ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଓଡ଼ିଆଭାଷା, ସାହିତ୍ୟରେ ଉଚ୍ଚତର ଗବେଷଣା କରି ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ଉପାଧି ପାଇଛନ୍ତି । ତାଙ୍କର ନିବନ୍ଧର ବିଷୟ ଥିଲା, ‘ଓଡ଼ିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର : ଏକ ଗବେଷଣାତ୍ମକ ଅନୁଧ୍ୟାନ’ ।
ଏହାର ପ୍ରସ୍ତୁତି ପାଇଁ ସେ ଅବସରପ୍ରାପ୍ତ ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡକ୍ଟର ଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ଦୀର୍ଘ ୫ ବର୍ଷ ଧରି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନରେ ଗବେଷଣା କର୍ମ କରୁଥିଲେ ।
ଏହି ନିବନ୍ଧଟି ଶାନ୍ତି ନିକେତନର ଓଡ଼ିଆଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡ଼ିଆଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହି ନିବନ୍ଧଟି ଏକ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିପାରିବ ବୋଲି ମତ ପ୍ରକାଶ ପାଇଛି ।