Home Covid ଲକଡାଉନ୍‍ କମାଇ ପାରିଲାନି କରୋନା

ଲକଡାଉନ୍‍ କମାଇ ପାରିଲାନି କରୋନା

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍ । ମୃତ୍ୟୁସଂଖ୍ୟା ବି ବଢିବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୪୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୨,୪୦୩ରେ ପହଞ୍ଚିଛି ।

ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧,୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୦୭, ଅନୁଗୋଳରୁ ୮୬୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୦୩ ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୫୨୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୩୯୫, ଭଦ୍ରକରୁ ୧୩୪, ବଲାଙ୍ଗିରରୁ ୨୯୪, ବୌଦ୍ଧରୁ ୩୧୩ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଦେବଗଡ଼ରୁ ୧୧୪, ଢେଙ୍କାନାଳରୁ ୨୫୧, ଗଜପତିରୁ ୮୬, ଗଞ୍ଜାମରୁ ୨୨୮, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୩୭୮, ଝାରସୁଗୁଡ଼ାରୁ ୨୪୭, କଳାହାଣ୍ଡିରୁ ୨୦୫, କନ୍ଧମାଳରୁ ୧୦୧, କେନ୍ଦ୍ରାପଡ଼ାରୁ ୨୦୪, କେନ୍ଦୁଝରରୁ ୧୯୩, କୋରାପୁଟରୁ ୨୬୬, ମାଲକାନଗିରିରୁ ୧୧୦, ମୟୂରଭଞ୍ଜରୁ ୫୩୮, ନବରଙ୍ଗପୁରରୁ ୩୪୬, ନୟାଗଡ଼ରୁ ୩୮୨, ନୂଆପଡ଼ାରୁ ୧୫୨, ପୁରୀରୁ ୪୨୪, ରାୟଗଡ଼ାରୁ ୨୩୩, ସମ୍ବଲପୁରରୁ ୩୯୩ ଓ ସୋନପୁର ଜିଲ୍ଲାରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲରୁ୨୬୧ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୧,୧୧,୧୮,୯୮୪ ନମୂନା ପରୀକ୍ଷା ହୋଇଥିବାବେଳେ ୧୧,୪୯୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୫୫,୮୯୯ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୬,୫୫,୮୯୯ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ରହିଛି ୧,୦୬,୮୧୨ ।

ଅନ୍ୟପକ୍ଷରେ ଆଉ ୨୫ ଜଣ ପ୍ରାଣ ହରାଇବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୪୦୩ରେ ପହଞ୍ଚି ଯାଇଛି । କଳାହାଣ୍ଡି ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ କାରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ଆଜିର ମୃତକଙ୍କୁ ମିଶାଇଲେ କଳାହାଣ୍ଡି ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭୬, ଖୋର୍ଦ୍ଧାରେ ୪୨୦କୁ ବୃଦ୍ଧି ପାଇଛି । ସେହପରି ଅନୁଗୁଳରେ ମୃତ୍ୟୁସଂଖ୍ୟା ୬୭, ଗଞ୍ଜାମରେ ୨୬୯, ରାୟଗଡାରେ ୯୨, ସୁନ୍ଦରଗଡରେ ୨୩୩, ବାଲେଶ୍ୱରରେ ୧୦୩, ବରଗଡରେ ୪୭, ବଲାଙ୍ଗିରରେ ୫୮, ବୌଦ୍ଧରେ ୨୮, କଟକରେ ୧୫୩, ଢେଙ୍କାନାଳରେ ୩୪, କେନ୍ଦୁଝରରେ ୪୮ ଓ ପୁରୀରେ ୧୪୫ରେ ପହଞ୍ଚିଛି ।