Home General ଏନଏସିଜି ଇଭାକ ଇଣ୍ଡିଆର ୱେବସାଇଟ୍‌ ଉନ୍ମୋଚନ

ଏନଏସିଜି ଇଭାକ ଇଣ୍ଡିଆର ୱେବସାଇଟ୍‌ ଉନ୍ମୋଚନ

306
0


ଭୁବନେଶ୍ୱର : ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍‌ ଫର ଏଣ୍ଡିଂ ଭାଇଓଲେନ୍ସ ଏଗେନେଷ୍ଟ ଚିଲଡ୍ରେନ(ଏନ୍‌ଏସିଜି) ଇଣ୍ଡିଆର ୱେବସାଇଟ୍‌ nacgevacindia.com ଆଜି ଉଦ୍‌ଘାଟନ ହୋଇଛି । ସାର୍କ ରାଷ୍ଟ୍ର ସମୂହର ଶୀର୍ଷ ସଂସ୍ଥା ସାଇଭାକର ମହାନିଦେ୍ର୍ଦଶକ ଡକ୍ଟର ରିନ୍‌ଚେନ୍‌ ଚୋଫେଲ ଆନୁଷ୍ଠାନିକ ଭାବେ ଏହାକୁ ଉନ୍ମୋଚନ କରିଛନ୍ତି । ଏନ୍‌ଏସିଜି ଇଭାକ ଇଣ୍ଡିଆର ଭୁବନେଶ୍ୱର ସ୍ଥିତ ରାଷ୍ଟ୍ରୀୟ ସଚିବାଳୟ ଦ୍ୱାରା ପ୍ରସ୍ତୁତ ଏହି ୱେବସାଇଟ୍‌କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି । ବିଶେଷକରି କରୋନା ମହାମାରୀ ସମୟରେ ଖୁବ୍‌ କମ୍‌ ସମୟରେ ଏଭଳି ୱେବସାଇଟ୍‌ ପ୍ରସ୍ତୁତି ଏକ ଆହ୍ୱାନ ଥିବା କୁହାଯାଇଛି ।

ଏନଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ତଥା ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଏସିଜି ଇଭାକ ଇଣ୍ଡିଆର ରାଜ୍ୟ ଆବାହକ ପ୍ରକାଶ ରଥ ସ୍ୱାଗତ ଭାଷଣ ଦେଇଥିଲେ । ଡକ୍ଟର ରିନ୍‌ଚେନ୍‌ କହିଥିଲେ ଯେ କରୋନା ମହାମାରୀ ଯୋଗୁଁ ଶିଶୁମାନେ ଅଧିକ ସମ୍ବେଦନଶୀଳ ହୋଇପଡିଛନ୍ତି । ସରକାର, ସାମାଜିକ ସଂଗଠନ ଓ ଅନ୍ୟ ସହଯୋଗୀମାନେ ମିଳତ ଭାବେ ସମସ୍ତ ପ୍ରକାର ଶିଶୁହିଂସା ରୋକିବାଲାଗି କାର୍ଯ୍ୟ କରିବା ଆବଶ୍ୟକ । ମହାମାରୀ ସମୟରେ ଆମର ସହଯୋଗୀମାନେ ହାତ ମିଳାଇ ଯେଭଳି ଭିତ୍ତିଭୂମିର ବିକାଶ କରିଛନ୍ତି ତାହା ପ୍ରଶଂସନୀୟ । ନୀତି ଆୟୋଗରେ ଶିଶୁ ଅଧିକାର ସୁରକ୍ଷା କମିଟିର ସଦସ୍ୟ ସଞ୍ଜୟ ମିଶ୍ର କହିଥିଲେ ଯେ ଏହି ୱେବସାଇଟ୍‌ ଟି ଏନ୍‌ଏସିଜି ପାଇଁ ବେଶ୍‌ ଉପାଦେୟ ହେବ । କରୋନା ମହାମାରୀ ସମୟରେ ଏହାର ପ୍ରସ୍ତୁତି ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ୱାର୍ଲଡ ଭିଜନର ମିଖାଇଲ୍‌ କୁମାର ପ୍ରଧାନ କହିଥିଲେ ଯେ କରୋନା ସମୟରେ ବିଭିନ୍ନ ସ୍ଥାନରେ ଶିଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାର ବିଲୋକ ପାଇଁ ଆମେ ସମସ୍ତେ ହାତ ମିଳାଇବାର ସମୟ ଆସିଛି । ଏନ୍‌ଏସିଜି ଇଣ୍ଡିଆର ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା ଓ ଟିଡିଏଚ୍‌ ନେଦରଲ୍ୟାଣ୍ଡର ଭାରତୀୟ ପ୍ରତିନିଧି ଟି.ପୋପାଣ୍ଡି ୱେବସାଇଟକୁ ପ୍ରଶଂସା କରିଥିଲେ । ଏନ୍‌ଏସିଜି କାର୍ଯ୍ୟକାରୀ କମିଟି ସଦସ୍ୟ ମାନବେନ୍ଦ୍ର ମଣ୍ଡଳ କହିଥିଲେ ଯେ ଏହି ୱେବସାଇଟ୍‌ ଆମ ପାଇଁ ଏକ ମାଇଲଖୁଣ୍ଟ ସଦୃଶ । ଏହା ଜରିଆରେ ଏନ୍‌ଏସିଜି ଇଭାକ ଇଣ୍ଡିଆ ଶିଶୁ ସୁରକ୍ଷା କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟକରିବ । ପିକକର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here