ଭୁବନେଶ୍ୱର ହେବ ବିଶ୍ୱସ୍ତରୀୟ ସହର
ଭୁବନେଶ୍ୱର : ସହରରେ ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନଜରରେ ରଖି ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ରୂପାନ୍ତରିତ କରିବାର ସ୍ୱପ୍ନ ସହିତ, ସହରର ଅଭିବୃଦ୍ଧି, ରାଜଧାନୀରେ ନିଜର ସ୍ୱପ୍ନର ଘର ଗଢ଼ିବା ପାଇଁ ଚାହୁଁଥିବା ଲୋକଙ୍କ ସ୍ୱପ୍ନକୁ ସଫଳ କରିବା ଦିଗରେ ବିଡିଏର ପ୍ରତିବଦ୍ଧତା ବିଷୟରେ କହିଛନ୍ତି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା...
ସାର ଯୋଗାଣରେ ବ୍ୟତିକ୍ରମ ସ୍ପଷ୍ଟ
ଭୁବନେଶ୍ୱର : ରାଜ୍ୟରେ ସାରର ଉକ୍ରଟ ଅଭାବ ସ୍ଥିତିକୁ ନେଇ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ରାଜ୍ୟରେ ସାରର ଅଭାବକୁ ନେଇ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି ଓ ସାରର କଳାବଜାରୀ ଚାଲିଛି । ଶ୍ରୀ ନାୟକ କହିଥିଲେ, ସରକାର ସମସ୍ୟାକୁ ଗମ୍ଭୀରତାର ସହିତ ନେବା ପରିବର୍ତ୍ତେ, ସାର ପ୍ରଚୁର ପରିମାଣରେ ମହଜୁଦ ଅଛି ବୋଲି...
ଓଡ଼ିଶା ଯାତ୍ରୀ ଆପ୍ ରେ ମିଳିବ ବୋଟିଂ ଟିକେଟ
ଭୁବନେଶ୍ୱର : ଓଡ଼ିଶା ଯାତ୍ରୀ ଆପ୍ ରେଏଣିକି ଆମ ବସ୍ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍ କିଣାଯାଇପାରିବ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖଦ୍ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍ରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଆମ ବସ୍ ସେବା ଅଧୀନରେ ଚଳାଚଳ କରୁଥିବା ଯେକୌଣସି ବସ୍ରେ ଯାତାୟାତ ନିମନ୍ତେ ଏହି ଆପ୍ ମାଧ୍ୟମରେ ବିନା କୌଣସି ବାଧାରେ ଟିକେଟ୍ ବୁକିଂ କରି ସୁରକ୍ଷିତ ଏବଂ ଆରାମଦାୟକ ବସ୍ ଯାତ୍ରାର ଲାଭ ପାଇପାରିବେ।...
ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଉଛି ବେଦାନ୍ତ
ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ସିଏସଆର ସ୍ୱାସ୍ଥ୍ୟସେବା ପଦକ୍ଷେପ ପ୍ରକଳ୍ପ ଆରୋଗ୍ୟ ଅଂଶ ଭାବରେ ସମ୍ପ୍ରତି ଲାଞ୍ଜିଗଡ଼ ବ୍ଲକର ୧୩ଟି ଗ୍ରାମକୁ କଭର କରି କାନକୁଟ୍ରୁ ଗ୍ରାମ ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଶିବିରରେ ପ୍ରାୟ ୪୦୦ ହିତାଧିକାରୀଙ୍କୁ ମାଗଣା ପରାମର୍ଶ, ରୋଗ ଚିହ୍ନଟ ଏବଂ ଔଷଧ ପ୍ରଦାନ କରାଯାଇଥିଲା, ଯାହା ସିଧାସଳଖ ଗ୍ରାମୀଣ ସମ୍ପ୍ରଦାୟକୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲା। ଶିବିର ସମୟରେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଉତ୍ସର୍ଗୀକୃତ ଦଳ...
ପାର୍ବଣରେ ବିଗିଡିବ ରାଜଧାନୀ ରାସ୍ତା
ଭୁବନେଶ୍ୱର : ପାର୍ବଣ ପାଖେଇ ଆସୁଥିବାବେଳେ ରାଜଧାନୀର ରାସ୍ତାଘାଟରେ ଖାଲ ଖମା ସଂଖ୍ୟା ବଢି ବଢି ଚାଳିଛି । ସହରର ମୁଖ୍ୟ ସଡକରେ ଖାଲଖମା ସଂଖ୍ୟା ବଢୁଥିବାବେଳେ ଗଳିକନ୍ଦି ରାସ୍ତାରେ ଗାଡି ଚଳାଇବା କଷ୍ଟକର ହୋଇ ପଡିଲାଣି । ଏହି ଖାଲ ଖମା ରାସ୍ତା ମରାମତି ନହେବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ରାଜଧାନୀର ପ୍ରମୁଖ ରାସ୍ତା କୁହାଯାଉଥିବା ଜନପଥ, ସଚିବାଳୟ ମାର୍ଗ, ସିଆରପିରୁ ପାୱାର ହାଉସ୍, ପାୱାରହାଉସ୍ରୁ ନନ୍ଦନକାନନ ରାସ୍ତା, କଳ୍ପନାରୁ ଏଜିଛକ, ଶିଶୁଭବନ ଆଦି ରାସ୍ତା...
୧୭ହଜାର ଜନ ଔଷଧି କେନ୍ଦ୍ର
ଭୁବନେଶ୍ୱର : ଶସ୍ତାରେ ମିଳୁଥିବା ଜେନେରିକ୍ ଔଷଧ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବାରୁ ଦେଶରେ ଖୋଲିଥିବା ଜନଔଷଧି କେନ୍ଦ୍ର ସଂଖ୍ୟା ପାଖପାଖି ୧୭ହଜାରରେ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୭୫୩ରେ ପହଞ୍ଚିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢିବା ନେଇ ଆକଳନ କରାଯାଉଛି । ସମସ୍ତେ ଯେଭଳି ସୁଲଭ ଦରରେ ଜୀବନ ରକ୍ଷାକାରୀ ଔଷଧ ପାଇପାରିବେ ସେଥିପାଇଁ ଭାରତ ସରକାର ଆରମ୍ଭ କରିଥିଲେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା । ଏହି ଯୋଜନାରେ ସମଗ୍ର ଦେଶରେ ଜନ ଔଷଧି କେନ୍ଦ୍ର...
କ୍ରୁଟ୍ର ବିଭିିନ୍ନ ସେବାର ଶୁଭାରମ୍ଭ
ଭୁବନେଶ୍ୱର : ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ସେବାର ଶୁଭାରମ୍ଭ କରିଛନ୍ତି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଆମବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧାମୂଳକ ସେବା ଆରମ୍ଭ ହୋଇଛି। ଯାହାଦ୍ୱାରା ରାଜ୍ୟ ଜନ ପରିବହନରେ ସୁଗମ ଏବଂ ଏକ ସମ୍ମାନଜନକ ଯାତ୍ରାର ଲାଭ ଉଠାଇ ପାରିବେ ସମସ୍ତ ବର୍ଗର ଯାତ୍ରୀ। ଏହି ଅବସରରେ ରାଜ୍ୟ ସରକାର ‘ଜାତୀୟ ଏକକ ଗମନାଗମନ କାର୍ଡ଼’ର...
ପୌରାଞ୍ଚଳକୁ ସମ୍ପ୍ରସାରିତ ହେଲା ‘ସହଯୋଗ‘
ଭୁବନେଶ୍ୱର : ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ଏବଂ ମୁକୁଳା ଡ୍ରେନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ରେଲ୍ ଅଡିଟୋରିଅମ ରେ ରାଜ୍ୟ ସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ରେ ଆମେ ସମୃଦ୍ଧ ଓଡିଶା ଗଠନର ସ୍ୱପ୍ନ ଦେଖୁଛୁ। ରାଜ୍ୟର ସହରାଞ୍ଚଳ ଗୁଡିକ ହେଉଛି...
ବିଦ୍ୟୁତ୍ ଖୁଣ୍ଟ ତାରର ଦାୟିତ୍ୱ କାହାର ?
ଭୁବନେଶ୍ୱର : ନିଜର ବିଜୁଳି ଖୁଣ୍ଟରେ ତାର ଟାଣିଥିବା ବିଭିନ୍ନ କମ୍ପାନୀ ଠାରୁ ବିଦ୍ୟୁତ୍ ବିତରଣ କମ୍ପାନୀମାନେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବାବେଳେ ଏହିସବୁ ତାର ଦ୍ୱାରା ଲୋକେ କିଭଳି ହଇରାଣ ହେଉଛନ୍ତି ସେଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଖୋଦ୍ ରାଜଧାନୀରେ ବିଭିନ୍ନ ସ୍ଥାନରେ ବିଜୁଳି ଖୁଣ୍ଟରେ ଝୁଲିଥିବା ତାର ସଂକ୍ରାନ୍ତରେ ଅବଗତ କଲେ ସେଗୁଡିକ ଆମର ନୁହେଁ ବୋଲି କହି ଟାଟା ପାୱାର କର୍ତ୍ତୃପକ୍ଷ ଖସିଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସହରାଞ୍ଚଳରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବିଭିନ୍ନ ସଂସ୍ଥା ସେମାନଙ୍କର...
ଶିଳାନ୍ୟାସରେ ରହିଗଲା ଫୁଟ୍ ଓଭରବ୍ରିଜ୍
ଭୁବନେଶ୍ୱର : ୧୪ ବର୍ଷ ତଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ୫ଜଣ ମନ୍ତ୍ରୀ, ବିଧାୟକ, ସାଂସଦ, ମେୟର, ଡେପୁଟି ମେୟର ଓ ୩ଜଣ କର୍ପୋରେଟରଙ୍କୁ ମିଶାଇ ୧୨ଜଣ ନେତା ଓ ନେତ୍ରୀ ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଯେଉଁ ଶିଳାନ୍ୟାସ କରିଥିଲେ ତାହା ଏବେ ପାଷାଣୀ ଅହଲ୍ୟା ପରି କେଉଁ ରାମଚନ୍ଦ୍ରଙ୍କ ପଦସ୍ପର୍ଶ ଲାଗି ଅପେକ୍ଷା କରି ରହିଛି । ଏଠାରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବା ତ ଦୂରର କଥା,...










