Home General ଅନୁକୂଳଚନ୍ଦ୍ରଙ୍କର ପବିତ୍ର ଶ୍ରୀମନ୍ଦିରର ରୌପ୍ୟ ଜୟନ୍ତୀ

ଅନୁକୂଳଚନ୍ଦ୍ରଙ୍କର ପବିତ୍ର ଶ୍ରୀମନ୍ଦିରର ରୌପ୍ୟ ଜୟନ୍ତୀ

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟ ବାଦଲାପୂର୍ ସତସଙ୍ଗ ବିହାର ପ୍ରାଙ୍ଗଣ ରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ପବିତ୍ର ଶ୍ରୀମନ୍ଦିରର  ରୌପ୍ୟ ଜୟନ୍ତୀ  ମହା ସମାରୋହ ରେ ପାଳିତ ହୋଇ ଯାଇଛି।

ଦିବସ ଭରି କାର୍ଯକ୍ରମ ମହା ସମାରୋହ ରେ  ହଜାର ହଜାର ଭକ୍ତ ଏହି ଉତ୍ସବ କୁ ଯୋଗଦାନ୍ କରି ଉପଭୋଗ କରି ଥିଲେ। ମହାରାଷ୍ଟ୍ର ରାଜ୍ୟର ବହୁ ମାନ୍ୟ ବ୍ୟକ୍ତି,  ମାଆ ମାନେ ଯୋଗଦାନ୍ କରି ଥିଲେ।

ଭକ୍ତ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲ । ଏକ ବିଶାଳ, କୀର୍ତ୍ତନ ସହ ଶ୍ରୀ ଠାକୁରଙ୍କ ସୁଶୋଭିତ ରଥ ଶୋଭା ଯାତ୍ରା ମହାରାଷ୍ଟ୍ର ର ସହର ମାନଙ୍କରେ ନଗର ପରିକ୍ରମା ର ଆୟୋଜନ କରିଥିଲେ।

ଶ୍ରୀ ଜୟନ୍ତ ଦିପ୍ତେ ସହ ପ୍ରତି ରିତ୍ୱିକ ସତସଙ୍ଗ ପରିଚାଳନା କରିଥିଲେ। ସମ୍ପୂର୍ଣ ଦିବସ ଟି ଭକ୍ତି ଭାବମୟ ପରିବେଶ ଏଵଂ ଉପଦ୍ଭୋଗ ପୂର୍ଣ୍ଣ ହୋଇ ଥିଲା। ମା ମାନଙ୍କ ଦ୍ୱାରା ମାତୃ ସମ୍ମିଳନୀ, ଯୁବକ୍, ଯୁବତୀ ମାନଙ୍କ ଦ୍ୱାରା ଭଜନ , କୀର୍ତ୍ତନ, ଏବଂ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଆଶିର୍ବାଦ, ଶ୍ରୀ ଶ୍ରୀ ଅବିନ ଦାଦା ଙ୍କ ନିର୍ଦେଶ ରେ ଚାଲି ଥିବା ଦିକ୍ଷା ପତ୍ର କାର୍ଯକ୍ରମ କୁ ଦ୍ୱାରେ ଦ୍ୱାରେ ମହାରାଷ୍ଟ୍ର ରାଜ୍ୟ ରେ ପ୍ରସାର ପାଇଁ ଆଲୋଚକ ଗଣ ଗୁରୁତ୍ଵ ଦେଇ ଥିଲେ।

ସମସ୍ତଙ୍କ ରହିବା, ଯାତାୟାତ,ସୁରକ୍ଷା,ପ୍ରସାଦ ସେବନ ପାଇଁ ସତସଙ୍ଗ ବିହାର ଆୟୋଜକ ମାନେ ସୁନ୍ଦର୍ ଭାବେ ଆୟୋଜନ କରିଥିଲେ।

ଶ୍ରୀ ଯୁକ୍ତ ପ୍ରଭାକର ଯୋଶୀ, ଶ୍ରୀ ୟାଶୋଭାନ୍ତ ବୋର୍ସେ ଶ୍ରୀ ପ୍ରଣବ ଦାସ ପ୍ରମୁଖ ବୟସ୍କ, ବରିଷ୍ଠ ସହ ପ୍ରତି ରିତ୍ଵିକ ଗଣ ଏହି ଉତ୍ସବ କୁ ସକ୍ରିୟ ସହଯୋଗ କରିଥିଲେ ୧୯୭୩ ମସିହାରେ ଏହି ଜମୀ ଅଧିଗ୍ରଣ ପାଇଁ ଚେଷ୍ଟା କରି ୨୦୦୦ ମସିହାରେ ସତସଙ୍ଗ ପ୍ରଧାନ ଆଚାର୍ଯ୍ୟ ଦେବ ଏହି ଶ୍ରୀମନ୍ଦିର ଉଦବୋଧନ କରିଥିଲେ।