ଗଞ୍ଜେଇ ଚାଷକୁ ରୋକାଯାଇ ପାରୁନି
ବିଗତ ତିନିବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଚାଷ ନିପାତ ପାଇଁ ସରକାର ଅବକାରୀ ଓ ପୁଲିସ୍ ବିଭାଗକୁ ଦେଢ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଥିବାବେଳେ ଗଞ୍ଜେଇ ଚାଷ କମିବା ବଦଳରେ କିନ୍ତୁ ବଢି ବଢି ଚାଲିଛି । ବର୍ଷକୁ ବର୍ଷ ଅଧିକ ସଂଖ୍ୟାରେ ଗଞ୍ଜେଇ ଗଛକୁ ଅବକାରୀ ଓ ପୁଲିସ୍ ବିଭାଗ ଓପାଡିବାରେ ଲାଗିଛନ୍ତି । ମିଳିଥିବା ସୂଚନା ବିଗତ ତିନିଟି ଆର୍ôଥକ ବର୍ଷରେ ସରକାର ଗଞ୍ଜେଇ ଚାଷ ହେଉଥିବା ଜିଲ୍ଲାଗୁଡିକରୁ ଗଞ୍ଜେଇଗଛ ନଷ୍ଟ କରିବାକୁ ଏକ କୋଟି ୬୮ଲକ୍ଷ ୪୦ହଜାର ଟଙ୍କା...
ଗ୍ରାମୀଣ ଅର୍ଥନୀତିକୁ ସଦୃଢ଼ ଓ ଆତ୍ମନିର୍ଭର କର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧି’ରେ ଯୋଗଦେଇ ଗ୍ରାମୀଣ ବିକାଶରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର ଭୂମିକା ଏବଂ ଗ୍ରାମୀଣ ଅର୍ଥନୀତିକୁ ସଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି । ନିକଟରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠି, ୫...
ପାର୍ବଣ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ
ଆଗାମୀ ଦଶହରା ଓ ଦୀପାବଳି ଅବସରରେ ଲୋକେ ଅଧିକ ସତର୍କ ହେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦିନଗୁଡ଼ିକରେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିଥିବା ବେଳେ ଆଗାମୀ ଦିନରେ ସତର୍କ ନ ହେଲେ ସବୁ ପରିଶ୍ରମ ପାଣିରେ ପଡ଼ିଯିବ । ତେଣୁ ଲୋକେ ପାର୍ବଣରେ ନିଜ ନିଜ ଘରେ ରହି ପର୍ବ ପାଳିବା ସହିତ ଅଧିକ ସତର୍କ ହେବାକୁ ସେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି...
କରୋନାକୁ ହରାଇଲେ ୯୦ବର୍ଷର କର୍କଟ ରୋଗୀ
କର୍କଟରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି । ସମ୍ କୋଭିଡ ହସ୍ପିଟାଲରୁ କରୋନା ମୁକ୍ତ ହୋଇଛନ୍ତି ମୁରଲୀଧର ଶତପଥୀ ।ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କର୍କଟ ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୋଭିଡ ହସ୍ପିଟାଲରେ...
ମଣିଷ-ପଶୁ ଲଢ଼େଇ ରୋକିବାକୁ ଟାସ୍କଫୋର୍ସ
ମାନବ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କମାଇବା ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଏହି ରାଜ୍ୟସ୍ତରୀୟ ଟାସ୍କାଫୋର୍ସରେ ଅଧ୍ୟକ୍ଷଙ୍କୁ ମିଶାଇ ୧୮ ଜଣ ସଦସ୍ୟ ରହିବେ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ଓଡ଼ିଶା ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ । ଦକ୍ଷିଣ-ପୂର୍ବ ରେଳବାଇ, ପୂର୍ବତଟ ରେଳବାଇର ପ୍ରତିନିଧି, ସେସୁ, ୱେସ୍କୋ, ନେସ୍କୋ ଓ ସାଉଥକୋର ମୁଖ୍ୟ...
କରୋନା ଯୁଦ୍ଧକୁ କୋହଳ କରନାହିଁ
କରୋନା ମହାମାରୀ ବିରୁଦ୍ଧରେ ଦେଶ ବର୍ତ୍ତମାନ ଯେଉଁ ସଂଗ୍ରାମ କରୁଛି ସେଥିରେ କୌଣସି କୋହଳ ମନୋଭାବ ସମୀଚୀନ ନୁହେଁ । ନାଗରିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଲକଡାଉନ ଉଠିଯାଇଥିଲେ ମଧ୍ୟ କରୋନା ଭୂତାଣୁ ଅଦ୍ୟାବଧି ମୂଳପୋଛ ହୋଇନାହିଁ । ସମଗ୍ର ଦେଶରେ ମହାମାରୀ ପରିସ୍ଥିତିରେ ସୁଧାର ଆସିଥିବାରୁ ସେ ତାର ପ୍ରଶଂସା କରିଥିଲେ । ଆର୍ଥିକ କାର୍ଯ୍ୟକଳାପ କ୍ରମଶଃ ସ୍ଵାଭାବିକ ଆଡକୁ ଫେରୁଥିବା ସହ ଜନସାଧାରଣ ସେମାନଙ୍କ ଦାୟିତ୍ଵ...
ଛାତ୍ରଛାତ୍ରୀଙ୍କୁ ମିଳିଲାଣି ୫୬ହଜାର ଟନ୍ ଚାଉଳ
କରୋନା ସମୟରେ ବିଦ୍ୟାଳୟକୁ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ସରକାର ସେମାନଙ୍କ ଘରେ ମଧ୍ୟାହ୍ନଭୋଜନ ବାବଦରେ ୫୬ହଜାର ଟନ୍ରୁ ଅଧିକ ଚାଉଳ ଓ ୪ଶହ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇଟି କିସ୍ତିରେ ଏହା ମିଳିଥିବା ଜଣାଯାଇଛି । ଲକ୍ ଡାଉନ୍ ସମୟରେ ବିଦ୍ୟାଳୟ ବନ୍ଦ ଥିବାଯୋଗୁ ଖାଦ୍ୟ ନିରାପତ୍ତା ଆଇନ୍ ଅନୁଯାୟୀ ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୩,୭୭,୭୦୪ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ମାର୍ଚ୍ଚ ୧୬ତାରିଖରୁ ଜୁନ୍...
ବିଳମ୍ବ ହୋଇପାରେ କୁଳପତି ନିଯୁକ୍ତି
ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଯେଉଁ ୬ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଚଳିତବର୍ଷର ପ୍ରଥମାର୍ଦ୍ଧରେ ସରିଯାଇଛି ସେଗୁଡ଼ିକ ଲାଗି ନୂଆ କୁଳପତି ନିଯୁକ୍ତି ଏ ବର୍ଷ ଶେଷ ସୁଦ୍ଧା ହେବା ସମ୍ଭାବନା କମ୍ । ଉତ୍କଳ, ଫକୀରମୋହନ, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର, ଖଲ୍ଲିକୋଟ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କ ଉତ୍ତରାଧିକାରୀ ଚୟନ ହୋଇପାରିନଥିଲା । ତେଣୁ ଏହି ୬ଟି ଯାକ ବିଶ୍ୱବିଦ୍ୟାଳୟରେ ଯେଉଁମାନେ କୁଳପତି ଭାବେ କାର୍ଯ୍ୟ କରୁଥିଲେ ସେମାନଙ୍କ କାର୍ଯ୍ୟକାଳ ୬ ମାସ ପର୍ଯ୍ୟନ୍ତ...
BSF Detects IEDs
In a major bid to foil subversive attempt of the Maoists, the Jawans of Border Security Force (BSF) recovered IEDs (improvised explosive devices) in the tin and steel containers planted on the roads in Swabhiman Anchal of Malkangiri district. Left wing Extremists (LWE) were targeting the security personnel, BSF Official sources feel. With an intelligence based operation launched in the Swabhiman...
Naveen On Puja Pledge
Making an appeal Naveen Patnaik has urged the people to take a pledge on the occasion of Durga Puja to remain careful till vaccines are available for COVID-19.Mr.Patnaik made this appeal in a special video message to the people of Odisha. "Let us take a pledge before the Maa to prevent the spread of infection," he said. "The character profile of...