Home General ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର : ବିଜେପି ବିଧାୟକଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ୬୧ ବର୍ଷ ବୟସ ହୋଇଥିଲା ।

ଶ୍ରୀ ସେଠୀ ଯକୃତ ଜନିତ ରୋଗରେ ପୀଡିତ ହୋଇ କିଛି ହେଲା ଭୁବନେଶ୍ୱର ଏମ୍‍ସରେ ଚିକିତ୍ସିତ ହେଉଥିଲେ । ଏଥି ସହିତ ତାଙ୍କର ମଧୁମେଧ ମଧ୍ୟ ଥିଲା ।

ଶ୍ରୀ ସେଠୀ ପୂର୍ବରୁ ୨୦୦୦ ମସିହାରେ ଚାନ୍ଦବାଲି ବିଧାନସଭା କ୍ଷେତ୍ର ଓ ୨୦୧୯ରେ ଧାମନଗର ସଂରକ୍ଷିତ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଏକାଧାରାରେ ଜଣେ ରାଜନେତା ଓ ସୁସାହିତ୍ୟିକ ଥିଲେ । ବିଧାନସଭାରେ ଶ୍ରୀ ସେଠୀଙ୍କର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ।

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନିର୍ବାଚନମଣ୍ଡଳୀ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।