଶ୍ରୀ ବରାଳ ଓ ବୌଦ ଜିଲ୍ଲାର ଭୋଳାଗିରି ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା ।

ତେବେ ଶ୍ରୀ ବରାଳ ବିପୁଳ ଭୋଟ ଅର୍ଥାତ୍‍ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିଙ୍କ ଠାରୁ ୩,୯୮,୧୦୦ ଖଣ୍ଡ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ଓଡିଶା ରାଜ୍ୟ ବିହନ ନିଗମ ପକ୍ଷରୁ ବିଧିବଦ୍ଧ ଭାବେ ଶ୍ରୀ ବରାଳଙ୍କ ନାମ ବିଜୟୀ ଭାବେ ଘୋଷଣା କରାଯାଇଛି । ଶ୍ରୀ ବରାଳ ପୁରୀ ଜିଲ୍ଲାର ଜଣେ ଅଗ୍ରଣୀ ବିହନ ଚାଷୀ ସହିତ ରାଜ୍ୟ ସ୍ତରର ଜଣେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଭାବେ କାର୍ଯ୍ୟରତ ।

ଶ୍ରୀ ବରାଳ ପୂର୍ବରୁ ବିହନ ନିଗମରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ତାଙ୍କ ସମୟରେ ବିହନ ଚାଷୀମାନେ ଠିକଣା ସମୟରେ ସେମାନଙ୍କ ପ୍ରାପ୍ୟ ପାଇବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନ ଭିତ୍ତିକ ଯୋଜନାରେ ଉପକୃତ ହୋଇଥିବା ନେଇ ମତ ଦେଇଛନ୍ତି ।