Home Media ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ

ଗୁଜବରୁ ଦୁରେଇ ରହିବାକୁ ପରାମର୍ଶ

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଦଳରେ ଫାଟ ସୃଷ୍ଟି ଲାଗି କେତେକ କୁଚକ୍ରି ଗୋଷ୍ଠି ଉଦ୍ୟମ ଚଳାଇଛନ୍ତି । ତେବେ ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ଦଳରେ ଯେଉଁ ଏକତା ଥିଲା ତାହା ଆଜି ବି ଅତୁଟ ରହିଛି ଏବଂ ଏହି ଗୋଷ୍ଠିଙ୍କ ଅପପ୍ରଚାରରେ ପ୍ରଭାବିତ ନହେବା ଲାଗି ବିଜେଡି ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି ।

ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ପିପିଲି ଠାରେ ଥିବା ବିଜେଡି କର୍ଯ୍ୟାଳୟ ପରିସରରେ ଆୟୋଜିତ ଆଜି ଏକ କର୍ମୀ ସମ୍ମିଳନୀରେ ଉପସ୍ଥିତ ଆଗ ଧାଡିର କର୍ମୀ ମାନେ ସେମାନଙ୍କ ଭାଷଣରେ ପ୍ରକାଶ କରିଥିଲେ । ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫଲ୍ଲ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ କର୍ମୀ ସମ୍ମିଳନୀରେ ଉଦ୍ୱୋଧନ ଦେଇ କହିଥିଲେ ତୃଣମୁଳ ସ୍ତରରେ କର୍ମୀମାନଙ୍କୁ ଆପଣେଇବା ପାଇଁ କେତେକ କୁଚକ୍ରି ଗୋଷ୍ଠି ଦଳମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ।

ତେଣୁ ପ୍ରତ୍ୟେକ ଗ୍ରାମପଂଚାୟତର ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ଏଭଳି ଗୁଜବ ପ୍ରଚାରରୁ ଦୁରେଇ ରହିବା ପାଇଁ କର୍ମୀମାନଙ୍କ ମଧ୍ୟରେ ସଚେଚନତା ସୃଷ୍ଟି କରିବା ପାଇଁ କହିଥିଲେ । ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମହାରଥି ପରିବାରକୁ ଭଲପାନ୍ତି । ତାଙ୍କ ପରିବାର ପ୍ରତି ସମସ୍ତଙ୍କର ବିଶ୍ୱାସ ରହିଛି ।

ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମହାରଥିଙ୍କ ପରିବାରରୁ ଯାହାକୁ ଟିକଟ ଦେବେ ନିର୍ବାଚନ ମଣ୍ଡଳୀର ସମସ୍ତ କର୍ମୀମାନେ ଏକମନ ଏକପ୍ରାଣ ଦେଇ ସମର୍ଥନ କରିବେ ବୋଲି ଉପସ୍ଥିତ କର୍ମିମାନେ ତାଙ୍କ ଅଭିଭାଷଣରେ କହିଥିଲେ । ପିପିଲି ବ୍ଲକର ୨୫ଟି ଗ୍ରାମପଂଚାୟତ ଏବଂ ପୈାରାଚଂଳର ଆଗଧାଡିର କର୍ମୀମାନେ ଏହି ବୈଠକରେ ଯୋଗଦେଇଥିଲେ ।

ବୈଠକରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା,ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ବରିଷ୍ଠ କର୍ମୀ ଶ୍ରୀଧର ପ୍ରଧାନ, ପିପିଲି ବ୍ଳକ ଅଧ୍ୟକ୍ଷା ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ,ଉପାଧ୍ୟକ୍ଷ ଯୁଧିଷ୍ଟିର ସ୍ୱାଇଁ, ବିଶ୍ୱଜିତ୍ ଦାଶ, ବ୍ଲକ ବିଜେଡି ଉପସଭାପତି ଚିନ୍ମୟ ମହାପାତ୍ର, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ ଦାସ, ପୈାରାଚଂଳ ବିଜେଡି ସଭାପତି ପ୍ରଫୁଲ୍ଲ ସାହୁ, ସରପଂଚ ପ୍ରକାଶ ଧଳ , ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଜ୍ୟୋତ୍ସା ପୃଷ୍ଟି,ବରିଷ୍ଠ ବିଜେଡି ନେତ୍ରୀ ନିରୁପମା ମହାପାତ୍ର , ଉମାମଣୀ ରଥ, ରାଧାମଣୀ ପ୍ରଧାନ ପ୍ରମୁଖ ଏହି ଯୋଗଦେଇଥିଲେ ।