Home General ଆନ୍ତର୍ଜାତିକ ବର୍ଜ୍ୟ ପରିଚାଳନା ସମ୍ମେଳନରେ ଓଡ଼ିଶା

ଆନ୍ତର୍ଜାତିକ ବର୍ଜ୍ୟ ପରିଚାଳନା ସମ୍ମେଳନରେ ଓଡ଼ିଶା

ଭୁବନେଶ୍ୱର : ଆଇଭରୀ କୋଷ୍ଟର ଆଵିଦଜାନ ଠାରେ ଅନୁଷ୍ଠିତ ୫ ଦିନିଆ ଆଫ୍ରିକାନ ୱାଟର ଆସୋସିଏସନର ଏକବିଂଶତମ ଆନ୍ତର୍ଜାତୀୟ କଂଗ୍ରେସ ଏବଂ ଶୌଚାଳୟ ବର୍ଜ୍ୟବସ୍ତୁ ପରିଚାଳନା (ଏଫଏସଏମ)ର ସପ୍ତମ ଆନ୍ତର୍ଜାତୀୟ ସମ୍ମିଳନୀରେ ରାଜ୍ୟ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ଏକ ୫ ଜଣିଆ ପ୍ରତିନିଧି ଅଂଶଗ୍ରହଣ କରିଥିଲେ | 

ପ୍ରତିନିଧୀମଣ୍ଡଳୀ ଏକାଧିକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ ଏବଂ ଓଡିଶାରେ ଶୌଚାଳୟ ,ବର୍ଜ୍ୟବସ୍ତୁ ପରିଚାଳନା (ଏଫଏସଏମ ) ମଧ୍ୟରେ ପ୍ରବର୍ତ୍ତିତ ବିଭିନ୍ନ  କାର୍ଯ୍ୟକ୍ରମ କାର‌୍ୟ୍ୟକାରୀ କରିବାରେ ସେମାନଙ୍କର ଅଭିଜ୍ଞତା,ଶିକ୍ଷା ଏବଂ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋକପାତ  ସଶକ୍ତିକରଣ ପାଇଁ ଅଭିନବ ଏବଂ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ସହିତ ବିକେନ୍ଦ୍ରୀକରଣ,ଗୋଷ୍ଠୀ  ନେତୃତ୍ୱାଧୀନ ପରିମଳ ବ୍ୟବସ୍ଥାରେ ରାଜ୍ୟର ଉଲ୍ଲେଖନୀୟ ପଦକ୍ଷେପକୁ  ଆନ୍ତର୍ଜାତୀୟ ପ୍ରତିନିଧୀ ମଣ୍ଡଳୀ ଦ୍ୱାରା ବେଶ୍ ପ୍ରସଂଶିତ ହୋଇଛି  |

ଓଡିଶାର ପ୍ରତିନିଧୀ ମଣ୍ଡଳୀ ମଧ୍ୟରେ  ସ୍ୱତନ୍ତ୍ର ଶାସନ ସଚିବ କଲ୍ୟାଣ କୁମାର ରଥ, ମୁଖ୍ୟ ଯନ୍ତ୍ରୀ-ଓଡିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ଓଡବ୍ଲ୍ୟୁଏସଏସବି) ପି କେ ମହାପାତ୍ର, ସାହୁ,ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ , ପ୍ରକଳ୍ପ ଯନ୍ତ୍ରୀ(ଓଡବ୍ଲ୍ୟୁଏସଏସବି), ଶ୍ରୀମତୀ ସୂର‌୍ୟ୍ୟବତୀ ମାଝୀ ଏବଂ ପୌର ଯନ୍ତ୍ରୀ-ଢେଙ୍କାନାଳ ପୌରପାଳିକା ଶ୍ରୀମତୀ ରଶ୍ମିତା ମିଶ୍ର  ବିଭିନ୍ନ ବୈଷୟିକ ଅଧିବେଶନ ମାନଙ୍କରେ ଅଂଶଗ୍ରହଣ କରିଥିଲେ  ଏବଂ ତତସହିତ ଅନ୍ୟାନ୍ୟ ଅଧିବେଶନ ମାନଙ୍କରେ ପ୍ୟାନେଲିଷ୍ଟ  ହିସାବରେ ଯୋଗଦାନ କରିଥିଲେ |

ବୈଷୟିକ ଅଧିବେଶନରେ ଶ୍ରୀ ରଥ ଏବଂ ଶ୍ରୀମତୀ ସାହୁ ଯଥାକ୍ରମେ ପରିମଳ ବ୍ୟବସ୍ଥାରେ ସେୱେର ଠାରୁ ଏଫଏସଏମ ପର‌୍ୟ୍ୟନ୍ତ ନଗର ବ୍ୟାପୀ ଅନ୍ତର୍ଭୁକ୍ତିକରଣ ପରିମଳ ବ୍ୟବସ୍ଥା (ସିଡବ୍ଲ୍ୟୁଆଇଏସ) ଏବଂ ଗୋଷ୍ଠୀ ନେତୃତ୍ୱାଧୀନ ଜୀବିକା ମଡେଲ ମାଧ୍ୟମରେ ଅସୁରକ୍ଷିତ କିନ୍ନର ଗୋଷ୍ଠୀର ସଶକ୍ତିକରଣ ଉପରେ ଓଡ଼ିଶାର ରୂପାନ୍ତରଣ ଯାତ୍ରା ବିଷୟରେ ଉପସ୍ଥାପନା କରିଥିଲେ |

ଆନ୍ତର୍ଜାତୀୟ ଏଫଏସଏମ ସମ୍ମିଳନୀ ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏଭଳି ଏକ ମଞ୍ଚ ଯାହା ବର୍ଜ୍ୟବସ୍ତୁ ପରିଚାଳନା ବିକାଶ ପାଇଁ ସର୍ବୋତ୍ତମ ଅଭ୍ୟାସ, ଅଭିନବୀକରଣ ଉପରେ ଆଲୋଚନା ଏବଂ ସୁରକ୍ଷିତ ପରିମଳ ବ୍ୟବସ୍ଥାରୁ ବଞ୍ଚିତ ସମସ୍ତ ଲୋକଙ୍କୁ ସେବା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିଥାଏ |

ଏହି ସମ୍ମିଳନୀ ସେକ୍ଟର ପ୍ରଫେସନାଲ, ସରକାର, ନୀତି ନିର୍ଦ୍ଧାରକ , ଉପଯୋଗୀତା, ବିକାଶ ସହଭାଗୀ, ନିବେଶକ, ଶିଳ୍ପ ଏବଂ ସେବା ପ୍ରଦାନକାରୀଙ୍କ ପାଇଁ ସୁଲଭ ତଥା କାର‌୍ୟ୍ୟକ୍ଷମ ସମାଧାନ ପ୍ରଦାନ କରିବାକୁ ସମନ୍ୱୟ, ବିକାଶ ଏବଂ ଶିକ୍ଷାମୂଳକ ଆଲୋଚନା ପାଇଁ  ସୁଯୋଗ ପ୍ରଦାନ କରିଥାଏ |