Home Election ୨୮ରେ ଆସୁଛନ୍ତି ନଡ୍ଡା

୨୮ରେ ଆସୁଛନ୍ତି ନଡ୍ଡା

ଭୁବନେଶ୍ୱର : ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ରାଜ୍ୟରେ ମୁଖ୍ୟ ବିରୋଧୀ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ହାଇଭୋଲଟେଜ୍‍ ମୁକାବିଲା ହେବାକୁ ଯାଉଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଚାର ପାଇଁ ଶ୍ରୀ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରୀୟ ବିଜେପି ସଭାପତି ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ପଡ଼ିବ। ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କର୍ମୀଙ୍କ ସହ ଆଲୋଚନା କରି ୨୦୨୪ ସାଧାରଣ ନିର୍ବାଚନରେ ଦଳ କିପରି ସଂଖ୍ୟାଗରିଷ୍ଠତା ହାସଲ କରିବ ସେ ନେଇ ଟିପ୍ସ ଦେବାକୁ ସୂଚନା ରହିଛି।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ସୋନପୁର ଗସ୍ତ କରିଥିଲେ। ସୋନପୁରରେ ଆୟୋଜିତ ସଭାରେ ଉଦ୍ ବୋଧନ ଦେଇ ବିଜେଡି ସରକାରଙ୍କୁ ସମାଲୋଚନା କରି ବାର୍ତ୍ତା ଦେଇଛନ୍ତି।

ସେହିପରି ଆସନ୍ତା ୨୮ ତାରିଖରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି କଟକ ଜିଲ୍ଲା ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ବୋଲି ଏଆଇସିସି ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ମଧୁ ବାବୁଙ୍କ ଜନ୍ମସ୍ଥାନ ନିଶ୍ଚିନ୍ତକୋଇଲି ବ୍ଲକ  ଅନ୍ତର୍ଗତ କୁଲିଆ ଗ୍ରାମର ଆରଏମସି ପଡ଼ିଆରେ ସେ ଏହି ସଭାକୁ ସମ୍ବୋଧିତ କରିବେ।

ଏହି ବୈଠକରେ କଟକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାରୁ ହଜାର ହଜାର ଦଳୀୟ ନେତା ଓ କର୍ମୀ ଯୋଗଦେଇ ଶ୍ରୀ ଗାନ୍ଧୀଙ୍କଠାରୁ କିଛି ମତାମତ ନେଇ ନିର୍ବାଚନ ଲଢ଼ି ବିଜୟୀ ହେବେ।