Home General ବିଜେପିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା

ବିଜେପିକୁ ସର୍ବାଧିକ ନିର୍ବାଚନୀ ଚାନ୍ଦା

ଭୁବନେଶ୍ୱର : ନିର୍ବାଚନୀ ଟ୍ରଷ୍ଟ ବଣ୍ଡ୍‍ ମାଧ୍ୟମରେ ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେପିକୁ ସର୍ବାଧିକ ୩୫୧କୋଟି ୫୦ଲକ୍ଷ ଟଙ୍କାର ଚାନ୍ଦା ମିଳିଛି । ସମସ୍ତ ରାଜନୈତିକ ଦଳ ଏହି ଟ୍ରଷ୍ଟ ବଣ୍ଡ୍‍ ମାଧ୍ୟମରେ ଯେତେ ଚାନ୍ଦା ପାଇଛନ୍ତି ଏହା ତାହାର ୭୨.୧୭ ପ୍ରତିଶତ ।

୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ୨୦୯ କୋଟି ଟଙ୍କାର ଚାନ୍ଦା ଦେଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ଟ୍ରଷ୍ଟ ବିଜେପିକୁ ଦେଇଛି ୩୩୬କୋଟି ୫୦ଲକ୍ଷ ଟଙ୍କା । ଏ ବି ଜେନେରାଲ ଇଲକ୍ଟୋରାଲ ଟ୍ରଷ୍ଟ ଗତ ଆର୍ଥିକ ବର୍ଷରେ ବିଜେପିକୁ ଆଉ ୧୦କୋଟି ଟଙ୍କା ଦାନ ଦେଇଛି ।

ସ୍ମଲ ଡୋନେସନ୍ସ ଇଲେକ୍ଟୋରାଲ ଟ୍ରଷ୍ଟ ଭାରତୀୟ ଜାତୀୟ କଂଗ୍ରେସକୁ କୋଟିଏ ୯୩ଲକ୍ଷ ଟଙ୍କା ଦେଇଥିବାବେଳେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ୯ଟି ରାଜନୈତିକ ଦଳକୁ ମଧ୍ୟ ପାଣ୍ଠି ଯୋଗାଇଛି । ଏହି ଦଳଗୁଡିକ ମଧ୍ୟରେ ବିଜେପି, କଂଗ୍ରେସ, ଆପ୍‍, ସମାଜବାଦୀ ପାର୍ଟିକ, ଟିଆରଏସ୍‍, ୱାଇଏସ୍‍ଆର କଂଗ୍ରେସ, ଶିରୋମଣି ଅକାଳୀ ଦଳ, ପଞ୍ଜାବ ଲୋକ କଂଗ୍ରେସ ଓ ଗୋଆ ଫରୱାର୍ଡ ପାର୍ଟିର ନାମ ରହିଛି ।

ଟିଆରଏସ୍‍ ୪୦କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ଅନ୍ୟ ଆଠଟି ରାଜନୈତିକଦଳଙ୍କୁ ମିଳିଛି ୫୫କୋଟି ୨୬ଲକ୍ଷ ଟଙ୍କା । ଏହି ତଥ୍ୟ ଆସୋସିଏସନ ଫର୍‍ ଡେମୋକ୍ରାଟିକ ରିଫର୍ମସର ଜାତୀୟ ଇଲେକ୍ସନ ୱାଚ୍‍ରୁ ମିଳିଛି ।