Home General ବର୍ଜ୍ୟ ପରିଚାଳନା ଅର୍ଥ ଅନ୍ୟ ବାଟେ ଖର୍ଚ୍ଚ

ବର୍ଜ୍ୟ ପରିଚାଳନା ଅର୍ଥ ଅନ୍ୟ ବାଟେ ଖର୍ଚ୍ଚ

ଭୁବନେଶ୍ୱର : ରାଜଧାନୀରୁ ବାହାରୁଥିବା ବର୍ଜ୍ୟରୁ ଇନ୍ଧନ ପ୍ରସ୍ତୁତ କରିବା ଏବଂ ବର୍ଜ୍ୟଜଳକୁ ପରିଷ୍କାର କରିବାପାଇଁ ଦିଆଯାଇଥିବା ଅର୍ଥକୁ ଭୁବନେଶ୍ୱର ମହାନଗର ନିଗମ ଅନ୍ୟବାଟେ ଖର୍ଚ୍ଚ କରିଦେଇଛି । ଏଥିଯୋଗୁଁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରି ନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ଜ୍ୟବସ୍ତୁରୁ ଶକ୍ତି ଓ ଇନ୍ଧନ, ଖତ ପ୍ରସ୍ତୁତି, ବର୍ଜ୍ୟଜଳକୁ ବିଶୋଧନ ଏବଂ ନିର୍ମାଣ ସାମଗ୍ରୀର ଭଗ୍ନାବଶେଷକୁ କାମରେ ଲଗାଇବାପାଇଁ ବିଏମ୍‍ସିକୁ ଦୁଇ ପର୍ଯ୍ୟାୟରେ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅର୍ଥ ବିଏମ୍‍ସିକୁ ୨୦୧୭ ଓ ୨୦୧୮ ମସିହାରେ ମିଳିଥିଲା ।

ବିଏମ୍‍ସି କର୍ତ୍ତୃପକ୍ଷ ଯେଉଁ ଉଦ୍ଦେଶ୍ୟରେ ଅର୍ଥ ପାଇଥିଲେ ତାହା ନକରି ସେଥିରେ ଖନନ ଯନ୍ତ୍ର, ପାଣିଟାଙ୍କି, ଯାନବାହାନ, ମିନିଟ୍ରକ, କଠିନ ବର୍ଜ୍ୟବସ୍ତୁ ପରିବହନ, ବ୍ଲିଚିଂ ପାଉଡର ଯେ।।ଗଣ ସହିତ ଡଷ୍ଟବିନ୍‍ ଆଦି ଖରିଦ ଦେଇଥିଲେ । ଏ ବାବଦରେ ୨୫ କୋଟି ଟଙ୍କାର ବିନିଯୋଗପତ୍ର ମଧ୍ୟ ଦାଖଲ କରିଥିଲେ । ତେବେ ମିଶନ ସମାପ୍ତ ହେବାପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଦ୍ୱାରା କୌଣସି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ ।

ବୋଧହୁଏ ଭୁବନେଶ୍ୱର ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ଅଭାବନୀୟ ମନୋଭାବ ପ୍ରମାଣ କଲା ଯେ ସ୍ୱଚ୍ଛ ସହର ଏବଂ ସ୍ଥାୟୀ ଲକ୍ଷ୍ୟ ହାସଲ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ ନକରି ଅଧିକ ଅର୍ଥ ପାଇବା ହେଉଛି ଏଥିପାଇଁ ଗଠନ ଏସ୍‍ପିଭିର ଲକ୍ଷ୍ୟ । ତେବେ ସରକାର ଦର୍ଶାଇଥିଲେ ଯେ ଅଡିଟ୍‍ର ବିରୋଧ ଯୋଗୁଁ ଅର୍ଥ ଅଧିକାରୀ ଦାଖଲ କରିବା ବିନିଯୋଗ ସାର୍ଟିଫିକେଟକୁ ବିଚାର କରାଗଲା ନାହିଁ ଏବଂ ବିଏମ୍‍ସି ପାଣ୍ଠିର ଉପଯୋଗ ଲାଗି ସ୍ମାର୍ଟ ସିଟି ସହ ଏକ ଚୁକ୍ତି କଲା । ଯେହେତୁ ବିଏମ୍‍ସିକୁ ବର୍ଜ୍ୟ ପରିଚାଳନା ପାଇଁ ଦିଆଯାଇଥିବା ଅର୍ଥକୁ ଅନ୍ୟତ୍ର ବ୍ୟବହାର ହୋଇଥିଲା ତେଣୁ ସରକାରଙ୍କ ଏଭଳି ଯୁକ୍ତିକୁ ସିଏଜି ଗ୍ରହଣ କରିନାହାନ୍ତି ।

ସିଏଜି ଦର୍ଶାଇଛନ୍ତି ଯେ କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ସ୍ୱଚ୍ଛତା, ପରିମଳ, ଆବର୍ଜନାମୁକ୍ତ ସହର ଇତ୍ୟାଦି ଅଧିନରେ ସ୍ମାର୍ଟସିଟି ମାନଙ୍କର ଏକ ବାର୍ଷିକ ମୂଲ୍ୟାଙ୍କନ ହୋଇଥାଏ । ସହରାଞ୍ଚଳର ଆହ୍ୱାନ ସମାଧନା ତଥା ନାଗରିକମାନଙ୍କ ଜୀବନରେ ଉନ୍ନତି ଆଣିବାପାଇଁ ବ୍ୟବହୃତ ଜ୍ଞାନକୌଶଳ ଆଧାରରେ ୨୦୧୬ରେ ଭୁବନେଶ୍ୱର ସ୍ମାର୍ଟସିଟି ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଥିଲା । ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେ ଅନୁଯାୟୀ ଭୁବନେଶ୍ୱର ସେହିବର୍ଷ ୨୪ତମ ସ୍ଥାନରେ ଥିଲା । ତେବେ ୨୦୧୯ରେ ଏହା ୨୭୪ତମ ସ୍ଥାନକୁ ଖସି ଆସିଥିଲା । ୨୦୨୧ରେ ଏହା ୧୪୪ ତମ ସ୍ଥାନକୁ ଉଠିଥିଲା ।

ସେହିଭଳି ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୫-୧୬ ବର୍ଷରେ ସ୍ମାର୍ଟସିଟିରୁ ୫୭୬ ମେଟ୍ରିକ ଟନ୍‍ କଠିନ ବର୍ଜ୍ୟବସ୍ତୁ ବାହାରୁଥିବାବେଳେ ୨୦୧୯-୨୦ରେ ଏହା ୬୪୦ ଟନ୍‍ରେ ପହଞ୍ଚିଛି । ସେହିଭଳି ଉତ୍ପାଦିତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିମାଣ ଏହି ସମୟ ମଧ୍ୟରେ ୮୫ ଟନ୍‍ରୁ ୧୭,୫୨୦ ମେଟ୍ରିନ ଟନ୍‍ରେ ପହଞ୍ଚିଛି । (ତଥ୍ୟ)