Home News in Odia ଆକର୍ଷଣୀୟ ହେବ ନୌବାଣିଜ୍ୟ ସଂଗ୍ରହାଳୟ

ଆକର୍ଷଣୀୟ ହେବ ନୌବାଣିଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର : ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଆଜି ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଚୀନ ଓଡିଶାର ନୌବାଣିଜ୍ୟ ପରମ୍ପରାର ଅନନ୍ୟ ସ୍ମୃତି ବହନ କରୁଥିବା କଟକ ଯୋବ୍ରାସ୍ଥିତ ‘ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ’ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି ।

ଏହି ପରିପ୍ରେକ୍ଷୀରେ ସଂଗ୍ରହାଳୟର ବର୍ତମାନର ସ୍ଥିତି, ରକ୍ଷଣାବେକ୍ଷଣ ବ୍ୟବସ୍ଥା ଓ ଆଗାମୀ ଦିନରେ ଏଠାକୁ ଯେପରି ଅଧିକ ପର୍ଯ୍ୟଟକ ଓ ଦର୍ଶକ ଆସିବେ, ସେଥିପାଇଁ ଏହାକୁ ଆହୁରି ଆକର୍ଷଣୀୟ କରିବା ଓ ଏଠାରେ ଅଧିକ ସୁବିଧାସୁଯୋଗ ଉପଲବ୍‌ଧ ହେବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ସଂଗହାଳୟରେ ଥିବା ନୌବାଣିଜ୍ୟର ପ୍ରାଚୀନ ଐତିହ୍ୟ, ଓା୍ୱର୍କସପ୍‌, ଆକ୍ୱାରିୟମର ମାଛ, ଭୁଲଭୁଲେୟା ଆଦି ଦର୍ଶକମାନଙ୍କ ପାଇଁ ମନଛୁଆଁ ହୋଇପାରୁଛି । ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ପରିଚାଳନା ବ୍ୟବସ୍ଥା, ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଆର୍ଥିକ ବ୍ୟବସ୍ଥା ସ୍ୱରୂପ କର୍ପସ ପାଣ୍ଠି ବୃଦ୍ଧି, ରାଜ୍ୟ ଯୋଜନାରେ ଆର୍ଥିକ ବ୍ୟବସ୍ଥା ତଥା ନିର୍ଦ୍ଦେଶକ ପଦବୀ ପୂରଣ ଆଦି ସମ୍ପର୍କରେ ଆଲୋଚନା କରାଯାଇ ଆଗତ ବିଭିନ୍ନ ପ୍ରସ୍ତାବ ପରବର୍ତୀ ସମୟରେ ନୌବାଣିଜ୍ୟ ସଂଗ୍ରାଳୟର ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବା ନେଇ ନିଷ୍ପତି ନିଆଯାଇଛି ।

ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ, ଡିଜାଇନ୍ ଇଂ ବାଲେଶ୍ୱର ନାଥ ସାହୁ, ଅଧିକ୍ଷଣ ଯନ୍ତ୍ରୀ ଇଂ ଚଣ୍ଡେଶ୍ୱର ବେହେରା, ମହାନଦୀ ଦକ୍ଷିଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକାରିଣୀ ବୈଠକରେ ତଥ୍ୟ ରଖିଥିଲେ ।