ଭୁବନେଶ୍ଵର : ପିକକ୍ ଶିଶୁମେଳାର ଆଜି ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା କୌତୁକ ପୋଷାକ ପ୍ରତିଯୋଗୀତା । ବିଭିନ୍ନ ପ୍ରକାରର ବେଶ ପୋଷାକରେ ସୁସଜ୍ଜିତ ହୋଇ ପିଲାମାନେ ପରିବେଶ, ସାମାଜିକ ସମସ୍ୟା ଆଦି ବିଷୟ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ । ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଆଜି ମଧ୍ୟ ପାଳନ କରାଯାଉଛି ବିଶ୍ଵ ଶିଶୁ ନିର୍ଯ୍ୟାତନା ନିରୋଧୀ ଦିବସ । ପିଲାମାନନେ ସଚେତନତା ବାର୍ତ୍ତା ଦେଇ ଏହି ଦିବସର ମହତ୍ତ୍ଵକୁ ବୁଝାଇଥିଲେ । ଏହି ପ୍ରତିଯୋଗୀତାର ବିଚାରକ ଭାବେ ବନ୍ଦିତା ଦାସ, ସୁମିତ୍ରା ତ୍ରିପାଠୀ, ଉଷାରାଣୀ ବେହେରା, ମଧୁମିତା ଦାସ, ନଳିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ଆଜି ସଂଧ୍ୟାରେ ଅତିଥିଭାବେ ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ବିଶ୍ଵାଳ(ଆଇଏସ), ଓଡିଆ ଚଳଚିତ୍ର ର ନାୟିକା ସମର୍ପିତା ଦାସ ଓ କଳାକାର ଦେବାର୍ଚ୍ଚନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରଶଂସା କରିଥିଲେ । ଅତିଥିମାନେ ଆଧୁନିକ ନୃତ୍ୟ ଓ ଓଡିଶୀ ନୃତ୍ୟ ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସାତଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଓଡିଶା ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ରୋଟାରୀ କ୍ଲବ ଅଫ ଭୁବନେଶ୍ଵର, ୟୁନିକ ।
ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ଶିଶୁମେଳା କମିଟିରଅଧକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ବରିଷ୍ଟ ସାମ୍ବାଦିକ ମାଧବନନ୍ଦ ବେହୁରା ପ୍ରମୁଖ ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ, ଉପମା ମହାନ୍ତି, ସୁମିତ୍ରା ମହାନ୍ତି, ପ୍ରିୟଦର୍ଶିନୀ ସ୍ଵାଇଁ, ବିଷ୍ଣୁପ୍ରିୟା ମହାପାତ୍ର, ସସ୍ମିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସଂନ୍ଧ୍ୟାରେ ନୃତ୍ୟଶ୍ରୀ ଓ ନୃତ୍ୟ ପ୍ରତିଭା ଡାନ୍ସ ଗୃପର ପିଲାମାନଙ୍କ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା । ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେଆରୁଷି ଓ ଆଦ୍ୟାଶା।