Home Culture ପଣା ସଂକ୍ରାନ୍ତିରେ ଉତ୍ସବ ମନା

ପଣା ସଂକ୍ରାନ୍ତିରେ ଉତ୍ସବ ମନା

ଭୁବନେଶ୍ୱର : ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ରାଜଧାନୀରେ ଦେବାଳୟରେ କୌଣସି ଉତ୍ସବ ହେବନାହିଁ । ପୂଜକମାନେ କେବଳ ଠାକୁରମାନଙ୍କ ରୀତି ନୀତି କାର୍ଯ୍ୟ କରିବେ । ଭକ୍ତମାନଙ୍କୁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ବାରଣ କରାଯାଇଛି ।

କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ଆଜି ଏଭଳି ନିର୍ଦ୍ଦଶ ଦେଇଛନ୍ତି ବିଏମ୍‍ସି କମିଶସର ପ୍ରେମ୍‍ଚନ୍ଦ୍ର ଚୌଧୁରୀ । ଏକ ଭିଡିଓ ବାର୍ତ୍ତାରେ ବିଏମ୍‍ସି କମିଶନର କହିଛନ୍ତି ଯେ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ପୂର୍ବରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେବପୀଠଗୁଡିକରେ ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି । ଆମେ ସେହି ନିୟମକୁ ପାଳନ କରୁଛୁ ।

ତଦନୁଯାୟୀ ପଣା ସଂକ୍ରାନ୍ତୀ ଅବସରରେ କୌଣସି ମନ୍ଦିର କିମ୍ବା ଧର୍ମପୀଠଗୁଡିକରେ ଉତ୍ସବ ପାଳନ ହେବନାହିଁ । ପୂଜକମାନେ କେବଳ ଠାକୁରଙ୍କ ଦୈନନ୍ଦିନ ରୀତିନୀତି କାର୍ଯ୍ୟ କରିବେ । ଭକ୍ତମାନେ ଦେବାଳୟକୁ ଆସି କୌଣସି ପ୍ରକାର ଉତ୍ସବ ପାଳନ କରିପାରିବେ ନାହିଁ ।

ଏଥି ସହିତ ରମଜାନ ପାଳନ ସଂକ୍ରାନ୍ତରେ ଖୁବ୍‍ଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କମିଶନର ସୂଚନା ଦେଇଛନ୍ତି । ପୂର୍ବରୁ ଜାରି ମାର୍ଗଦର୍ଶିକା ଆଧାରରେ ଧର୍ମପୀଠଗୁଡିକରେ କେତେ ସଂଖ୍ୟାରେ ଲୋକ ଠୁଳ ହୋଇପାରିବେ ତାହା ଉଲ୍ଲେଖ ରହିଛି । ତେବେ ଛୋଟ ଛୋଟ ମସ୍‍ଜିଦ ଗୁଡିକରେ କ୍ଷମତାର ୫୦ ପ୍ରତିଶତ ଲୋକ ଯାଇପାରିବେ । ଏ ସଂକ୍ରାନ୍ତରେ ବିଭିନ୍ନ ସଂଗଠନ ସହିତ ଆଲୋଚନା ପରେ ମାର୍ଗଦର୍ଶିକା ଜାରି ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖନୀୟ ଯେ ଖୋରଧା ଜିଲ୍ଲାରେ କରୋନା ସଂକ୍ରମଣ ଲଗାତାର ଦୁଇଦିନ ଧରି ଦୁଇଶହ ଉପରେ ରହିଥିବାବେଳେ ଏହାର ସିଂହଭାଗ ବିଏମ୍‍ସି ଇଲକାରେ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ କରୋନା ସଂକ୍ରମଣ ରୋକିବାପାଇଁ ବିଏମ୍‍ସି ଓ ପୁଲିସ୍‍ର ଘନ ଘନ ପଇଁତରା ସାଙ୍ଗକୁ ଅନେକ ହୋଟେଲ ଓ ଶିକ୍ଷାନୁଷ୍ଠାନରେ ତାଲା ପକାଯାଇସାରିଲାଣି ।