Home Election ବାପାଙ୍କ ରେକର୍ଡ ଭାଙ୍ଗି ଜିତିଲେ ଦୀପାଳି

ବାପାଙ୍କ ରେକର୍ଡ ଭାଙ୍ଗି ଜିତିଲେ ଦୀପାଳି

ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନରେ ପିତା ସ୍ୱର୍ଗତ ନବ ଦାସଙ୍କ ଭୋଟ ରେକର୍ଡକୁ ଭାଙ୍ଗିଛନ୍ତି ବିଜେଡି ପ୍ରାର୍ଥୀ ଝିଅ ଦୀପାଳୀ । ୨୦୧୯ ନିର୍ବାଚନରେ ନବ ଦାସ ବିଜେଡି ପ୍ରାର୍ଥୀ ଭାବେ ୯୮,୬୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଝିଅ ଦୀପାଳୀ କିନ୍ତୁ ଉପନିର୍ବାଚନରେ ୧,୦.୦୦୩ ଖଣ୍ଡ ଭୋଟ ପାଇ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଏଥି ସହିତ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮,୬୧୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ଗତ ୧୦ ତାରିଖରେ ଅନୁଷ୍ଠିତ ଝାରସୁଗୁଡା ଉପର୍ନିବାଚନର ଭୋଟ ଗଣତି ଆଜି ହୋଇଥିଲା । ଏହି ନିର୍ବାଚନରେ ବିଜେପି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଦୀପାଳୀ ଏହି ନିର୍ବାଚନରେ ଶେଷ ସୂଚନା ସୁଦ୍ଧା ୧,୦୭,୦୦୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮,୩୮୪ ଖଣ୍ଡ ଭୋଟ ପାଇଛନ୍ତି ।

ତେବେ ଏହି ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ତରୁଣ ପାଣ୍ଡେ ମାତ୍ର ୪୪୭୩ ଖଣ୍ଡ ଭୋଟ ପାଇଛନ୍ତି । ତେବେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ । ସେତେବେଳେ ବିଜପି ପ୍ରାର୍ଥୀ ହୋଇଥିବା ଦୀନେଶ କୁମାର ଜୈନ ୫୨,୯୨୧ ଖଣ୍ଡ ଭୋଟ ପାଇଥିଲେ ।

ଏହି ଉପର୍ନିବାଚନରେ ବିଜେପି ପ୍ରାର୍ଥୀଙ୍କ ଭୋଟ ବଢିଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ପ୍ରାୟ ୧୪ହଜାର ହ୍ରାସ ପାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଚଳିତ ବର୍ଷ ଜାନୁୟାରୀ ୨୯ କାରିଖରେ ଝାରସୁଗୁଡା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋରଦ ଦାସ ଜଣେ ପୁଲିସ୍‍ ଅଧିକାରୀଙ୍କ ଗୁଳି ମାଡରେ ମୃତ୍ୟୁବରଣ କରିଥିବାବେଳେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।