Home Health କର୍କଟ ହସ୍ପିଟାଲ ପାଇଁ ୨୧୦କୋଟି ସହାୟତା

କର୍କଟ ହସ୍ପିଟାଲ ପାଇଁ ୨୧୦କୋଟି ସହାୟତା

ଭୁବନେଶ୍ୱର : ଭୁବନେଶ୍ୱରରେ ବାଗଚି-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଅନୁମୋଦନ ମିଳିଛି ।

ଶ୍ରୀ ଶଙ୍କର କର୍କଟ ଚିକିତ୍ସା ଫାଉଣ୍ଡେସନ ହେଉଛି ଏକ ଅନୁଷ୍ଠାନ ଯାହାକି ବଦାନ୍ୟତାର ସହିତ ଭୁବନେଶ୍ୱରରେ ଉତ୍କର୍ଷ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରଖିଛନ୍ତି । ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି ଏଥିପାଇଁ ୨୧୦ କୋଟି ଟଙ୍କା ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।

ସରକାର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ଇନଫୋସିଟି-୨ ନିକଟରେ ଓଡ଼ିଶାର ୨୦.୦୦ ଏକର ଜମି ପ୍ରଦାନ କରିବେ । ହସ୍ପିଟାଲ ପ୍ରାରମ୍ଭରେ ୨୫୦ ଶଯ୍ୟା ସହିତ ଚିକିତ୍ସା ପ୍ରଦାନ ଜାନୁଆରୀ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ, ଯାହାପରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ବିସ୍ତାରିତ ହେବ ।

କର୍କଟ ରୋଗର ପ୍ରମାଣ ଆଧାରିତ ପରିଚାଳନା ସହିତ ଉନ୍ନତ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବ । ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିିଶତ ଶଯ୍ୟା ଅଲଗା ରଖାଯିବ, ଅନ୍ୟ ୨୫ ପ୍ରତିଶତ ଶଯ୍ୟା ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ସମର୍ଥିତ ରୋଗୀମାନଙ୍କ ପାଇଁ ପୃଥକ ରହିବ ।

ଅବଶିଷ୍ଟ ୫୦ ପ୍ରତିଶତ ରୋଗୀ ସେବା ପାଇଁ ଦେୟ ଦେବେ । ସଂଗୃହିତ ଅର୍ଥ ଗରିବ ରୋଗୀଙ୍କ ସହାୟତା ଏବଂ ଡାକ୍ତରଖାନାର ବିସ୍ତାର ପାଇଁ ବ୍ୟବହୃତ ହେବ । ମୁଖ୍ୟ ବର୍ଗର କର୍କଟ ସେବା ଅର୍ଥାତ୍‍ ସର୍ଜିକାଲ, ମେଡ଼ିକାଲ ଏବଂ ରେଡିଏସନ୍‍ ଅଙ୍କୋଲୋଜି, ଇମେଜିଙ୍ଗ୍‍ ନ୍ୟୁକ୍ଲେଆର ମେଡ଼ିସିନ୍‍, ଶିଶୁ ଏବଂ ହେମାଟୋ-ଅଙ୍କୋଲୋଜି, ଫୁସ୍‍ଫୁସ୍‍ ରୋଗ କେନ୍ଦ୍ର, ନିଶ୍ଚେତକ ବିଭାଗ ଏବଂ ଇଣ୍ଟେନ୍‍ସିଭ୍‍ କେୟାର, ଲାବୋରେଟୋରୀ ଡାଇଗ୍ନୋଷ୍ଟିକ ସେବା, ବ୍ଲଡ୍‍ ବ୍ୟାଙ୍କ ଏବଂ ଇମ୍ୟୁନୋ ହେମାଟୋଲୋଜି ସେବା ସହିତ ଏହା ଏକ ଉତ୍କର୍ଷ ଅଙ୍କୋଲୋଜି କେନ୍ଦ୍ର ହେବ । ଅନ୍ୟାନ୍ୟ ସେବା ଯେପରି ନର୍ସିଂ, ଫିଜିଓଥେରାପି ତାଲିମ କେନ୍ଦ୍ର, ନିଶା ନିବାରଣ କ୍ଲିନିକ୍‍, ବୃତ୍ତିଗତ ପୁନର୍ବାସ ମଧ୍ୟ ଏହି କେନ୍ଦ୍ରର ଏକ ଅଂଶ ହେବ ।

LEAVE A REPLY

Please enter your comment!
Please enter your name here