Home General ଆଦର୍ଶ ୱାର୍ଡ ଗଠନ ପାଇଁ ତାଲିମ

ଆଦର୍ଶ ୱାର୍ଡ ଗଠନ ପାଇଁ ତାଲିମ

ଭୁବନେଶ୍ୱର : ଆଦର୍ଶ ୱାର୍ଡ ଓ ସଶକ୍ତ ପଞ୍ଚାୟତ ଗଠନ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି), ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ ରେଖା ପରିଷଦ (ଜେଆରପି)ର ମିଳିତ ସହଯୋଗରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଦଶପଲ୍ଲା ସ୍ଥିତ ଖାଲମଡା ପ୍ରଶିକ୍ଷଣ ଭବନ ଠାରେ ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତାଲିମ ଶିବିରରେ ଜିଲ୍ଲା ସ୍ତରରୁ ଆସିଥିବା ବରିଷ୍ଠ ଅଧିକାରୀମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଆଦର୍ଶ ୱାର୍ଡ ଓ ସଶକ୍ତ ପଞ୍ଚାୟତ ଗଠନରେ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କ ଦାୟିତ୍ୱ ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିବା । ଏହି ତାଲିମ ଶିବିରରେ ୪ଟି ପଞ୍ଚାୟତର ୩୦ ଜଣ ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ । ଦୁଇ ଦଣ ଦକ୍ଷ ପ୍ରଶିକ୍ଷକ ସେମାନଙ୍କୁ ତାଲିମ ଦେଇଥିଲେ ।

ତାଲିମ ସମୟରେ ୱାର୍ଡ ସଭ୍ୟ ସଭ୍ୟାମାନେ ପଙ୍କୁଆ ଗ୍ରାମ ପରିଦର୍ଶନ କରି ସେଠାରେ ସରକାରୀ ଓ ବେସରକାରୀ ସ୍ତରରେ ହେଉôତବା ଅନେକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ ।

ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ଜୀବନ ରେଖାର ସୁରଜିତା ସାହୁ, ମାନସୀ ପଟ୍ଟନାୟକ ଓ ରୁନୁବାଳା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।