ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ଆହତ କିମ୍ବା ଅସୁସ୍ଥ ହୋଇପଡିଥିବା ରୋଗୀର ଜୀବନରକ୍ଷା କରିବାକୁ ଜନସଚେତନତା ସୃଷ୍ଟି ପାଇଁ ବିଶ୍ଵାବ୍ୟାପି ସେପ୍ଟେମ୍ବର ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ରୂପେ ପାଳନ କରାଯାଉଅଛି l ଚଳିତ ବର୍ଷର ବିଷୟବସ୍ତୁ “ପ୍ରବାସୀ ଓ ବିସ୍ଥାପିତଙ୍କ ଜୀବନ ଜୀବିକା ଅନ୍ୱେଷଣରେ ଯାତ୍ରା ସମୟରେ ଜୁରୁରୀକାଳୀନ ସମୟରେ ସେମାନଙ୍କ ଜୀବନରକ୍ଷା ପାଇଁସହାୟତା ଓ ପ୍ରାଥମିକ ଚିକତ୍ସା ସହଜ ଲବ୍ଧ କରିବା “l
ପ୍ରତିବର୍ଷ ଆହତ ମୃତ୍ୟୁ ବରଣ କରିଥାନ୍ତି l ସ୍ଥାନୀୟ ମହାଲେଖାକାର (ଏଜି ) କାର୍ଯ୍ୟାଳୟ ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ ରାଜଧାନୀ ଚିକିତ୍ସାଳୟ ସରକାରୀ ଏଏନଏମ ତାଲିମ ପ୍ରତିଷ୍ଠାନ, ତ୍ରିଧା ନର୍ସିଙ୍ଗ ଡିଭିଜନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ସିଆଇଏସଏଫ ଓ ସ୍ବେଛାସେବୀ ଅନୁଷ୍ଠାନର ସ୍ବେଛାସେବୀମାନଙ୍କୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ସରଳ ଜୀବନ ରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରାଯାଇଥିଲା l
ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ଏଏନଏମ ତାଲିମ ପ୍ରତିଷ୍ଠାନର ଅଧକ୍ଷା ଡାକ୍ତର ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳା ଓ ଆଲୋଚନା ଚକ୍ରରେ ଆୟୁଷ ନିର୍ଦେଶାଳୟର ପୂର୍ବତନ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ମହାପାତ୍ର, ମୁଖ୍ୟ ଅତିଥି,ଖୋର୍ଦ୍ଧା ଜିଲ୍ଲା ସେଣ୍ଟ ଜନ ଆମ୍ବୁଲାନ୍ସର ଯୁଗ୍ମ ସଚିବ ପୁରୁଷୋତ୍ତମ ବଳ,ତ୍ରିଧା ଆମ୍ବୁଲାନ୍ସ ଡିଭିଜନର ଡିଭିଜିନାଲ କମାଣ୍ଡର ସୁଶ୍ରୀ ସଂଜିତା ମୋହାପାତ୍ର, ଏଏନଏମ ତାଲିମ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ଗୀତାଞ୍ଜଳି ରାୟ, ମୀରା ବରାଳ, ପାର୍ବତୀ କୁମାରୀ ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସେଣ୍ଟ ଜନ ଆମ୍ବୁଲାନ୍ସର ତାଲିମ ପ୍ରଶିକ୍ଷକ ଡ଼ ନମିତା ପଟ୍ଟନାୟକ, ରାଜଧାନୀ ମହାବିଦ୍ୟାଳୟର ପ୍ରଫେସର ଡ଼ ଅଭିପ୍ସା ବଳ,କାଦମ୍ବିନୀ ଦାସ ଓ ଡାକ୍ତର ପ୍ରଫେସର ସତ୍ୟଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l
ଡାକ୍ତରୀ ସହାୟତା ମିଳିବା ପୂର୍ବରୁ ଜରୁରୀକାଳୀନ ଓ ସଙ୍କଟଜନକ ପରିସ୍ଥିତିରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ କିଭଳି ଆହତ ରୋଗୀର ଜୀବନ ରକ୍ଷା କରିପାରିବ ଓ ପ୍ରତିଟି ସେକେଣ୍ଡ କିପରି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଆହତ ବ୍ୟକ୍ତିପାଇଁ ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ସେ ବିଷୟରେ ଆଲୋକପାତ କରିଥିଲେ l ଏଏନଏମ ମାନେ ଗାଁ ଗହଳିରେ କିମ୍ବା ପ୍ରସବ ଗୃହରେ ଜରୁରୀକାଳୀନ ପରିସ୍ଥିତିରେ କିଭଳି ମା ଓ ଛୁଆଙ୍କର ଜୀବନ ବଞ୍ଚାଇ ପାରିବେ ତା ଉପରେ ଗୁରତ୍ୱ ପ୍ରଦାନ କରିଥିଲେ l
ବିଭିନ୍ନ ଦିବସରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ସ୍ବେଛାସେବୀ ଓ ଜନସାଧାରଣଙ୍କୁ ପ୍ରାଥମିକ ଚିକିତ୍ସାର ସରଳ କୌଶଳ ସହ ସିପିଆର, ରକ୍ତସ୍ରାବ ବନ୍ଦ, ଅସ୍ତି ଭଗ୍ନର ଉପଚାର ଓ ରୋଗୀକୁ ନିରାପଦ ସ୍ଥାନାନ୍ତର ଉପରେ ତାଲିମ ପ୍ରଶିକ୍ଷକ ମାନେ ତାଲିମ ପ୍ରଦାନ କରିବା ସହ ପ୍ରାଥମିକ ଚିକିତ୍ସା ଉପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l

