Home Environment ବିଶ୍ଵ ପରିବେଶ ଦିବସରେ ପ୍ଲାଷ୍ଟିକ ବର୍ଜ୍ୟ ସଫେଇ 

ବିଶ୍ଵ ପରିବେଶ ଦିବସରେ ପ୍ଲାଷ୍ଟିକ ବର୍ଜ୍ୟ ସଫେଇ 

ଭୁବନେଶ୍ଵର :  ପ୍ଲାଷ୍ଟିକର ବହୁଳ ବ୍ୟବହାର ଆମ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି । ବିଶ୍ଵରେ ଏବେ ୮.୩ ବିଲିଅନ ଟନ ପ୍ଲାଷ୍ଟିକ ଅଛି, ସେଥିରୁ ୬.୩ ବିଲିଅନ ଟନ କେବଳ ବର୍ଜ୍ୟ । ପୃଥିବୀରୁ ନିର୍ଗତ ହେଉଥିବା ଗ୍ରୀନହାଉସ ଗ୍ୟାସ ର ୩.୪% ହେଉଛି ପ୍ଲାଷ୍ଟିକ ଜନିତ । ବିଶ୍ଵରେ ପ୍ରତି ମିନିଟରେ ୨ ନିୟୁତ ପ୍ଲାଷ୍ଟିକ ବ୍ୟାଗ ବ୍ୟବହୃତ ହେଉଛି । ୭୩% ସମୁଦ୍ର ଉପକୂଳର ଅଳିଆ କେବଳ ପ୍ଲାଷ୍ଟିକ । ଭରତରେ ପ୍ରତିବର୍ଷ ୩.୪ ନିୟୁତ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି, ଏଥିରୁ କେବଳ ୩୦ ପ୍ରତିଶତ ପୁନଃପ୍ରକ୍ରିୟା କରଣ କରାଯାଉଅଛି ।

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ଦ୍ଵାରା ଗଠନ କରାଯାଇଥିବା ଇକୋସେଭର୍ସ ଯୁବଗୋଷ୍ଟିର ସଦସ୍ୟ ସଦସ୍ୟା ମାନେ ଖଣ୍ଡଗିରୀ ଓ ଉଦୟଗିରୀ ଐତିହାସିକ ପୀଠସ୍ଥଳୀରେ ସକାଳେ ପ୍ଲାଷ୍ଟିକ, ପଲିଥିନ ବର୍ଜ୍ୟବସ୍ତୁ ଆଦିକୁ ସଫା କରିଥିଲେ ଓ ବିଶ୍ଵ ପରିବେଶ ଦିବସର ମହତ୍ତ୍ଵ କୁ ଲୋକଙ୍କୁ ବୁଝାଇଥିଲେ । ଏହି ଉପଲକ୍ଷେ  ଅପରାହ୍ନରେ ପିକକ୍ ଓ ଇକୋସେଭର୍ସ ଯୁବଗୋଷ୍ଟି ମାନଙ୍କ ଦ୍ଵାରା ଏକ ୱେବିନାରର ମଧ୍ୟ ଆୟୋଜନ କରଯାଇଥିଲା ।

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ୱେବିନାର ପ୍ରାରମ୍ଭିକ ଭାଷଣ ଦେଇ ଏହି ୱେବିନାର ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ, ପ୍ଲାଷ୍ଟିକ ବିଶ୍ଵ ପରିବେଶ ପାଇଁ ଏକ ବଡ ବିପଦ ରୂପେ ଉଭହେଇଛି ଓ ଏହାକୁ ରୋକିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବିଶେଷକରି ଯୁବଗୋଷ୍ଟି ଏ ସମ୍ପର୍କରେ ସଚେତନ ହେବା ଉଚିତ ବୋଲି ସେ ନିଜର ମତ ରଖିଥିଲେ । ପିକକ୍ ର ଇକୋସେଭର୍ସ ଯୁବଗୋଷ୍ଟିର ରାଜ୍ୟସଭାପତି ସ୍ତୁତି ରଞ୍ଜନ ପ୍ରଧାନ ଏହି ୱେବିନାରରେ ସ୍ଵାଗତ ଭାଷଣ ଦେଇ ଏହି ସଭାର ପରିଚାଳନା କରିଥିଲେ ।

ବୈତରଣୀ ଇନିସିଏଟିଭର ପରିବେଶବିତ ଦୀପକ କୁମାର ମିଶ୍ର ପ୍ଲାଷ୍ଟିକର ବହୁଳ ବ୍ୟବହାର ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ତଥା ଏହାକୁ ରୋକିବାର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷଜ୍ଞ ରୁବି ରାଉତ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବାରେ ଯୁବଗୋଷ୍ଟି ମାନଙ୍କର ଭୂମିକା ସମ୍ପର୍କରେ ବିଶେଷଭାବେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିକକ୍ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ମଧ୍ୟ ଯୁବଗୋଷ୍ଟିଙ୍କୁ ପରିବେଶ ପାଇଁ କାର୍ଯ୍ୟ କାଇବାପାଇଁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଇକୋସେଭର୍ସ ଯୁବଗୋଷ୍ଟିର କୀର୍ତ୍ତି ବେହେରା, ସ୍ତୁତି ରଞ୍ଜନ ପ୍ରଧାନ, ସୁବାଷ ଓ ଅନ୍ୟାନ ସଦସ୍ୟ ମାନେ ନିଜର ସଫଳ କାହାଣୀ କହିଥିଲେ । ଶେଷରେ କେନ୍ଦୁଝରର ସୁବାଷ ଚନ୍ଦ୍ର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।  

ଏହି ବିଶ୍ଵ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ପ୍ରଦୁଷଣ ବନ୍ଦ କରିବା ପାଇଁ ପିକକ୍ ପକ୍ଷରୁ ଶିଶୁ, ଯୁବଗୋଷ୍ଟି ଓ ମହିଳା ମାନଙ୍କ ଦ୍ଵାରା ସଭା, ଚିତ୍ରାଙ୍କନ, ବୃକ୍ଷରୋପଣ, ଆଦି କରାଯାଇ ସଚେତନତା ର ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପିକକ୍ ର ଅଳ୍ପନା ଦାସ, ସତ୍ୟନାରାୟଣ ମହନ୍ତ, ଉପମା ମହାନ୍ତି, ପ୍ରିୟଦର୍ଶିନୀ ସ୍ଵାଇଁ, ବାମଦେବ ଜେନା ଆଦି ପରିଚାଳନା କରିଥିଲେ ।