Home General ମାଓବାଦୀ କ୍ୟାମ୍ପରୁ ରାମ୍ପ୍‌ ୱାକ୍‍

ମାଓବାଦୀ କ୍ୟାମ୍ପରୁ ରାମ୍ପ୍‌ ୱାକ୍‍

ରାୟପୁର: ଦିନେ ଜଙ୍ଗଲରେ ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ। ହାତରେ ବନ୍ଧୁକ ଆଉ ଯେଉଁଆଡ଼େ ଯାଉଠିକେ ଛାଡ଼ୁଥିଲେ ଭୟ ଓ ରକ୍ତର ଛାପ। ହେଲେ ପ୍ରଚଣ୍ଡ ଆତ୍ମବିଶ୍ବାସ ଓ ସ୍ୱାଭିମାନ ଏହି ପୂର୍ବତ୍ତନ ମାଓ ନେତ୍ରୀଙ୍କୁ ଦେଇଛି ନୂଆ ପରିଚୟ।

ରାୟପୁରରେ ଆୟୋଜିତ ଜାତୀୟ ହସ୍ତତନ୍ତ ଦିବସ-୨୦୨୬ କାର୍ଯ୍ୟକ୍ରମରେ ଏହି ମହିଳାମାନେ ପାରମ୍ପରିକ ଛତିଶଗଡ଼ୀ ହସ୍ତତନ୍ତ ପୋଷାକ ପିନ୍ଧି ରାମ୍ପ୍‌ରେ ଚାଲିଥିଲେ। କୋସା ସିଲ୍କ ଓ ହାତବୁଣା ପୋଷାକରେ ସଜେଇ ହୋଇଥିବା ସେମାନଙ୍କୁ ଦେଖି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଯେଉଁ ହାତ ଦିନେ ବସ୍ତରର ଘଞ୍ଚ ଜଙ୍ଗଲରେ ମାରାତ୍ମକ ଅସ୍ତ୍ରଶସ୍ତ୍ର ଧାରଣ କରୁଥିଲା, ଆଜି ସେହି ହାତ ଦେଶର ସମୃଦ୍ଧ ହସ୍ତତନ୍ତ କଳାକୁ ପ୍ରଦର୍ଶିତ କରୁଛି। ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ଅବସରରେ ଆୟୋଜିତ ଏକ ସ୍ୱଦେଶୀ ଫ୍ୟାସନ୍ ଶୋ’ରେ ବସ୍ତରର ବହୁ ଆତ୍ମସମର୍ପଣକାରୀ ମହିଳା ନକ୍ସଲ ଆତ୍ମବିଶ୍ୱାସର ସହ ରାମ୍ପ୍‌ ୱାକ୍ କରି ସମସ୍ତଙ୍କ ମନ ଜିଣିନେଇଛନ୍ତି। ବସ୍ତରର ପୁନର୍ବାସ କେନ୍ଦ୍ରରୁ ଆସିଥିବା ଏହି ମହିଳାମାନଙ୍କୁ ମୁମ୍ବାଇରୁ ଆସିଥିବା ପେସାଦାର ଟ୍ରେନରମାନେ ସ୍ୱାଭିମାନର ତାଲିମ।

କେନ୍ଦ୍ର ସରକାରଙ୍କ ମମଓ ମୁକ୍ତ ଦେଶ ଗଠନର ଏହା ହେଉଛି ଏକ ନମୁନା। ଯେଉଁମାନେ ଦିନେ ଜଙ୍ଗଲ ବାହାରର ଦୁନିଆ ଦେଖୁନଥିଲେ ଏବେ ସେମାନେ ଚିକମିକ ଆଲୁଅରେ ଦେଖାଉଛନ୍ତି ନିଜ କୁଶଳତା। ଲାଲ୍ ଗଡ଼ରୁ ଲାଇମ୍‌ଲାଇଟକୁ ଆସିଥିବା ଏହି ମହିଳାମାନେ ଦର୍ଶକଙ୍କ ପ୍ରଶଂସା ସାଉଁଟିନଥିଲେ, ମୁଖ୍ୟ ସ୍ରୋତକୁ ଫେରିବାର ଉପାଦେୟତା ବି ବୁଝିଥିଲେ।

ଅନ୍ଧକାରରୁ ଆଲୋକ ଆଡ଼କୁ ଏହି ଯାତ୍ରା କେବଳ ସେମାନଙ୍କର ବସ୍ତ୍ର ବଦଳାଇ ନାହିଁ, ବରଂ ସେମାନଙ୍କର ଆତ୍ମା ଏବଂ ପରିଚୟକୁ ବଦଳାଇ ଦେଇଛି। କାନ୍ଧରେ ବନ୍ଧୁକ ଥିବାବେଳେ ସେମାନେ ଥିଲେ ଭୟର ଚେହେରା, ଆଉ ଆଜି ରାମ୍ପ ଉପରେ ସେମାନେ ସାଜିଛନ୍ତି ସ୍ୱାଭିମାନର ରାଣୀ।