Home Covid ଦିନକରେ ରେକର୍ଡ ୬୯ ମୃତ୍ୟୁ

ଦିନକରେ ରେକର୍ଡ ୬୯ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ କରୋନାରେ ଆଉ ୬୯ଜଣଙ୍କ ମୃତ୍ୟୁ ଘଟିଛି । ଦୈନିକ କରୋନା ମୃତ୍ୟୁରେ ଏହା ନୂଆ ରେକର୍ଡ ହୋଇଥିବାବେଳେ ରାଜ୍ୟରେ ମୋଟ୍‍ ମୃତ୍ୟୁସଂଖ୍ୟା ୫୨୪୧ରେ ପହଞ୍ଚିଛି । ଗତ ୧୩ତାରିଖରେ ରାଜ୍ୟରେ ସର୍ବାଧିକ ୬୮ଜଣଙ୍କ ମୃତ୍ୟୁ ତାଲିକା ଜାରି ହୋଇଥିଲା ।

ମୃତ୍ୟୁବରଣ କରିଥିବା ୬୯ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୨୨ଜଣ ଥିବାବେଳେ ସୁନ୍ଦରଗଡରୁ ୧୦, ବରଗଡରୁ ୭, ଅନୁଗୁଳରୁ ୬, କେନ୍ଦୁଝରରୁ ୫, କେନ୍ଦ୍ରାପଡାରୁ ୪, ବାଲେଶ୍ୱରରୁ ୩ ଏବଂ ପୁରୀ, ନୟାଗଡା, ଗଞ୍ଜାମ, ବୌଦ ଓ ଭଦ୍ରକ ଜିଲ୍ଲାରୁ ୨ଜଣ କରି ଓ ସୋନପୁର ଏବଂ କୋରାପୁଟ ଜିଲ୍ଲାରୁ ଜଣେକରି ପ୍ରାଣ ହରାଇଛନ୍ତି ।

ଗୋଟିଏ ଦିନରେ ୨୨ଜଣଙ୍କ ମୃତ୍ୟୁ ସହିତ ଖୋରଧାରେ ମୋଟ୍‍ ମୃତ୍ୟୁସଂଖ୍ୟା ୯୫୭ରେ ପହଞ୍ଚିଥିବାବେଳେ ସୁନ୍ଦଗଡରେ ୪୫୮, ବରଗଡରେ ୨୬୧ ଓ ଅନୁଗୁଳରେ ୨୦୬ରେ ପହଞ୍ଚିଛି । ଗଞ୍ଜାମରେ ମୃତ୍ୟୁସଂଖ୍ୟା ୪୨୪ରେ ପହଞ୍ଚି ଥିବାବେଳେ ପୁରୀରେ ଏହା ୩୧୨ ହୋଇଛି ।

ସେହିଭଳି ରାଜ୍ୟରେ ଆଉ ୧୯୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମିଶାଇ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯,୫୯,୯୮୬ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୯,୩୫,୦୦୭ ଜଣ ଆରୋଗ୍ୟଲାଭ କରିଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦ହଜାର ତଳକୁ ଖସି ୧୯,୬୮୫ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୪୯୮ଜଣ ଥିବାବେଳେ କଟକରୁ ୨୪୮, ଯାଜପୁରରୁ ୧୨୩, ବାଲେଶ୍ୱରରୁ ୧୧୧, ପୁରୀରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ତଳେ ରହିଛି । ସବୁଠାରୁ କମ୍‍ ମାତ୍ର ୪ଜଣ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ନୂଆପଡାରୁ ୫, ଦେବଗଡରୁ ୬, ବୌଦ ଓ କଳାହାଣ୍ଡିରୁ ୭ କରି, ସୋନୁପର, କୋରାପୁଟ ଓ ଝାରସୁଗୁଡାରୁ ୮ଜଣ କରି ଚିହ୍ନଟ ହୋଇଛନ୍ତି ।