ହାଲ୍ ସହ ୨୬,୦୦୦ କୋଟିର ଚୁକ୍ତି

0

ନୂଆଦିଲ୍ଲୀ : ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ । ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର...

ପୌରାଞ୍ଚଳ ମାନଙ୍କୁ ବର୍ଷା ସର୍ତକତା ଜାରି

0

ଭୁବନେଶ୍ବର :  ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ କ୍ଷେତ୍ର ସ୍ରୁଷ୍ଟି ହୋଇଛି l ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଉପକୁଳରେ ଗତିଶୀଳ ହୋଇ ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତ ରୂପ ନେଇପାରେ l ଆଗାମୀ ୪୮ ଘଣ୍ଟା  ପର୍ଯ୍ୟନ୍ତ ଉପକୁଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଏବଂ ମାଲକାନଗିରି ,କୋରାପୁଟ , ରାୟଗଡା ,ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତୁତି ସହିତ ସଜାଗ ରହିବାକୁ ନିର୍ଦ୍ଦେଶ...

ପିଆଇବି ଏଡିଜି ଦାୟିତ୍ଵ ନେଲେ ଅଖିଳ କୁମାର ମିଶ୍ର

0

ଭୁବନେଶ୍ଵର : ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି), ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ମିଶ୍ର ଓଡ଼ିଶାର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିବେ । ଓଡ଼ିଶା ସହ ସେ ଝାଡ଼ଖଣ୍ଡର ଅତିରିକ୍ତ ଦାୟିତ୍ଵ ମଧ୍ୟ ନିର୍ବାହ କରିବେ । ଶ୍ରୀ ମିଶ୍ର ଏହା ପୂର୍ବରୁ...

୧୦୪୨ ଏମଏସ୍‍ଏମଇରେ ତାଲା

0

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଠାରୁ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇଥିବା ହଜାରେରୁ ଅଧିକ ଛୋଟ ଛୋଟ ଶିଳ୍ପ ସଂସ୍ଥାରେ ତାଲା । ଏହି ବନ୍ଦ ହୋଇଥିବା ଶିଳ୍ପସଂସ୍ଥା ମଧ୍ୟରୁ କେତେକ ସରକାରଙ୍କ ଠାରୁ ଶିଳ୍ପପାଇଁ ନେଇଥିବା ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି । ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ରହିଛି ୧୩୫ଟି ଶିଳ୍ପାଞ୍ଚଳ । ଏହାର ଦାୟିତ୍ୱ ରହିଛି ଶିଳ୍ପ ବିକାଶ ନିଗମ (ଇଡ୍‍କୋ) ହାତରେ । ଏଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ...

ଦାରିଦ୍ର୍ୟ ହ୍ରାସ ସତ୍ୱେ ମାଳ ମାଳ ମାଗଣା ଯୋଜନା

0

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାରେ ଏବେ ୩କୋଟି ୩୫ଲକ୍ଷ ରୁ ଅଧିକ ଲୋକ ଉପକୃତ ହେଉଥିବାବେଳେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ଆର୍ଥିକ ସହାୟତା ଦେବାପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ସଫଳ ହେଲେ ସେମାନଙ୍କ ପରିବାରର ୩କୋଟିରୁ ଅଧିକ ଲୋକ ଉପକୃତ ହେବେ । ଓଡିଶାରେ ଦାରିଦ୍ର‌୍ୟ କମିଛି ବୋଲି ସରକାରୀ ପରିସଂଖ୍ୟାନରେ କୁହାଯାଉଥିବାବେଳେ ୩କୋଟି ୩୫ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଇଥିବା ପରିପ୍ରେକ୍ଷୀରେ ଏହି ପରିସଂଖ୍ୟାନ ପ୍ରତି ଅର୍ଥନୀତି ବିଶାରଦମାନେ ସନ୍ଦେହ...

Balangir Royals Celebrate Nuakhai

0

Balangir: Setting aside their political differences, Members of Royal Family of Balangir came together at Sailashree Palace here today to celebrate Nuakhai, the biggest agrarian festival of Western Odisha. BJD Veteran Ananga Uday Singh Deo, MP Kalikesh Singh Deo along with his wife Meghna Singh Deo , daughter Amaira Singh Deo, brother Manmath Vijay Singh Deo and Deputy Chief Minister...

ଚୀନକୁ ଟପିଲା ଭାରତ

0

ନୂଆଦିଲ୍ଲୀ : ୨୦୨୪ ସେପ୍ଟେମ୍ବରରେ ଏମଏସସିଆଇ ଉଦୀୟମାନ ବଜାର ଓ ନିବେଶଯୋଗ୍ୟ ବଜାର ସୂଚକାଙ୍କରେ ଭାରତ ଗୁରୁତ୍ୱ ଦୃଷ୍ଟିରୁ ଚୀନକୁ ପଛରେ ପକାଇ ଦେଇଥିବା ମୋର୍ଗାନ ଷ୍ଟାନଲି ଘୋଷଣା କରିଛି । ଏମଏସସିଆଇ ଇଏମ ଆଇଏମଆଇରେ ଭାରତର ଗୁରୁତ୍ୱ ୨୨.୨୭ ପ୍ରତିଶତ ଥିବା ବେଳେ ଚୀନର ୨୧.୫୮ ପ୍ରତିଶତ ରହିଛି । ଏମଏସସିଆଇ ଆଇଏମଆଇରେ ୩,୩୫୫ ଷ୍ଟକ ରହିଛି ଏବଂ ଏଥିରେ ବଡ଼, ମଧ୍ୟମ ଏବଂ କ୍ଷୁଦ୍ର କ୍ୟାପ୍ କମ୍ପାନୀ ଅନ୍ତର୍ଭୁକ୍ତ । ଏହା ଉଦୀୟମାନ ବଜାର ରୂପେ ବିବେଚିତ ହେଉଥିବା ୨୪ଟି ଦେଶର...

SPCB On Clean Air Campaign

0

Bhubaneswar: Satyabrata Sahu, Additional Chief Secretary (ACS) Home, Forest, Environment and Climate Change has said the community is showing increasing interest in clean air. State Pollution Control Board in collaboration with Centre for Environment Studies (CES) have organized the Cycle Rally to campaign for Public Participation towards improving air quality. Addressing the gathering ACS DoFE&CC, Shri Sahu said that accordingly the...

ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ଅଭିଯାନ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଦେଶରେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ଅଭିଯାନ ଦେଶକୁ ଖୋଲା ଶୌଚମୁକ୍ତ କରିବା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୬୦,୦୦୦ରୁ ୭୦,୦୦୦ ନବଜାତ ଶିଶୁଙ୍କ ମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଛି। ନିକଟରେ ନେଚର୍‌ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।...

ନୂଆଁଖାଇରୁ ସିଏମ୍‍ କିଷାନ

0

ଭୁବନେଶ୍ୱର: ନୂଆଁଖାଇ ପର୍ବ ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଅନ୍ତର୍ଭୁକ୍ତ ହୋଇନଥିବା କୃଷକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪,୦୦୦ ଟଙ୍କା ସହାୟତା ଦିଆଯିବ । ପୂର୍ବ ବିଜେଡି ସରକାରଙ୍କ କାଳିଆ ବଦଳରେ ବିଜେପି ସରକାର ପ୍ରଥମ ବଜେଟରେ ପିଏମ୍ କିଷାନ ଯୋଜନା ଅନୁଯାୟୀ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଘୋଷଣା କରିଛନ୍ତି।...