Home News in Odia ମା ମାନେ ଚାହିଁଲେ ଶହେ ବର୍ଷ  ସେବା 

ମା ମାନେ ଚାହିଁଲେ ଶହେ ବର୍ଷ  ସେବା 

ଭୁବନେଶ୍ବର : ବିଜୁ ଜନତା ଦଳ ଆଜି ଗୌରବମୟ ୨୫ ବର୍ଷ ପୂରଣ କରି ୨୬ ବର୍ଷରେ ପହଞ୍ଚିଛି। ଏହି ଅବସରରେ ପୁରୀର ତାଳବଣିଆ ଠାରେ ଦଳର ଏକ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଏହି ସମାରୋହରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଗାମୀ  ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ।

ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ।

କି ବିଜେଡି ଲୋକଙ୍କ ବିଶ୍ବାସକୁ base କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି। ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି……. ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।

ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ ଏଜେଣ୍ଡା ରଖିକି କାମ କରିବା। ମୁଁ ଜାଣେ ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟି ନାହିଁ ।

ଆମର କର୍ତ୍ତବ୍ୟ ହେଉଛି  ଆମ ରାଜ୍ୟ ଓ ରାଜ୍ୟବାସୀ, ଓଡିଶାର ସ୍ବାର୍ଥ, ଓଡଶାର ଉନ୍ନତି, ଓଡିଶାର ଗୌରବ, ଓଡିଶାର ଭାଷା, ଓଡିଶାର ସଂସ୍କୃତି, ଓଡିଶାର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି।

ଦ୍ବିତୀୟ ହେଲା  ବିଜୁ ବାବୁଙ୍କ ଆଦର୍ଶ ଏବଂ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା । ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।

ତୃତୀୟ ହେଲା  ସ୍ବଚ୍ଛ ଓ ନିର୍ମଳ ଶାସନ । ଆମର ନିହିତ ସ୍ୱାର୍ଥ ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ଆମ ଦଳର ଦ୍ବିତୀୟ ସ୍ୱାର୍ଥ ନାହିଁ ।

ଚତୁର୍ଥ ହେଲା  ମହିଳା ସଶକ୍ତିକରଣ । ୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ ।

ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି।

ମୁଁ ସବୁବେଳେ କହିଛି  ମା ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ। ଗୋଟେ ନ  ହେଲେ , ଅନ୍ୟ ଟି ହେବ ନାହିଁ । ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ । ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ, ଦଳିତ ଭାଇଭଉଣୀ ହୁଅନ୍ତୁ, ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ । ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ।

ଆଉ ୧୨ ବର୍ଷ ପରେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରାଯିବ। ୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ । ଆପଣମାନେ … ସାରା ବିଶ୍ବ …. ତାହା ଜାଣିଛି ଓ ଦେଖୁଛି । ମୁଁ  ଆହ୍ଵାନ  କରୁଛି  ,ଅନୁରୋଧ  କରୁଛି, ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି,  ଓଡିଶା  ମା  ର  ସେବା  କରିବାକୁ  ଚାହୁଁଛନ୍ତି  .ସେମାନେ ସମସ୍ତେ ଆସନ୍ତୁ, ବହୁ  ସଂଖ୍ୟାରେ  ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ। ଯେଉଁମାନେ  ନୂଆ  ଓଡ଼ିଶାର  ସ୍ଵପ୍ନ  ଦେଖୁଛନ୍ତି,  ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ । ଏ ଦଳ ବିଜୁ  ଜନତା  ଦଳ  ଓଡିଶା  ର  ଦଳ ।

ମା  ମାନଙ୍କ ଆଶୀର୍ବାଦ  ରହିଲେ ପଚିଶ ବର୍ଷ  କଣ,  ପଚାଶ  ବର୍ଷ  କଣ ,  ବିଜୁ  ଜନତା  ଦଳ ଶହେବର୍ଷ ବି  ସେବା  କରି  ଚାଲିବ .ଶଙ୍ଖ  ଚିହ୍ନ  ସବୁବେଳେ  ଓଡ଼ିଆ  ସ୍ୱାଭିମାନ ର  ଜୟ  ନାଦ  କରିଚାଲି ଥିବ  ।