Home Health ୨ହଜାର ପାର କଲା କରୋନା

୨ହଜାର ପାର କଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗୋଟିଏ ଦିନରେ ୨ହଜାର ଅତିକ୍ରମ କରିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୬୭ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୩୧୪ଜଣ କ୍ୱାରେଣ୍ଟାଇନ୍‍ ଓ ୯୫୩ଟି ଲୋକାଲ କେଶ୍‍ ରହିଛି ।

ଗତ ଦୁଇଦିନ ଧରି ୧୭୦୦ ଆଖପାଖରେ ଥିବା ସଂକ୍ରମଣ ସଂଖ୍ୟା ହଠାତ୍‍ ଗୋଟିଏ ଦିନରେ ପାଖାପାଖି ୫ଶହ ବଢିଛି । ମୋଟ୍‍ ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୪୫୮ଜଣ ସୁନ୍ଦରଗଡ ଜିଲ୍ଲାରେ ଥିବାବେଳେ ଖୋରଧାରେ ୩୪୮, ବଗରଡ ଓ ସମ୍ବଲପୁରରେ ୧୨୦ଜଣ କରି, କଟକରେ ୧୧୭ ଓ ନୂଆପଡା ଓ ନବରଙ୍ଗପୁରରେ ୧୦୪ଜଣ କରି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବଲାଙ୍ଗିରେ ୯୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପୁରୀ ଓ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୭୦କରି, ବାଲେଶ୍ୱରରେ ୬୭, ମୟୁରଭଞ୍ଜରେ ୬୦, ଝାରସୁଗୁଡା ଓ କେନ୍ଦୁଝରରେ ୫୫କରି, ଯାଜପୁରରେ ୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ୫୦ତଳକୁ ଥିବାବେଳେ ମାମଲକାନଗିରିରେ ସବୁଠାରୁ କମ୍‍ ୨ଜଣ ଓ ଢେଙ୍କାନାଳରେ ୫ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ପକ୍ଷରେ କରୋନାରେ ଗତ ୨୪ଘଣ୍ଟାରେ ୩ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରେ ଯାଜପୁର, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ କରି ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୧୯୩୩ରେ ପହଞ୍ଚିଛି । ଅଣକୋଭିଡ ମୃତ୍ୟୁସଂଖ୍ୟା ୫୩ ରହିଛି ।

ନୂଆ ସଂକ୍ରମିତଙ୍କ ସହିତ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମଣ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୩,୪୧,୧୨୩ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ନମୂନା ପରୀକ୍ଷା ସଂଖ୍ୟା ୯୪ଲକ୍ଷ ଅତିକ୍ରମ କରିଥିବାବେଳେ ଆଜି ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨,୨୪୪ରେ ପହଞ୍ଚିଛି ।