Home Judiciary ବିଭିନ୍ନ ଜିଲ୍ଲା କୋର୍ଟ ଉଦ୍‌ଘାଟିତ

ବିଭିନ୍ନ ଜିଲ୍ଲା କୋର୍ଟ ଉଦ୍‌ଘାଟିତ

କଟକ : ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ.ଏସ୍‌. ମୁରଲୀଧର ଛୁଟି ଆରକ୍ଷଣ ଏବଂ ପ୍ରଶିକ୍ଷଣ ଛୁଟି ଜନିତ ଖାଲିସ୍ଥାନ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ଲିଭ୍ ରିଜର୍ଭ ଆଣ୍ଡ ଲିଭ୍ ଟ୍ରେନିଂ ଭାକାନ୍ସି କୋର୍ଟ ଏବଂ ଅନ୍ୟ କେତେକ କୋର୍ଟକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।

ସେଗୁଡିକ ହେଲା (କ) ନୟାଗଡ ଜିଲ୍ଲାର ନୟାଗଡ ଠାରେ ଅବସ୍ଥାପିତ ଲିଭ୍ ରିଜର୍ଭ ଓ ଲିଭ୍ ଟ୍ରେନିଂ ଭାକାନ୍ସି ସିନିୟର ସିଭିଲ ଜଜ୍ କୋର୍ଟ, (ଖ) କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ସିଭିଲ୍ ଜଜ୍ (ସିନିୟର ଡିଭିଜନ) ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ (ମହିଳା କୋର୍ଟ), (ଗ) ରାୟଗଡା ଜିଲ୍ଲାର ରାୟଗଡା ସ୍ଥିତ ସିଭିଲ୍ ଜଜ୍ (ସିନିୟର ଡିଭିଜନ) ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ (ମହିଳା କୋର୍ଟ), (ଘ) କେଉଁଝର ଜିଲ୍ଲାର ବଡବିଲ ଠାରେ ୨ୟ ମାଜିଷ୍ଟ୍ରେଟ୍‌(ଫାଷ୍ଟ କ୍ଲାସ୍ ) କୋର୍ଟ, (ଙ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍ କୋର୍ଟ ପରିସର ଅବସ୍ଥାପିତ ଲିଭ୍ ରିଜର୍ଭ ଓ ଲିଭ୍ ଟ୍ରେନିଂ ଭାକାନ୍ସି କୋର୍ଟ ଏବଂ (ଚ) ଝାରସୁଗୁଡାଠାରେ ସିନିୟର ସିଭିଲ ଜଜ୍ କୋର୍ଟ ପରିସର ଅବସ୍ଥାପିତ ଲିଭ୍ ରିଜର୍ଭ ଓ ଲିଭ୍ ଟ୍ରେନିଂ ଭାକାନ୍ସି କୋର୍ଟ ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉଚ୍ଚନ୍ୟାୟାଳୟର ମାନ୍ୟବରଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ମାନ୍ୟବର ଜଷ୍ଟିସ୍ କେ.ଆର୍‌.ମହାପାତ୍ର, ମାନ୍ୟବର ଜଷ୍ଟିସ୍ ବି.ପି.ରାଉତରାୟ, ମାନ୍ୟବର ଜଷ୍ଟିସ୍ ଏସ୍‌.କେ ପାଣିଗ୍ରାହୀ ଏବଂ ମାନ୍ୟବର ଜଷ୍ଟିସ୍ ସାବିତ୍ରୀ ରଥଙ୍କ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତି ମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ଥିଲେ ।