Home News in Odia ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଆଠଗଡରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗାଡି ଉପରକୁ ହୋଇଥିବା ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି।

ତିଗିରିଆ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯିବା ସମୟରେ କିଛି ବିଜେପି ଗୁଣ୍ଡା ତାଙ୍କୁ ବଳପୂର୍ବକ ଅଟକାଇବାକୁ ଚେଷ୍ଟା କରିଥିଲେ। ଗଣମାଧ୍ୟମରୁ ମିଳିଥିବା ଏହି ଖବର ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।

ନବୀନ କହିଛନ୍ତି ଯେ, ଏହି ଘଟଣା କୋଣସି ଆଞ୍ଚଳିକ ରାଜନୈତିକ ଆକ୍ରମଣ ନୁହେଁ। ଏହା ଆମ ସାମ୍ବିଧାନିକ ପ୍ରକ୍ରିୟା ଉପରେ ଉଦ୍ଦେଶ୍ୟମୂଳକ ଆକ୍ରମଣ। ଲୋକଙ୍କ ଦ୍ବାରା ନିର୍ବାଚିତ ଜଣେ ଜନପ୍ରତିନିଧିଙ୍କୁ ନିଜ ସାମ୍ବିଧାନିକ ଦାୟିତ୍ବ ତୁଲାଇବା ସମୟରେ ଦଳୀୟ ଭିତ୍ତିରେ ଆକ୍ରମଣ କରାଯାଉଛି।

ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ସୁରକ୍ଷା ଅତ୍ୟନ୍ତ ଦୟନୀୟ ସ୍ଥିତିରେ। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।