ଭୁବନେଶ୍ୱର : ରାଜ୍ୟ ପୁଲିସ୍ ସହାୟତାରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୯୭୫ ଟି ଟ୍ୟାଙ୍କର୍ ଯୋଗେ ୧୭୮୭୩.୭୧୧ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।
ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ,କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ, ପଞ୍ଜାବ,ରାଜସ୍ଥାନ,ଛତିଶଗଡ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅନୁଗୁଳ ଜିଲ୍ଲାରୁ ୮୮ଟି ଟ୍ୟାଙ୍କର୍ ଯୋଗେ ୧୪୧୬.୮୬୨ ଟନ୍, ଢେଙ୍କାନାଳ ଜିଲ୍ଲାରୁ ୨୫୯ଟି ଟ୍ୟାଙ୍କର୍ ଯୋଗେ ୪୧୫୪.୦୫ ଟନ୍, ଯାଜପୁର ଜିଲ୍ଲାରୁ ୨୩୯ଟି ଟ୍ୟାଙ୍କର୍ ଯୋଗେ ୪୮୭୪.୭୫୭ ଟନ୍ ଏବଂ ରାଉରକେଲାରୁ ୩୮୯ଟି ଟ୍ୟାଙ୍କର୍ ଯୋଗେ ୭୪୨୮.୦୪୨ ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।
୨୯୯ଟି ଟ୍ୟାଙ୍କର୍ରେ ଆନ୍ଧ୍ରପ୍ରଦେଶକୁ ୫୮୮୩.୨୩୯ ଟନ୍, ୨୪୮ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୪୨୧୪.୪୮୯ ଟନ୍, ତାଲିମନାଡୁକୁ ୬୧ଟି ଟ୍ୟାଙ୍କର୍ ଯୋଗେ ୧୧୦୬.୬୭୭ ଟନ୍, ହରିୟାଣାକୁ ୧୩୫ଟି ଟ୍ୟାଙ୍କର୍ରେ ୨୪୮୬.୩୪୩ ଟନ୍, ମହାରାଷ୍ଟ୍ରକୁ ୪୧ଟି ଟ୍ୟାଙ୍କର୍ରେ ୬୬୦.୦୫୧ ଟନ୍, ଛତିଶଗଡ଼କୁ ୩୫ଟି ଟ୍ୟାଙ୍କର୍ରେ ୫୬୭.୫୯ ଟନ୍, ଉତରପ୍ରଦେଶକୁ ୫୫ଟି ଟ୍ୟାଙ୍କର୍ ଯୋଗେ ୧୦୮୮.୯୪୨ ଟନ ଅକ୍ସିଜେନ ପଠାଯାଇଛି ।
ସେହିଭଳି ୬୨ଟି ଟ୍ୟାଙ୍କର୍ ଯୋଗେ ୧୦୯୬.୪୪ ଟନ୍୍ ମଧ୍ୟପ୍ରଦେଶକୁ, ୨୨ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୪୧୦.୨୪ ଟନ୍, ୦୪ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୧୦୭.୮୯, ୦୬ଟି ଟ୍ୟାଙ୍କର୍ ଯୋଗେ କର୍ଣ୍ଣାଟକକୁ୧୨୦.୯୬ ଟନ୍ ଅକ୍ସିଜେନ, ୦୨ଟି ଟ୍ୟାଙ୍କର୍ ଯୋଗେ ଚଣ୍ଡିଗଡକୁ ୨୫.୨୯ ଟନ୍ ଅକ୍ସିଜେନ, ୦୨ଟି ଟ୍ୟାଙ୍କର୍ ଯୋଗେ ରାଜସ୍ଥାନକୁ ୩୯.୪୨ ଟନ୍ ଅକ୍ସିଜେନ ଏବଂ ୦୩ଟି ଟ୍ୟାଙ୍କର୍ ଯୋଗେ ବିହାରକୁ ୬୬.୧୪ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍ପି/ଡିସିପି/ରେଂଜ ଡିଆଇଜି/ଆଇଜିଏବଂ ପୋଲିସ୍ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।