ଭୁବନେଶ୍ୱର : ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ନୟାଗଡ ଜିଲ୍ଲାର ବୁଗୁଡ଼ା ଏବଂ ଦଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡଙ୍ଗ ନମ୍ବର ଟି୨ ର ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ ହେବା କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏହି ରଣନୈତିକ ରେଳ କରିଡରରେ ସମସ୍ତ ସାତଟି ସୁଡଙ୍ଗରେ ଖନନ କାର୍ଯ୍ୟ ସମାପ୍ତ ହେବା ସହିତ ଶେଷ ସୁଡ଼ଙ୍ଗ ଟି୨ କାର୍ଯ୍ୟ ୩୦ ମଇ ୨୦୨୫ ରେ ସମାପ୍ତ ହୋଇଛି।
ସୁଡଙ୍ଗ ନମ୍ବର ଟି୨ ଆଧୁନିକ ରେଳ ପଥ ନିର୍ମାଣରେ ୧୭୭୫ ମିଟର ଦୈର୍ଘ୍ୟ ଟି୨ ସୁଡ଼ଙ୍ଗ ୨ ଡିଗ୍ରୀ ବକ୍ର ସହ ନିର୍ମାଣ କରାଯାଇଅଛି । ଏହା ନୂତନ ପ୍ରଯୁକ୍ତିବିଦ୍ୟା ପଦ୍ଧତି – ନୂତନ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତିରେ ନିର୍ମିତ ହୋଇଛି।
ସୁଡଙ୍ଗ ଟି୨ ନୟାଗଡ ଜିଲ୍ଲାର ଦ୍ୱିତୀୟ ଦୀର୍ଘତମ ସୁଡଙ୍ଗ ଏବଂ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଚ୍ୟାଲେଞ୍ଜିଂ ପୂର୍ବଘାଟ ଭୂଖଣ୍ଡକୁ ଦୂର କରିବା ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଟନେଲିଂ ପଦ୍ଧତି ବ୍ୟବହାର କରି ନିର୍ମାଣ କରାଯାଇଛି ଯାହା ଭାରତୀୟ ରେଳବାଇ ପାଇଁ ଭିତ୍ତିଭୂମି କାର୍ଯ୍ୟାନ୍ୱୟନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି ।