Home News in Odia ସ୍ୱତନ୍ତ୍ର ଅଭିଯାନରେ ୩୯୮୮ ଗିରଫ

ସ୍ୱତନ୍ତ୍ର ଅଭିଯାନରେ ୩୯୮୮ ଗିରଫ

ଭୁବନେଶ୍ୱର : ରାଜ୍ୟ ପୋଲିସ୍ ତରଫରୁ ଚଳିତ ମାସ ୭ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାମିନ୍ ବିିହୀନ ପରୱାନା (ଏନବିଡବ୍ଲ୍ୟୁ) ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ୩୯୮୮ଙ୍କୁ ପୁଲିସ୍‍ ଗିରଫ କରିବାରେ ସଫଳ ହୋଇଛି ।

ଦୀର୍ଘ ଦିନ ଧରି ଅପରାଧ ଘଟାଇ ଆତ୍ମଗୋପନ କରିଥିବା ଅଥବା କୋର୍ଟଙ୍କ ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରୁନଥିବା ଅପରାଧୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟ କରୁଥିଲା । ଜେନେରାଲ ରେଜିଷ୍ଟର୍ (ଜି.ଆର୍‌) ଏବଂ ସେସନ ୍‌ଟ୍ରାଏଲ୍ (ଏସ୍‌.ଟି) ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପୋଲିସ୍ ପକ୍ଷରୁ ଟାର୍ଗେଟ୍ କରାଯାଇଥିଲା ।

ଏକ ସପ୍ତାହ ମଧ୍ୟରେ ସମୁଦାୟ ୩୯୮୮ଜଣ ୱାରେଂଟିଙ୍କୁ ପୋଲିସ୍ ଗିରଫ କରିଛି । ସେଥିମଧ୍ୟରୁ ୩୩୯୫ ଜଣଙ୍କୁ ଜେନେରାଲ ରେଜିଷ୍ଟର୍ (ଜି.ଆର୍‌) ଏବଂ ୫୯୩ ଜଣଙ୍କୁ ସେସନ ୍‌ଟ୍ରାଏଲ୍ (ଏସ୍‌.ଟି) ମାମଲାରେ ଗିରଫ ଏବଂ କୋର୍ଟଚାଲାଣ କରାଯାଇଛି । ସପ୍ତାହକ ମଧ୍ୟରେ ଏତେ ସଂଖ୍ୟକ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ୍‌ର ଫଳାଫଳ ବେଶ୍ ଭଲ ରହିଛି ଏବଂ ସେଥିପାଇଁ ସମସ୍ତ ଜିଲ୍ଲାର ଏସପିଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସାଧୁବାଦ୍ ଜଣାଇଛନ୍ତି ।

ସମସ୍ତ ଜିଲ୍ଲା ପୋଲିସ୍ ଏହି ଅଭିଯାନ ଆଶାଜନକ ଫଳ ପ୍ରଦର୍ଶନ କରିଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୫୨, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୭ ଏବଂ ବାଲେଶ୍ୱର ଜିଲ୍ଲାରୁ ୨୯୮ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।