ଭୁବନେଶ୍ୱର : ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହ ପାଳନ ଅବସରରେ ପ୍ରଥମ ଅଧିବେଶନରେ ପବ୍ଲିକ ଏକାଉଣ୍ଟସ କମିଟି, ସରକାରୀ ଉଦ୍ୟୋଗ କମିଟି ଓ ମହାଲେଖାକାର କାର୍ଯ୍ୟାଳୟ ସମ୍ବନ୍ଧୀୟ ଆଲୋଚନାଚକ୍ର ସଚିବାଳୟ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଥିଲା l ଏହି ଆଲୋଚନାଚକ୍ରରେ ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ମୋହନ ଚରଣ ମାଝି, ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ସୁଦାମ ମାରାଣ୍ଡି, ପୂର୍ବତଟ ରେଳବାଇର ଲେଖା ପରୀକ୍ଷା ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଯୋଗ ଦେଇଥିଲେ l
ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ସ୍ୱାଗତ ଭାଷଣ ଅବସରରେ ନିର୍ବାହୀଙ୍କ ଉପରେ ବ୍ୟବସ୍ତାପକାଙ୍କ ନିୟନ୍ତ୍ରଣ ଜାହିର କରିବା ବିଷୟରେ ପବ୍ଲିକ ଏକାଉଣ୍ଟସ କମିଟି ଓ ସରକାରୀ ଉଦ୍ୟୋଗ କମିଟିର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରିଥିଲେ l ସେ ଏହା ମଧ୍ୟ ଦର୍ଶାଇଥିଲେ ଜେ ଉତ୍ତରଦାୟିତ୍ୱ ଢାଞ୍ଚା ପବ୍ଲିକ ଏକାଉଣ୍ଟସ କମିଟି / ସରକାରୀ ଉଦ୍ୟୋଗ କମିଟି ଓ ଅଡିଟ ମଧ୍ୟରେ ପରସ୍ପରିକ ସହଯୋଗ ରହିଲେ ଏହା ଉତ୍ତମ ସରକାରୀ ବ୍ୟବସ୍ଥା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ l
ପବ୍ଲିକ ଏକାଉଣ୍ଟସ କମିଟିର ଅଧ୍ୟକ୍ଷ ଶ୍ରୀ ମାଝି ସିଏଜି ଅନୁଷ୍ଠାନ ଗଣତନ୍ତ୍ରର ଅନ୍ୟ ଏକ ସ୍ତମ୍ବ ଓ ଏହାର କାର୍ଯ୍ୟ ପ୍ରଣାଳୀ ଦୈନଦିନ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟୀ ଚି଼ହ୍ନଟ କରିବା ପକ୍ରିୟା ସହିତ ସାଧାରଣ ଲୋକଙ୍କୁ ସାମିଲ କରାଗଲେ ଅଡିଟ ପ୍ରକ୍ରିୟା ଆହୁରି ଶାଣିତ ହେବା ବୋଲି ଦର୍ଶାଇଥିଲେ l ଯାହାଫଳରେ ଉତ୍ତମ ସରକାରୀ କଳ ସ୍ଥାପନ ଦିଗରେ ସିଏଜିର ଭୂମିକାକୁ ଅସ୍ବୀକାର କରିହେବ ନାହିଁ l ଏହା ସର୍ବଦା ଜାଗ୍ରତ ଅନୁଷ୍ଠାନ ଯାହାକି ବ୍ୟସ୍ଥାପକଙ୍କ ଚକ୍ଷୁ ଓ କର୍ଣ୍ଣ ଜଜ କାର୍ଯ୍ୟ ନିର୍ବାହୀଙ୍କ କାର୍ଯ୍ୟାବିଧି ଉପରେ ନଜର ରଖିପାରିବା ସହ ଏହାର ଦାୟିତ୍ୱକୁ ସତ୍ୟ ନିଷ୍ଟାର ସହ ପାଳନ କରି ଆସୁଛି l
ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ଶ୍ରୀ ମାରାଣ୍ଡି ରାଷ୍ଟ୍ର ଗଠନରେ ଅର୍ଥନୀତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ l ଭାରତବର୍ଷ ଓ ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର l ଏକ ଜନମଙ୍ଗଳ ରାଷ୍ଟ୍ରରେ ପ୍ରକୁତିକ ସମ୍ପଦର ବିନିଯୋଗରେ କିଭଳି ରାଷ୍ଟ୍ରର ଉନ୍ନତି କରାଯାଇପାରିବ ଳ ଏଥିରେ ଦୁର୍ନୀତି ରୋକିବାରେ ସିଏଜିର ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ l
ସିଏଜି ସେହି ଏକ ସମୟରେ ପ୍ରାକୃତିକ ସମ୍ପଦର ବିନିଯୋଗର ତର୍ଜମା ତର୍ଜମା କରିବା ସଂଗେସଂଗେ ଜନମଙ୍ଗଳ କାର୍ଯ୍ୟକ୍ରମର ସୁଫଳ ଜନସାଧାରଙ୍କ ନିକଟରେ ପହଁଚୁଛି କି ନାହିଁ ତାହା ତର୍ଜମା କରିଥାନ୍ତି l ଶେଷରେ ସେ ଓଡିଶା ଏ. ଜି ର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ l ଉପ ମହାଲେଖାକାର ଶ୍ରୀ ସୁଶାନ୍ତ ରଞ୍ଜନ ସମସ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଦ୍ୱିତୀୟ ଅଧିବେଶନରେ ରାଜ୍ୟର ଆୟ ବ୍ୟୟର ହିସାବ ତଥା ଅବସରକାଳୀନ ଦେୟ ପ୍ରଦାନରେ ମହାଲେଖାକାର କାର୍ଯ୍ୟାଳୟର ଭୂମିକା ଉପରେ ଏକ ଆଲୋଚନା ଚକ୍ର ସଚିବାଳୟ କନଭେନସନ ହଲ ଠାରେ ଆୟୋଜିତ ହୋଇଯାଇଅଛି l ଏହି ଆଲୋଚନା ଚକ୍ରରେ ଇଷ୍ଟକୋଷ୍ଟ ରେଳବାଇର ଅଡିଟ ମହାନିର୍ଦ୍ଦେଶକ ଶ୍ରୀ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ମହାଲେଖାକାର ଅଡିଟ ବିଶ୍ୱନାଥ ସିଂହ ଜାଦୋନ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଶ୍ରୀ ବସନ୍ତିଆ ଅବସର ଗ୍ରହଣ କରିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଦେୟ ପ୍ରଦାନ କରିବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ବର୍ଷ ବର୍ଷ ଧରି ପଡିରହୁଥିବା ଆବେଦନକୁ ବିଚାରକୁ ନେଇ ତୁରନ୍ତ ଅବସରକାଳୀନ ଦେୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏ. ଜି କାର୍ଯ୍ୟାଳୟରେ ତୁରନ୍ତ ଫଇସଲା କରାଯାଇ ପ୍ରଦାନ କରାଯାଉଛି ବୋଲି କହିଥିଲେ l
ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଅବସରକାଳୀନ ଆବେଦନ ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚିବାର 30ଦିନ ମଧ୍ୟରେ ଫଇସଲା ହେବା ଦ୍ବାରା ଆଉ କୌଣସି ଆବେଦନ ଏ. ଜି କାର୍ଯ୍ୟାଳୟରେ ପଡି ରହୁନାହିଁ ବୋଲି କହିବ ସହ ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀମାନେ ସେମାନଙ୍କ ଆବେଦନ ଅନ ଲାଇନ ମାଧ୍ୟମରେ ଆବେଦନ କଲେ ଅବସରକାଳୀନ ଦେୟ ଆହୁରି ଶୀଘ୍ର ହେବା ବୋଲି କହିଥିଲେ l
ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ରାଜ୍ୟର ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଦେଶର ଆର୍ଥିକ ଶୃଙ୍ଖଳା ଦେଶକୁ ବିକଶିତ ଦେଶରେ ପରିଣତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ ଳ ଉପ ମହାଲେଖାକାର ଏସ. ଅରୁଣା ଅବସରକାଳୀନ ଦେୟ ଅବିଳମ୍ବେ ପ୍ରଦାନ କରିବାକୁ ପଦକ୍ଷେପ ଉପରେ ମତ ରଖିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟ୍ରେଜେରୀ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଣତି ଛୋଟରାୟ, ଅତିରିକ୍ତ ନିର୍ଦ୍ଦେଶକ ଡ଼ ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର, ଡି. ଡି ତ୍ରିପାଠୀ ଓ ରାଜ୍ୟ ସ୍ୱଳ୍ପ ସଂଚୟ ଯୋଜନା ନିର୍ଦ୍ଦେଶକ ଶ୍ରୀ ସିର୍ଦ୍ଧାର୍ଥ ଦାସ ରାଜ୍ୟ ସରକାର ଇ ଏକାଉଣ୍ଟସ , ପେନସନ ଓ ଭବିଷ୍ୟନିଧି ପ୍ରଦାନ ଉପରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଏହି ଅବସରରେ ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଏବଂ ମହାଲେଖାକାର ଶ୍ରୀ ଜାଦୋନ ଶ୍ରୀମତୀ ଛୋଟରାୟ, ଶ୍ରୀ ରଥ, ଶ୍ରୀ ମହାପାତ୍ର, ଡି. ଡି ତ୍ରିପାଠୀ ଓ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଆଲୋଚନା ଶେଷରେ ଶ୍ରୀ ଜାଦୋନ ଏ. ଜି ଓଡିଶା ଓ ଓଡିଶା ସରକାରଙ୍କ ସହଯୋଗରେ ଲୋକଙ୍କର ସମସ୍ୟା ଓ ସମାଧାନ ଖୁବଶୀଘ୍ର କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ l