ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ
ଭୁବନେଶ୍ୱର : ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ...
Senior Citizen Pilgrimage Launched
Bhubaneswar: Chief Minister Mohan Charan Majhi on 17 January launched Senior Citizens Pilgrimage Scheme here. CM said that just as you are going to do the pilgrimage with a happy mind, you should complete the pilgrimage in a healthy and safe manner and earn immense virtue and return home. As many as 800 senior citizens from Khurda, Puri, Cuttack, Jagatsinghpur,...
ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବଢିଲା
ଭୁବନେଶ୍ୱର : ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ବର୍ଗର ଶିକ୍ଷକ ମାନଙ୍କର ମାସିକ ପାରିଶ୍ରମିକକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଶିକ୍ଷକ ମାନଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ବୃଦ୍ଧି ପାଇ ୧୬,୦୦୦ ଟଙ୍କା କରାଯାଇଛି। ଏହାସହିତ ଏହି ବର୍ଗର ଶିକ୍ଷକ...
ଯାନ ବାହନ ତୁଳନାରେ ବଢୁନି ରାସ୍ତା
ଭୁବନେଶ୍ୱର : ରାଜଧାନୀରେ ବର୍ଷକୁ ବର୍ଷ ବିଭିନ୍ନ କିସମର ଯାନ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ଅନୁପାତରେ ପ୍ରମୁଖ ସଡକଗୁଡିକ କିନ୍ତୁ ସମ୍ପ୍ରସାରିତ ହେଉନାହିଁ । ଅନେକ ସ୍ଥାନରେ ସଡକ ସମ୍ପ୍ରସାରଣ ପାଇଁ ସ୍ଥାନ ନଥିବାରୁ ସହରରେ ଏବେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଭୁବନେଶ୍ୱରରେ ଥିବା ଦୁଇଟି ଆରଟିଓ ଦପ୍ତରରେ ଏବେ ବର୍ଷକୁ ହାରାହାରି ୭୫ହଜାରରୁ ଅଧିକ ଯାନ ପଞ୍ଜିକରଣ ହେଉଛି । ଏହାର ସିଂହଭାଗ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଗଡୁଛି । ସର୍ବାଧିକ...
ଦିଲ୍ଲୀରେ ପ୍ରଚାର କରିବେ ଓଡ଼ିଆ ନେତା
ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ଅଭିଯାନ ଜୋରଦାର କରିବା ଲାଗି ବିଜେପି ଓ ଆପ୍ର ବହୁ ଓଡ଼ିଆ ନେତା ନିୟୋଜିତ ହେବେ । ତେବେ ରାଜ୍ୟ କଂଗ୍ରେସ ସଂଗଠନ ମୁରବୀ ଶୂନ୍ୟ ହୋଇ ରହିଥିବା ବେଳେ ଏହି ପ୍ରଚାର ଅଭିଯାନରେ ଦଳର ଓଡ଼ିଆ ନେତାମାନଙ୍କୁ ହାଇକମାଣ୍ଡଙ୍କ ଡାକରା ଆସିବ କି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଆସନ୍ତା ମାସ ପ୍ରଥମ ସପ୍ତାହରେ ଦିଲ୍ଳୀ ବିଧାନସଭା ପାଇଁ ଭୋଟ ହେବ । ଇତିମଧ୍ୟରେ...
ଓଡିଶା ଗସ୍ତରେ ସିଙ୍ଗାପୁର ରାଷ୍ଟ୍ରପତି
ଭୁବନେଶ୍ୱର : ସିଙ୍ଗାପୁର ରାଷ୍ଟ୍ରପତି ଥାର୍ମନ ଶନୁରାଗରତ୍ନମ୍ ଆସନ୍ତାକାଲି ସକାଳେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ରାଜ୍ୟରେ ହେବାକୁ ଥିବା ବିଜେପି ସରକାରଙ୍କ ମେଗା ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍ ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତରେ ଆସୁଥିବାରୁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତାଙ୍କ ସହ ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ...
ସହାୟକ ହେବ ବୌଦ୍ଧ ସମ୍ମିଳନୀ
ଭୁବନେଶ୍ୱର : ଓଡ଼ିଶାରେ ଆୟୋଜିତ ହୋଇଛି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ, ଆଦର୍ଶକୁ ଆଧାର କରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀ ଜାନୁଆରୀ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଇଥିଲା। ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧଧର୍ମର ଗୁରୁ, ପଣ୍ଡିତ, ବୌଦ୍ଧ ଧର୍ମର ପ୍ରଚାରକ ଏବଂ ଅନେକ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗ ଦେଇଥିଲେ। ସମ୍ମିଳନୀରେ ବୌଦ୍ଧ ଧର୍ମର...
ଖଣିଜ ପରିବହନ ବିବାଦର ସମାଧାନ
ଭୁବନେଶ୍ୱର : ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଖଣିଜ ପଦାର୍ଥ ପରିବହନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରେ ସମାଧାନର ବାଟ ବାହାର କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପରାମର୍ଶ ଦେଇଥିଲେ । ଏହି କ୍ରମରେ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଓ ଟ୍ରକ୍ ମାଲିକ ସଙ୍ଘର...
SG Prez On Odisha Visit
Bhubaneswar: Singapore President Tharman Shanmurgaratnam is scheduled to arrive here tomorrow morning on a two-day visit to the State. The visit assumes significance as the President is making his maiden visit to the State ahead of Utkarsh Odisha: Make-in-Odisha conclave, the mega investors’ summit of the BJP government in the state slated to be held on January 28 and 29. He...
Brain Storming On Mineral Exploration
Bhubaneswar: The Geological Survey of India (GSI), Ministry of Mines, will host the annual event of 64th Central Geological Programming Board (CGPB) meeting Chaired by V L Kantha Rao, Secretary, Ministry of Mines on 19 January 2025 at the State Convention Centre, Lokseva Bhavan here. This pivotal event will bring together key stakeholders from the exploration, researchers, and mining...








