Home General ଓମାନ୍ ଓଡ଼ିଆ ସଂଘ ତରଫରୁ ୩.୮୨ ଲକ୍ଷ ଟଙ୍କା ଦାନ

ଓମାନ୍ ଓଡ଼ିଆ ସଂଘ ତରଫରୁ ୩.୮୨ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର : ଓମାନ୍ ଓଡ଼ିଆ ସଂଘ ତରଫରୁ  ରାଜ୍ୟର କୋଭିଡ଼୍ ଲଢ଼େଇରେ ଯୋଗଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୮୨ ଲକ୍ଷ ଟଙ୍କା  ଦାନ କରାଯାଇଛି ।  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା  ଭବନରେ  ସଂଘର କର୍ମକର୍ତ୍ତା  ସଂପଦ କୁମାର ବଳ, ସଂଜିତ୍ କୁମାର ମହାନ୍ତି ଏବଂ ବିଦ୍ୟୁତ୍‌ଲତା ମହାନ୍ତିଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି ।

ଚେକ୍ ପ୍ରଦାନ ସମୟରେ ଶ୍ରୀ ବଳ କହିଥିଲେ ଯେ ଓମାନରେ ରହୁଥିବା ଓଡ଼ିଆ  ଭାଇଭଉଣୀମାନେ ରାଜ୍ୟର କୋଭିଡ୍ ଲଢ଼େଇରେ ସହଯୋଗ ସ୍ୱରୂପ ଏହି ରାଶି  ନିଜ ନିଜ ପାଣ୍ଠିରୁ ସଂଗ୍ରହ  କରିଛନ୍ତି । ଶ୍ରୀ ମହାନ୍ତି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ  ନେତୃତ୍ୱରେ  ଓଡ଼ିଶାରେ କୋଭିଡ୍ ପରିଚାଳନା ଅନେକ ଉତ୍ତମ  ଉଦାହରଣ ସୃଷ୍ଟି କରିଛି ।

ସମୟୋଚିତ ପଦକ୍ଷେପ ଯୋଗୁ ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧିନ ଅଛି । ଜିଲ୍ଲାରେ କୋଭିଡ୍ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର  ହସ୍‌ପିଟାଲ୍ ପ୍ରତିଷ୍ଠା କରାଯାଇଛି ।  ଆଗାମୀ ଦିନରେ  ଓଡ଼ିଶା  କୋଭିଡ୍ ସଂଗ୍ରାମରେ  ନିଶ୍ଚୟ ବିଜୟୀ ହେବ ।

ଏତାଦୃଶ ସହଯୋଗ ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ଓମାନ ଓଡ଼ିଆ  ସଂଘର ସମସ୍ତ ସଦସ୍ୟଓ କର୍ମକର୍ତ୍ତାଙ୍କୁ  ସାଧୁବାଦ ଜ୍ଞାପନ କରିବା ସହ  ସଂଘର ଭବିଷ୍ୟତ ବିକାଶ କାମନା କରିଥିଲେ ।