ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିଛନ୍ତି ।
ଶ୍ରୀ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲଙ୍କୁ ସୁପାରିଶ କରିଛନ୍ତି ।
ବାର୍ଷିକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗର ସମୀକ୍ଷା କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ଶ୍ରୀ ପୂଜାରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଯାଇଥିବା କୁହାଯାଉଛି ।
ଅବଶ୍ୟ, ଏହାର ସଠିକ୍ କାରଣ କିଛି ଅଲଗା ହୋଇପାରେ କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଖରାପ ଶାସନ ପ୍ରଦର୍ଶନ ପାଇଁ କୌଣସି ମନ୍ତ୍ରୀଙ୍କୁ କେବେ ବି ହଟାଇ ନାହାନ୍ତି ।
ନିକଟରେ ଶ୍ରୀ ପୂଜାରୀ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନେତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଭିତରକୁ ଟାଣି ହୋଇଯାଇଥିଲେ । ସେ କହିଥିଲେ ଯେ ୬୦ ବର୍ଷରୁ ଉର୍ଦ୍ଧ ନେତାମାନେ ରାଜନୀତିରେ ରହିବା ଉଚିତ ନୁହେଁ କାରଣ ସେମାନେ ର୍ନିବାଚନମଣ୍ଡଳୀ ତଥା ଲୋକଙ୍କ ପାଇଁ ଉପଯୁକ୍ତ ସମୟ ଦେଇ ପାରିବେ ନାହିଁ ।
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସାବ୍ୟାସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।