Home Infrastructure ଦୁଇ ଦଶନ୍ଧିରେ ଦୁଇଗୁଣ ସଡକ

ଦୁଇ ଦଶନ୍ଧିରେ ଦୁଇଗୁଣ ସଡକ

ଭୁବନେଶ୍ୱର : ନିର୍ମାଣ ବିଭାଗ ଜରିଆରେ ରାଜ୍ୟର ମୁଖ୍ୟତଃ ରାସ୍ତାର ଉନ୍ନତି, ସେତୁ ନିର୍ମାଣ, କୋଠା ନିର୍ମାଣ, ରାଜ୍ୟର ବ୍ୟାପକ ସଡ଼କ ନେଟ୍‌ୱାର୍କର ରକ୍ଷଣାବେକ୍ଷଣ ଏବଂ ମରାମତି, କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି, ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ତଥା ରକ୍ଷଣାବେକ୍ଷଣ ଇତ୍ୟାଦିର ବିକାଶ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ, ନିମାଣ ବିଭାଗ ଦ୍ୱାରା ପରିଚାଳିତ ସମୁଦାୟ ସଡ଼କ ଦୈର୍ଘ୍ୟ ୧୬,୦୪୧ କିମିରୁ ଦ୍ୱିଗୁଣିତ ହୋଇ ୩୧,୩୧୭ କିମି ହୋଇପାରିଛି । ବୋଲି ନିର୍ମାଣ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ।

ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ (RଉP) ଅଧୀନରେ ୩୦୦୦ କିଲୋମିଟର ସଡକ, ୦୯ ଗୋଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪,୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ୨୦୨୨-୨୩ ଆର୍ଥିକ ବର୍ଷରେ ୧୮୯୦ କୋଟି ଥିଲା ।

ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକ ହେଉଛି, ୬-ଲେନ୍‌ ବିଶିଷ୍ଟ କଟକ ରିଙ୍ଗ ରୋଡ୍‌, ତାଳଦଣ୍ଡା କେନାଲର ଉନ୍ନତିକରଣ, ୪-ଲେନ୍‌ ବିଶିଷ୍ଟ କଟକ-ପାରାଦୀପ ରାସ୍ତା, ୪-ଲେନ୍‌ ବିଶିଷ୍ଟ କପିଳପ୍ରସାଦ-ଜଟଣୀ ରାସ୍ତା, ପାରଳାଖେମୁଣ୍ଡି ସହିତ ନୂତନ ୪-ଲେନ୍‌ ବିଶିଷ୍ଟ ସଂଯୋଗ ରାସ୍ତା ଏବଂ ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ ବାଇପାସ୍‌ ନିର୍ମାଣ । ଏତଦବ୍ୟତୀତ, ତ୍ରିସୁଳିଆଠାରେ କାଠଯୋଡି ନଦୀ ଉପରେ ନୂତନ ସେତୁ, ବୈତରଣୀ ନଦୀ ଉପରେ ଚାନ୍ଦବାଲି ଓ ଆନନ୍ଦପୁରଠାରେ ସେତୁ, ଆଳିଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ଏବଂ ଦୟା ପଶ୍ଚିମ କେନାଲରେ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ।

ଗତ ଦୁଇ ଦଶନ୍ଧି ମଧ୍ୟରେ, ନିମାଣ ବିଭାଗ ଦ୍ୱାରା ପରିଚାଳିତ ସମୁଦାୟ ସଡ଼କ ଦୈର୍ଘ୍ୟ ୧୬,୦୪୧ କିମିରୁ ଦ୍ୱିଗୁଣିତ ହୋଇ ୩୧,୩୧୭ କିମି ହୋଇପାରିଛି । ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ପାଇଁ ନିର୍ମାଣ ବିଭାଗ ନିଜ ବିଭାଗ ସହିତ ଅନ୍ୟ ବିଭାଗର କୋଠାବାଡି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ । ବର୍ତ୍ତମାନ ସମଗ୍ର ରାଜ୍ୟରେ, ୧,୨୮,୭୦,୮୮୫ ବର୍ଗ ମିଟର ପ୍ଲିନ୍ଥ୍‌ ଏରିଆ କୋଠାବାଡି ନିର୍ମାଣ ବିଭାଗ ଅଧୀନରେ ରହିଛି । ଏଥିରେ ଅନ୍ତର୍ଭୁକ୍ତ ଥିବା ପ୍ରମୁଖ ଭିତ୍ତିଭୂମି ଗୁଡିକ ହେଉଛି – ମେଡିକାଲ୍‌ କଲେଜ, ହସ୍ପିଟାଲ୍‌, ଆଦର୍ଶ ବିଦ୍ୟାଳୟ, କୋର୍ଟ ବିଲଡିଂ, କ୍ରୀଡା ଭିତ୍ତିଭୂମି ଇତ୍ୟାଦି ।

ବିଜୁ ଏକ୍ସପ୍ରେସ େୱ-୨ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୩୫ କିଲୋମିଟର ଦୈର୍ଘ୍ୟ ରାସ୍ତାକୁ ୪-ଲେନ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୨୦୨୩-୨୪ ବର୍ଷରେ ଜମି ଅଧିଗ୍ରହଣଜନିତ ଅତିରିକ୍ତ ଅର୍ଥ ରାଶି ସପ୍ଲିମେଣ୍ଟାରୀ ବଜେଟରେ ବୃଦ୍ଧି କରାଯିବ ।

ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ସମନ୍ୱିତ ବିକାଶ ଯୋଜନା ଅଧୀନରେ ୧୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇ କୋଣାର୍କ, ମା’ ଶାରଳା, ମା’ କଟକ ଚଣ୍ଡୀ, ଶ୍ରୀନୀଳମାଧବ, ଶିଖରଚଣ୍ଡୀ, ଅଲାରନାଥ ପୀଠ ଆଦିକୁ ଉନ୍ନତ କରାଯିବା ପାଇଁ ସ୍ଥିର କରାଯାଇଛି । ଅଇଅଉଓଅ ଯୋଜନା ଅଧୀନରେ ୨୨୩.୯୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଐତିହ୍ୟ ସହର ପୁରୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯଥା – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସ୍ଥଳ, ମୁସା ନଦୀ ଏବଂ ସ୍ମାରକୀ ପୋଖରୀର ପୁନରୁଦ୍ଧାର, ବେଳାଭୂମି ସମ୍ମୁଖଭାଗର ବିକାଶ ଇତ୍ୟାଦି କାର୍ଯ୍ୟ ସମାପ୍ତ କରିବା ପାଇଁ ଯୋଜନା କରାଯାଇଛି ।

Rଔଉଏ ଅଧୀନରେ ୬୯୮.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ରାସ୍ତାର ଉନ୍ନତି ତଥା ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ୦୮ ଗୋଟି ସେତୁ ଏବଂ ୨୨୦ କିଲୋମିଟର ରାସ୍ତା କାର୍ଯ୍ୟ କରାଯିବ । ସଡକ ରକ୍ଷଣାବେକ୍ଷଣର ବୈଜ୍ଞାନିକ ପରିଚାଳନା ଏବଂ ସେତୁଗୁଡିକର ସ୍ଥିତିର ସର୍ବେକ୍ଷଣ ପାଇଁ ନିର୍ମାଣ ବିଭାଗ କେନ୍ଦ୍ରୀୟ ସଡକ ଅନୁସନ୍ଧାନ ପ୍ରତିଷ୍ଠାନ (ଈRRଔ) ସହଯୋଗରେ କାର୍ଯ୍ୟ କରିବ ।

୧୦୦୦ କିଲୋମିଟର ରାସ୍ତାର ଉନ୍ନତି କରାଯିବା ସହ ୨୮ ଗୋଟି ସେତୁ, ୨ ଗୋଟି Rକ୍ସଇ ଏବଂ ୧ ଗୋଟି ଫ୍ଲାଏଓଭର ନିର୍ମାଣ ସମ୍ପୂର୍ଣ କରାଯାଇଛି । ସମ୍ପୂର୍ଣ ହୋଇଥିବା ମୁଖ୍ୟ ରାସ୍ତା ପ୍ରକଳ୍ପ କରିଡରଗୁଡିକ ହେଉଛି – ୧୭୬ କିଲୋମିଟର ବିଶିଷ୍ଟ ନୂଆପଡା ଠାରୁ ଅମ୍ପାନି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସେୱ, ମହାନଦୀ ନଦୀ ଉପରେ ବୌଦଠାରେ ସେତୁ, ମହାନଦୀ ଉପରେ ଆଠମଲ୍ଲିକଠାରେ ସେତୁ, ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍‌ ଛକଠାରେ ଫ୍ଲାଏ ଓଭର ବ୍ରିଜ୍‌ ଇତ୍ୟାଦି ।

୩୦୪ ଗୋଟି ବ୍ଲକକୁ ୨-ଲେନ ବିଶିଷ୍ଟ ରାସ୍ତା ମାଧ୍ୟମରେ ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ କରାଯାଇଛି । ରାଜ୍ୟରେ ପ୍ରମୁଖ ବିଲଡିଂ ପ୍ରୋଜେକଫଗୁଡିକର କାର୍ଯ୍ୟ ଆଗେଇ ଚାଲିଛି । ଏଥିରେ ରହିଛି – ଏସସିବି ମେଡିକାଲ କଲେଜ, କଟକର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି, ୦୫ ଗୋଟି ମେଡିକାଲ୍‌ କଲେଜ, ୦୯ ଗୋଟି ଶିକ୍ଷାଦାନ ଡାକ୍ତରଖାନା, ୧୦ ଗୋଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ୧୦ ଗୋଟି କ୍ୟାନସର କେୟାର ହସ୍ପିଟାଲ, ୮୯ ଗୋଟି ମାତୃଓ ଶିଶୁମାନଙ୍କ ପାଇଁ ଡାକ୍ତରଖାନା ଓ ୮୯ ଗୋଟି ବହୁମୂଖୀ ଗୃହ

ରାଜ୍ୟରେ ସଡ଼କ ଦୈର୍ଘ୍ୟ ୧୬,୦୪୧ କିଲୋମିଟରରୁ ଦ୍ୱିଗୁଣିତ ହୋଇ ୩୧,୩୧୮ କିଲୋମିଟରକୁ ବୃଦ୍ଧି ପାଇଛି । ୨୦୦୦-୦୧ ବର୍ଷରେ ନିର୍ମାଣ ବିଭାଗ ବଜେଟ ୨୯୮ କୋଟିରୁ ବୃଦ୍ଧି ପାଇ ୨୦୨୩-୨୪ ବର୍ଷରେ ୯୫୦୦ କୋଟି ଟଙ୍କାରେ ପହଞ୍ଚିଛି । ୨୧,୮୧୫ କିଲୋମିଟର ରାସ୍ତାର ଉନ୍ନତି କରାଯିବା ସହ ୫୧୮ ଗୋଟି ସେତୁ, ୨୧ ଗୋଟି Rକ୍ସଇ ଏବଂ ୩ ଗୋଟି ଫ୍ଲାଏଓଭର ନିର୍ମାଣ ହୋଇଛି ।

ସମ୍ପୂର୍ଣ ହୋଇଥିବା କେତେକ ପ୍ରମୁଖ ସଡକ ପ୍ରକଳ୍ପ କରିଡରଗୁଡ଼ିକ ହେଉଛି – ୧୬୩ କିଲୋମିଟରର ସମ୍ବଲପୁର-ରାଉରକେଲା ରାସ୍ତା ୪-ଲେନ୍‌ ବିଶିଷ୍ଟ, କଟକ-ପାରାଦୀପ ୮୨ କିଲୋମିଟର ସିସି ରାସ୍ତା, ଓଡ଼ିଶା ରାଜ୍ୟ ସଡକ ପ୍ରକଳ୍ପ (ଭବାନୀପାଟଣା-ଖରିଆର, ଆନନ୍ଦପୁର-ଭଦ୍ରକ-ଚାନ୍ଦବାଲି, ବ୍ରହ୍ମପୁର-ତପ୍ତପାଣି ଏବଂ ଜଗତପୁର-ଚାନ୍ଦବାଲି) ଅନ୍ତର୍ଗତ ୩୦୪.୫୦ କିଲୋମିଟର ରାସ୍ତାର ଦୋହରିକରଣ, ୧୨୦୦ କିଲୋମିଟର ବିଜୟାଡା-ରାଞ୍ଚି କରିଡରର ଦୋହରିକରଣ (ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ) ।

ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ଅବସରରେ କହିଲେ ଯେ ସମ୍ପୂର୍ଣ ହୋଇଥିବା କେତେକ ପ୍ରମୁଖ ସେତୁ ପ୍ରକଳ୍ପ ହେଉଛି – ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ, ସମ୍ବଲପୁର ଜିଲ୍ଲାର ମହାନଦୀ ଉପରେ ନେଲସନ ମଣ୍ଡେଲା ଛକଠାରେ ସେତୁ, କଟକ ଜିଲ୍ଲାର ମହାନଦୀ ଉପରେ ଗୋପୀନାଥପୁରରେ ଟି-ବ୍ରିଜ୍‌, କଟକ ଜିଲ୍ଲାର ମହାନଦୀ ଉପରେ ମଧୁସୂଦନ ସେତୁ, କାଠଯୋଡି ନଦୀ ଉପରେ ନେତାଜୀ ସୁବାସ ବୋଷ ସେତୁ, ଝାରସୁଗୁଡା ଜିଲ୍ଲାର ଇବ୍‌ ନଦୀ ଉପରେ ରେଙ୍ଗାଲୀଠାରେ ସେତୁ, ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ଉପରେ ବାଜି ରାଉତ ସେତୁ, ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଉପରେ ଜେନାପୁରଠାରେ ସେତୁ, ଜଗତସିଂହପୁର ଜିଲ୍ଲାର ଶଙ୍ଖାରିସାହି ଠାରେ ବିଲୁଆଖାଇ ନଦୀ ଉପରେ ସେତୁ, ରାୟଗଡା ଜିଲ୍ଲା ଗୁମୁଦାଠାରେ ବଂଶଧାରା ନଦୀ ଉପରେ ସେତୁ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର ସିଂ ଏବଂ ନିର୍ମାଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।