Home Election ଭୋଟ୍ କି ଆୱାଜର ସୂଚନା

ଭୋଟ୍ କି ଆୱାଜର ସୂଚନା

ଭୁବନେଶ୍ୱର : ଏଡିଆର ଏବଂ ଓଡ଼ିଶା ଇଲେକ୍ସନ ୱାଚ୍ ପକ୍ଷରୁ ମାଇଁ ନେଟା ଜରିଆରେ ପ୍ରକାଶିତ ତଥ୍ୟ ଭୋଟରଙ୍କୁ ପ୍ରାର୍ଥୀଙ୍କ ସତ୍ୟପାଠରୁ ସହଜରେ ସୂଚନା ଉପଲବ୍ଧ କରାଉଛି । ସେହିଭଳି ଭୋଟ କି ଆୱାଜ ଏହି ଡିଜିଟାଲ ଇଣ୍ଟରଫେସକୁ ଆଗକୁ ନେଇ ପ୍ରାର୍ଥୀଙ୍କ ନୀତି, ଗଠନମୂଳକ ପ୍ରତିନିଧିତ୍ୱ, ନିର୍ବାଚିତ କାର୍ଯ୍ୟାଳୟରେ ସେମାନଙ୍କ ଦାୟିତ୍ୱ ଏବଂ ଭୋଟରଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନକୁ ଆଧାର କରି ସିଙ୍ଗଲ-କ୍ଲିକ୍ ରେ ଏହି ସବୁ ସୂଚନା ପ୍ରଦାନ କରିଥାଏ ।

ଏହି ତଥ୍ୟ କେବଳ ଭୁବନେଶ୍ବର ଉତ୍ତର ଓ କେନ୍ଦ୍ରୀୟ ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରହ କରାଯାଇଛି। ଆମେ ଜାଣିବାକୁ ପାଇଲୁ ଯେ ଅନଲାଇନ୍‍ ଜରିଆରେ ସହଜରେ ପ୍ରାର୍ଥୀଙ୍କ ସାକ୍ଷାତକାର ପାଇଁ ଯଥେଷ୍ଟ ସମୟ ଏବଂ ଡିଜିଟାଲ୍ ସାକ୍ଷରତା ଆବଶ୍ୟକ। ଯଦି କୌଣସି ଭୋଟର ଦୈନିକ ଖବର ଦେଖନ୍ତି ନାହିଁ କିମ୍ବା ରାଜନୈତିକ ବିଷୟବସ୍ତୁ ପ୍ରସାରଣ କରୁଥିବା ନିର୍ଦ୍ଦିଷ୍ଟ ଗୋଷ୍ଠି କିମ୍ବା ଚ୍ୟାନେଲର ସଦସ୍ୟ ନୁହଁନ୍ତି, ତେବେ ସେମାନଙ୍କୁ ସମସ୍ତ ପ୍ରାର୍ଥୀଙ୍କ ପ୍ରତିନିଧିତ୍ୱକୁ ସହଜରେ ଉପଲବ୍ଧ କରାଇବା ଏକ ଆହ୍ବାନ ଅଟେ ।

ଭୋଟ୍ କି ଆୱାଜ ଦ୍ୱାରା ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ନିର୍ବାଚନମଣ୍ଡଳୀର ନାଗରିକମାନଙ୍କ ଚିନ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରେ, ମୁଖ୍ୟତଃ ୭୪ତମ ସମ୍ବିଧାନ ସଂଶୋଧନ ଆଇନରେ ତାଲିକାଭୁକ୍ତ କାର୍ଯ୍ୟପାଇଁ ଉତ୍ତରଦାୟିତ୍ୱ ଦାବି କରେ । ଭୋଟରଙ୍କୁ ସର୍ଭେ କରି ସେମାନେ ସେମାନେ ନିଜ ନିଜ ପ୍ରାର୍ଥୀଙ୍କୁ ପଚାରିବାକୁ ଚାହୁଁଥିବା ପ୍ରଶ୍ନ ସଂଗ୍ରହ କରିବା ପରେ ଏହି ପ୍ରଶ୍ନଗୁଡ଼ିକ ଏକାଠି ପ୍ରସ୍ତୁତ କରାଯାଇଥିଲା। ବେରୋଜଗାରୀ ଏବଂ ଦର ବୃଦ୍ଧି ଉପରେ ଏକାଧିକ ପ୍ରଶ୍ନ ଆସିବା ସହିତ ଚିନ୍ତା ପ୍ରକଟ କରାଯାଇଥିଲା, ଯାହା ନିକଟରେ ହୋଇଥିବା ଏକାଧିକ ସର୍ବେକ୍ଷଣ ସହିତ ସମାନ ଥିଲା ଯାହା ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଛି ।

ଜାନୁଆରୀ ମାସରେ ରେକର୍ଡ ଜିଏସଟି ଆଦାୟ ସତ୍ତ୍ୱେ ଓଡ଼ିଶାରେ ହାରାହାରି ଠାରୁ ଦ୍ରୁତ ଅଭିବୃଦ୍ଧି ଏବଂ ମୁଣ୍ଡପିଛା ଜିଡିପି ବୃଦ୍ଧି ଉପରେ ହୋଇଥିବା ଅର୍ଥନୈତିକ ସର୍ବେକ୍ଷଣରୁ ଏହା ମନ୍ଥର ଗତିରେ କାମ କରୁଥିବା ଜଣାପଡିଛି। ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି, ଯାହା ମଧ୍ୟମ ଏବଂ ନିମ୍ନ ଆୟକାରୀ ବର୍ଗକୁ ଏହି ଅଭିବୃଦ୍ଧିରୁ ଉପକୃତ ହେବାରୁ ରୋକିଥାଏ । ପରିବେଶ କୁ ନେଇ ଉଭୟ ଭୁବନେଶ୍ୱର ଉତ୍ତର ଓ କେନ୍ଦ୍ରୀୟ ଅଞ୍ଚଳରେ ଜଳ ଅଭାବ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି। ନଳକୂପ, ଅଧିକ ଦକ୍ଷ ଜଳ ଜଳସେଚନ ପଦ୍ଧତି ଏବଂ ଜଙ୍ଗଲ ସଂରକ୍ଷଣ ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଆମର ସଂଗୃହୀତ ତଥ୍ୟ କୁ ଆଧାର କରି ଆମେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ପରିପ୍ରେକ୍ଷୀରେ ଏହି ସୂଚନାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିବା ପାଇଁ ସେହି ଅଞ୍ଚଳର ନେତାମାନଙ୍କ ସହ ପରାମର୍ଶ କରିଥିଲୁ । ଆମେ ବେରୋଜଗାରୀ ଉପରେ ଶ୍ରମିକ ସଂଗଠନ ଏବଂ ଯୁବ ନେତା, ସଂରକ୍ଷଣ ଉପରେ ଆଦିବାସୀ ନେତା ଏବଂ ଲିଙ୍ଗଗତ ସମାନତା ଉପରେ ମହିଳା ନେତ୍ରୀମାନଙ୍କ ସହ ପରାମର୍ଶ କରିଥିଲୁ । ଏହିପରି ପ୍ରାର୍ଥୀମାନଙ୍କ ପାଇଁ ପ୍ରଶ୍ନାବଳୀ ମୁଖ୍ୟତଃ ଭୋଟରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଯାହା ପ୍ରାର୍ଥୀଙ୍କ ସ୍ଥାନୀୟ ପ୍ରସଙ୍ଗରେ ନିର୍ଦ୍ଦିଷ୍ଟ ଜ୍ଞାନର ଆକଳନ କରିଥିଲା । ଏଥିରେ ଟାଟା ଦ୍ବାରା ପାୱାର ଗ୍ରିଡର ଘରୋଇକରଣ ପରଠାରୁ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଞ୍ଚଳ ଚିହ୍ନଟ କରିବା, ନଳକୂପ ଆବଶ୍ୟକ କରୁଥିବା ଅଞ୍ଚଳ, ବଢ଼ୁଥିବା ବେରୋଜଗାରୀ ମୁକାବିଲା ପାଇଁ ଉପଯୁକ୍ତ ଶିଳ୍ପ ଏବଂ ମଦ ନିଶାର ମୁକାବିଲା ପାଇଁ ସାମଗ୍ରିକ ପଦ୍ଧତି ଆଦି ଅନ୍ତର୍ଭୁକ୍ତ।

ଏହି ପ୍ଲାଟଫର୍ମ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସମ୍ବନ୍ଧୀୟ ଏକାଥିକ ତଥ୍ୟ ଉପରେ ନିର୍ବାଚନ ମଣ୍ଡଳୀ-ନିର୍ଦ୍ଦିଷ୍ଟ ଡାଟାବେସ୍ ପ୍ରଦାନ କରୁଥିବା ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ସହିତ ବହୁ ସଂଖ୍ୟାରେ ସାମିଲ ହୋଇଛି । ଭୋଟ୍ ଦେବା ସମୟରେ ଅଧିକ ସଚେତନ ନିଷ୍ପତ୍ତି ନେବା ପାଇଁ ଆମେ ଭୋଟରମାନଙ୍କୁ ଏଭଳି ଉପକରଣ ବ୍ୟବହାର କରିବାକୁ ଉତ୍ସାହିତ କରୁଛୁ ।