Home News in Odia ପର୍ଯ୍ୟଟନ କ୍ଷେତ୍ରକୁ ମିଳିଲା ଟିକା

ପର୍ଯ୍ୟଟନ କ୍ଷେତ୍ରକୁ ମିଳିଲା ଟିକା

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମିଳିତ ଭାବେ ହୋଟେଲ କର୍ମଚାରୀ ତଥା ଓଡିଶାର ହସ୍ପିଟାଲଟି ସେକ୍ଟରର ଅନ୍ୟ ହିତାଧିକାରୀଙ୍କୁ ଆଜି ଟିକାକରଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ।

କଟକଣା ଉଠିବାପରେ ଅତିଥିମାନଙ୍କୁ ସ୍ୱାଗତ କରିବାପାଇଁ ପ୍ରସ୍ତୁତ ହୋଟେଲ ଶିଳ୍ପର ସମ୍ମୁଖ କର୍ମଚାରୀଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ଟୀକାକରଣ ଆୟୋଜନ କରାଯାଇଛି ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି ।

ହୋଟେଲ ଏବଂ ରେଷ୍ଟୁରାଣ୍ଟଣ୍ଟଆସୋସିଏସନ୍ ଅଫ୍ ଓଡିଶା (ହାରୋ) ସହିତ ସମସ୍ୱୟ ରକ୍ଷା କରି ଏହି ପଦକ୍ଷେପ ଆରମ୍ଭ କରାଯାଇଥିଲା ।

ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରର ଭବିଷ୍ୟତ ଗଠନ ପାଇଁ କୋଭିଡ -୧୯ ଟିକା ଏକ ସୁଯୋଗ ପ୍ରଦାନ କରିଛି ଏବଂ ଏହି ପଦକ୍ଷେପ ମାଧ୍ୟମରେ ଶିଳ୍ପର ଭବିଷ୍ୟତକୁ ସୁରକ୍ଷିତ ଦିଗରେ ଓଡିଶା ସରକାର ସକ୍ରିୟ ପଦକ୍ଷେପ ନେଉଛନ୍ତି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତିୟ ।

ଅନେକ ହୋଟେଲ କ୍ୱାରେଣ୍ଟାଇନ୍‍ ସେଣ୍ଟରରେ ପରିଣତ ହେବା ଏବଂ ରେଷ୍ଟୁରାଣ୍ଟଗୁଡିକ ଘର ଦୁଆରେ ଖାଦ୍ୟ ଯୋଗାଣ ଜାରି ରଖିଥିବାବେଳେ ଏଭଳି ପଦକ୍ଷେପ ମାଧ୍ୟମରେ ଆମେ କେବଳ ଏହି କ୍ଷେତ୍ରର ସମ୍ମୁଖ କର୍ମଚାରୀଙ୍କୁ ଟୀକାକରଣ କରିବା ନୁହେଁ ବରଂ କୋଭିଡ -୧୯ ପ୍ରତିବନ୍ଧକ ହ୍ରାସ ପାଇବା ପରେ ଅତିଥିମାନଙ୍କ ଆଗମନ ପାଇଁ ଆତିଥ୍ୟ କ୍ଷେତ୍ରକୁ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛୁ ବୋଲି ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସଚିବ ବିଶାଲ ଦେବ କହିଛନ୍ତି ।

ଏହି ଦୁଇ ଦିନିଆ ଟିକାକରଣ ଡ୍ରାଇଭରେ ପ୍ରାୟ ୧୦୦୦ ଲୋକଙ୍କୁ ଟୀକାକରଣ କରାଯାଇଥିଲା । ତେବେ ଏହି କ୍ଷେତ୍ରର ହିତାଧିକାରୀଙ୍କୁ ଶୀଘ୍ର ଟୀକାକରଣ ପାଇଁ ଯୋଜନା ଚାଲିଛି ।