Home Election ସମସ୍ତେ ଭୋଟ ଦେବା ଆବଶ୍ୟକ

ସମସ୍ତେ ଭୋଟ ଦେବା ଆବଶ୍ୟକ

ଭୁବନେଶ୍ୱର : ନିର୍ବାଚନର  ଅନ୍ତର୍ଭୁକ୍ତିକରଣ, ସହଭାଗିତା ଓ ସମସ୍ତଙ୍କର ଯୋଗଦାନ ରହିଲେ ସୁସ୍ଥ  ଗଣତନ୍ତ୍ରର ପରିକଳ୍ପନା କରାଯାଇପାରିବ I  ଏଥିପାଇଁ ପ୍ରତ୍ୟେକ ଭୋଟରଙ୍କୁ ନିର୍ବାଚନ ରେ ମତଦାନ କରିବାର ଆବଶ୍ୟକତା  ରହିଛି  I ଏଡିଆର ଓ ଓଡିଶା ଇଲେକ୍ସନ ୱIଚ  ପକ୍ଷରୁ ଆୟୋଜିତ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଭାଗନେଇ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି I

ଏହି ଆଲୋଚନାଚକ୍ରରେ  ତିନୋଟି ପର୍ଯ୍ୟାୟରେ ଆଲୋଚନା ହୋଇଛି I  କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇଲେକ୍ସନ ୱIଚର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି, ଆୟୋଜିତ ଆଲୋଚନାଚକ୍ର ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ରଖିବା ସହିତ ସମସ୍ତ ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ସକାଶେ ନେବାକୁଥିବା ପଦକ୍ଷେପ ଗୁଡିକ ଉପରେ ସୂଚନା ପ୍ରଦାନ କରିଥିଲେ  I

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଅଧ୍ୟକ୍ଷତାକରି ନିର୍ବାଚନରେ ବିଭିନ୍ନ ଭୋଟରବର୍ଗ ଅଂଶଗ୍ରହଣକରିବା ଉପରେ ଗୁରୁତ୍ତ୍ଵ ଦେଇଥିଲେ I ଆୟୋଜିତ ଆଲୋଚନାରେ ବିଶିଷ୍ଟ ସମାଜ ସେବି ତଥା  ଭାରତ ନିର୍ବାଚନ ଆୟୋଗର ପୂର୍ବତନ ବରିଷ୍ଠ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ କହିଥିଲେ ଯେ ସମ୍ପ୍ରତି ଯେଉଁ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି ତାହା ବିଭିନ୍ନ ଦୃଷ୍ଟିକୋଣରୁ ତ୍ରୁଟିଯୁକ୍ତ , ଏଥିରେ ସୁଧାର ନ ଆସିଲେ ସମସ୍ତଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା କଷ୍ଟସାଧ୍ୟ I 

ଭୋଟହାର ବଢାଇବାପାଇଁ ସମସ୍ତଙ୍କୁ ପଂଜିକରଣ କରିବା ସହ ସେମାନଙ୍କୁ ସଚେତନ କରିବା ନିମନ୍ତେ ସବୁବର୍ଗ ର ଭୂମିକା ବହୁ ଗୁରୁତ୍ୱପୂର୍ଣ I  ଭାରତବର୍ଷ ସାରା ପୃଥିବୀରେ ବୃହତମ ଗଣତନ୍ତ୍ର ଓ ଏହାର ନିର୍ବାଚନ ପ୍ରକ୍ରିୟା ଏକ ଗୁରୁତ୍ତ୍ୱପୂର୍ଣ ଦିଗକୁ ଦର୍ଶାଏ I ଦେଶରେ କମ ମତଦାନ ହେଉଥିବାରୁ ନିର୍ବାଚିତ ସରକାର ୫୦ ପ୍ରତିଶତ ରୁ କମ ଭୋଟପାଇ ସରକାର ଗଠନ କରିଆସୁଛନ୍ତି ଯାହା ଗଣତନ୍ତ୍ର ପାଇଁ  ଶୁଭଙ୍କର ନୁହେଁ I 

ବୈଠକରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀଙ୍କ  ଅଧ୍ୟକ୍ଷତା କରି କହିଥିଲେ ଜାତି ଧର୍ମ ନିର୍ବିଶେଷରେ ଭୋଟ ଦେବା ସମସ୍ତଙ୍କର ସାମ୍ବିଧାନିକ ଅଧିକାର I  ଏଥିରେ ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସକ ତଥା ପୂର୍ବତନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସଂଜୀବ ଚନ୍ଦ୍ର ହୋତା ବକ୍ତା ଭାବରେ ଯୋଗଦେଇ ପ୍ରବାସୀ ଶ୍ରମିକ, ମତଦାନ କେନ୍ଦ୍ରର ଦୂରତା, ଭିନ୍ନକ୍ଷମ ଓ ବରିଷ୍ଟ ନାଗରିକଙ୍କର ମତଦାନ ପାଇଁ ଥିବା ସମସ୍ୟାର ସମାଧାନ ହେବା ଆବଶ୍ୟକ I ଜନଗଣନା ସମୟରେ ଭୋଟର ତାଲିକାର ସଠିକ ସଂଶୋଧନ ହେବା ଜରୁରୀ ବୋଲି ମତ ରଖିଥିଲେ ତଥା ନିର୍ବାଚନ ପ୍ରଶାସନର ନିରପେକ୍ଷତା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ I

ଆଲୋଚନାଚକ୍ରରେ ଅବସରପ୍ରାପ୍ତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ସେବା ମହାପାତ୍ର ଓ ଦୂରଦର୍ଶନର ପୂର୍ବତନ ନିର୍ଦେଶକ ବୈକୁଣ୍ଠ ପାଣିଗ୍ରାହୀଙ୍କର ମିଳିତ ଅଧ୍ୟକ୍ଷତାରେ ଆଲୋଚକ ଭାବେ ପୂର୍ବତନ ସୂଚନା କମିଶନର ତଥା ସିୱାଇଏସଡି ସହପ୍ରତିଷ୍ଠାତା ଜଗଦାନନ୍ଦ ଯୋଗଦେଇ ସାମ୍ବିଧାନିକ ଶିକ୍ଷା ଓ ଯୁବ ମତଦାତାଙ୍କ ଭୂମିକା ଉପରେ ଗୁରୁତ୍ତ୍ୱାରୋପ କରିଥିଲେI

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏକସନେଟର ଘାସିରାମ ପଣ୍ଡା ପ୍ରବାସୀ ଶ୍ରମିକମାନଙ୍କର ଅବାଧରେ ମତଦାନ କରିବା, ଆଇନର ସମ୍ପାଦିକା ସ୍ନେହ ମିଶ୍ର ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କର ମତଦାନ ଓ ନିର୍ବାଚିତ ପ୍ରତିନିଧି ଭାବରେ ଅଂଶଗ୍ରହଣ, ଡଃ ମିନାକ୍ଷୀ ପଣ୍ଡା, ଅଧକ୍ଷା ପିକକ, ବନ୍ଧୁତ୍ୱ ଓ ହିଂସା ମୁକ୍ତ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ I

ଓଡିଶା ଇଏଲକସନ ୱIଚର ଜିଲ୍ଲା ସଂଯୋଜକ ଉଵାଚକ ମହାନ୍ତି, ପ୍ରସନ୍ନ ମିଶ୍ର, କ୍ଷମାକର ସ୍ୱାଇଁ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଆଲୋଚନାଚକ୍ରରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଶିକ୍ଷାଅନୁଷ୍ଠାନ ମାନଙ୍କରୁ ପ୍ରାୟ ପ୍ରାୟ ୧୦୦ ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ I ପିକକ ର ଜ୍ୟୋତିଶଙ୍କର ମହାନ୍ତି , ଆଲ୍ପନI ଦାସ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I