ଭୁବେନଶ୍ବର : ନୂଆବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶା କ୍ୟାଡରର ୧୯ ଜଣ ଆଇପିଏସ୍ ଅଫିସରଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ ୧୯୯୯ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ୨୦୨୪ ଜାନୁଆରି ପହିଲାରୁ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇପାରିବେ।
୨୦୦୬ ବ୍ୟାଚ୍ର ୫ ଜଣ ଆଇପିଏସ୍ ଅଫିସରଙ୍କୁ ପୁଲିସ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।
ଏହି ଅଧିକାରୀମାନେ ହେଲେ ଅନୁପ କୁମାର ସାହୁ, ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂହ, ଅନୁପ କ୍ରିଷ୍ଣା ଓ ସୁଧା ସିଂ।
ସେହିପରି ୨୦୧୦ ବ୍ୟାଚ୍ ର ୬ ଜଣ ଆଇପିଏସ୍ ଅଫିସରଙ୍କୁ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଆଇଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ନୂଆ ଡିଆଇଜିମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂହ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ କେ ଶିବା ସୁବ୍ରମଣି।
ବର୍ତ୍ତମାନ ଆଶିଷ କୁମାର, ପାରୁଲ ଗୁପ୍ତା ଏବଂ କେ ଶିବା ସୁବ୍ରମଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
ସେହିପରି ୨୦୧୫ ବ୍ୟାଚର ଓଡ଼ିଶା କ୍ୟାଡରର ଅନ୍ୟ ୪ ଜଣ ଆଇପିଏସ୍ ଅଫିସର ରାହୁଲ ଜୈନ, ସର୍ବନା ବିବେକ ଏମ୍, କୁଶଲକର ନିତିନ ଦଗଡୁ ଓ ପ୍ରତ୍ୟୁଷ ଦିୱାକରଙ୍କୁ ଲେଭେଲ-୧୨ ବେତନ ସ୍କେଲକୁ ପଦୋନ୍ନତି ମିଳିଛି।
୨୦୧୧ ବ୍ୟାଚ୍ ର ୩ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର, ବନୋଥ ଯୁଗଳ କିଶୋର କୁମାର, ବଟୁଲା ଗଙ୍ଗାଧରଙ୍କୁ ପେ ମେଟ୍ରିକ୍ସର ଲେଭେଲ ୧୩କୁ ପଦୋନ୍ନତି ଦିଆଯାଇଛି।