Home News in Odia ଚିତାବାଘ ଚମଡା ଜବତ

ଚିତାବାଘ ଚମଡା ଜବତ

ଭୁବନେଶ୍ୱର : ର୍ନିଭରଯୋଗ୍ୟ ସୂଚନା ଆଧାରରେ, ଏସ୍‍ଟିଏଫ୍‍ ଟିମ୍ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ କାପାସିରା ଗାଁ ନିକଟରେ ଚଢାଉ କରି କରି ବନ୍ୟଜନ୍ତୁ ଶିକାରୀଙ୍କ ନିକଟରୁ ଚିତାବାଘ ଚମଡା ଜବତ କରିଛି । ଏହି ଘଟଣାରେ କଣ୍ଟାମାଳର ଘୁଚୁଙ୍ଗି ପଞ୍ଚାୟତର ହର ରଣା ନାମକ ଜଣେ ଶିକାରୀକୁ ଗିରଫ କରାଯାଇଛି ।

ତାହା ନିକଟରୁ ଗୋଟିଏ ଚିତାବାଘ ଚମଡା, ଗୋଟିଏ ଦେଶୀ ବନ୍ଧୁକ, ୧୨ଟି ବଡ ସିସା ବଲ୍ ଗୁଳି, ୧୭ ନୋ ସିସା, ୨୫ ଛୋଟ ଖାଲି ଗୁଳି, ଦୁଇଟି ପ୍ଲାଷ୍ଟିକ୍ ପାତ୍ରରେ କଳା ବାରୁଦ ଏବଂ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରାଯାଇଥିଲା । ଅଭିଯୁକ୍ତ ଯେଭଳି ଚିତାବାଘ ଚମଡା, ବନ୍ଧୁକ ଏବଂ ଗୁଳିଗୋଳାକୁ ସମର୍ଥନ କରିବାରେ କୌଣସି ଯୁକ୍ତି ରଖିପାରିବ ନାହିଁ ସେହି ଅନୁଯାୟୀ ବିଭିନ୍ନ ଦଫାରେ ତାଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ଏସ୍‍ଟିଏଫ୍‍ କେସ୍ ନଂ ୨୫ ୟୁ/ଏସ୍‍ ୩୭୯/୪୧୧/୧୨୦ (ଇ) ଆଇପିସି ଆର /ଡବ୍ଲ୍ୟୁ.୨୫ ବେଆଇନ୍‍ ଅସ୍ତ୍ର ମହଜୁଦ ଅଧିନିୟମ ଆର/ଡବ୍ଲ୍ୟୁ ୫୧ ବନ୍ୟଜନ୍ତୁ (ସୁରକ୍ଷା) ଅଧିନିୟମ, ୧୯୭୨ ରେ ପଞ୍ଜିକୃତ ହୋଇଛି । ଜବତ ହୋଇଥିବା ଚିତାବାଘ ଚମଡାକୁ ରାସାୟନିକ ପରୀକ୍ଷା ପାଇଁ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଡେରାଡୁନକୁ ପଠାଯିବ ।

ଗତ ଏକ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଅପରାଧୀ / ଶିକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏସଟିଏଫ ୧୫ ଟି ଚିତାବାଘ ଚମଡା, ୯ଟି ହାତୀଦାନ୍ତ, ୨ଟି ହରିଣ ଚମଡା, ୩ ଜୀବନ୍ତ ବଜ୍ରକାପ୍ତା ଏବଂ ୧୦ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଏବଂ ୨୮ ଟି ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି ।

ରାଜ୍ୟରେ ସଂଗଠିତ ଅପରାଧକୁ ରୋକିବା ପାଇଁ ଏସ୍‍ଟିଏଫ୍‍ ହେଉଛି ଓଡିଶା ପୋଲିସର ଏକ ବିଶେଷ ୱିଙ୍ଗ । ବନ୍ୟ ଜନ୍ତୁ ଅପରାଧ ଏସ୍‍ଟିଏଫ୍‍ ର ଫୋକସ କ୍ଷେତ୍ର ହୋଇ ରହିଥାଏ ଏବଂ ଏସ୍‍ଟିଏଫ୍‍ ବନ୍ୟଜନ୍ତୁ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ତାହାର ଅଭିଯାନ ଜାରି ରଖିଛି ।