Home General ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା

ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା

ଭୁବନେଶ୍ୱର : ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏନଏସଏପିରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ସହ ଆଧାର ସଂଯୋଗ ବାଧ୍ୟତାମୂଳକ। ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ଦ୍ଦେଶ ଦେଇଛନ୍ତି।

ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ ଏନଏସଏପି ହିତାଧିକାରୀଙ୍କର ହୋଇନି ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିଛି ପେନସନଧାରୀ ଶଯ୍ୟାଶାୟୀ ହୋଇଥିବାଇଥିବାରୁ, ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

୨୦୨୬-୨୭ ଆର୍ଥିକ ବର୍ଷରୁ ଏନଏସଏପି ପେନସନ୍ ଏସଏନଏ-ସ୍ପର୍ଶ ପ୍ଲାଟଫର୍ମ ମାଧ୍ୟମରେ ଆଧାର ଭିଭିକ ପେମେଣ୍ଟ ବ୍ୟବସ୍ଥାରେ ପ୍ରଦାନ କରାଯିବ। ତେବେ ବର୍ତ୍ତମାନ ଯେଉଁ ଭତ୍ତାଧାରୀମାନେ ଆକାଉଣ୍ଟରେ ଭତ୍ତା ପାଉଛନ୍ତି ଆଧାର ସଂଯୋଗ ନ ହେଲେ ଏସ୍ଏନ୍ଏ -ସ୍ପର୍ଶ ପ୍ଲାଟଫର୍ମରେ ପୁରୁଣା ବ୍ୟବସ୍ଥାରେ ଭତ୍ତା ପ୍ରଦାନ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ବଶିଷ୍ଠ ସ୍ପଷ୍ଟ କରିଛନ୍ତି।

ଫଳରେ ସାମାଜିକ ସୁରକ୍ଷା ପେନସନ୍ ବଣ୍ଟନରେ କୌଣସି ବ୍ୟାଘାତ ନ ଘଟିବ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପିପିଏସ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଆଧାରରେ ଏପରି ଭତ୍ତାଧାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ସେହିପରି ଆଧାର-ବ୍ୟାଙ୍କ ସଂଯୋଗ ପୂର୍ବରୁ ଆଧାର ସିଡିଂ ଓ ଇ-କେୱାଇସି ପ୍ରକ୍ରିୟାକୁ ବ୍ଲକ ସ୍ତରରେ ପ୍ରାଥମିକତା ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।