Home News in Odia ବିଜେପିର ବିଧାୟକ ପ୍ରାର୍ଥୀ ବିଜେଡିରେ ମିଶିଲେ

ବିଜେପିର ବିଧାୟକ ପ୍ରାର୍ଥୀ ବିଜେଡିରେ ମିଶିଲେ

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପରିଡା (ତୁଷାର) ବିଧିବଦ୍ଧ ଭାବେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ, ଆଳିର ମାନ୍ୟବର ବିଧାୟକ ପ୍ରତାପ କେଶରୀ ଦେବ, ବିଜେଡି ରାଜ୍ୟ ସାଧାରଣ ସଂପାଦକ ତଥା ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ କୋରେଇ ବିଧାୟକ ଅଶୋକ କୁମାର ବଳଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶତାଧିକ ବିଜେପି କର୍ମକର୍ତା ବିଜେଡିରେ ଯୋଗଦେଇଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଥିବା ବିଜେପି କର୍ମକର୍ତାଙ୍କ ମଧ୍ୟରେ ଚୌତନ୍ୟ ସାମଲ, ଯାଜପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି, ମହେନ୍ଦ୍ର କୁମାର ପଣ୍ଡା, ଉପସଭାପତି, ଭାରତୀୟ ଜନତା ପାର୍ଟି, ଯାଜପୁ. ମୋନାଲିଶା ଦାଶ, ସମ୍ପାଦକ, ଭାରତୀୟ ଜନତା ପାର୍ଟି, ଯାଜପୁର, ବିଜୟ କୁମାର ନାୟକ, ମଣ୍ଡଳ ସଭାପତି, କବାଟବନ୍ଧ ଓ ଜେନାପୁର ମଣ୍ଡଳ ସଭାପତି ନିରଞ୍ଜନ ବେହେରା ପ୍ରମୁଖ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here