Home General ଭତ୍ତାଧାରୀଙ୍କୁ ୩୦୦ ଟଙ୍କାର ଶୀତ ସହାୟତା

ଭତ୍ତାଧାରୀଙ୍କୁ ୩୦୦ ଟଙ୍କାର ଶୀତ ସହାୟତା

ଭୁବନେଶ୍ୱର : ସାମାଜିକ ସୁରକ୍ଷା ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ଶୀତକାଳୀନ ସହାୟତା ପ୍ରଦାନ କରିବେ । ପ୍ରତ୍ୟେକ ହିତାଧିକାରୀଙ୍କୁ ସେ ବାବଦରେ ଏକକାଳୀନ ତିନିଶହ ଟଙ୍କା ପ୍ରଦାନ କରାଯିବ ।

ଡିସେମ୍ବର ମାସରେ ହିତାଧିକାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ ଏହି ଅର୍ଥ ଜମା କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୪୮ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀ ଏହି ଶୀତକାଳୀନ ସହାୟତା ପାଇବେ । ରାଜ୍ୟ ସରକାର ସହାୟତା ବାବଦରେ ପ୍ରାୟ ୧୪ କୋଟି ୬୨ ଲକ୍ଷ ଟଙ୍କା ମଂଜୁର କରିଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୂତ୍ରରୁ ପ୍ରକାଶ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ହିତାଧିକାରୀମାନଙ୍କୁ ପ୍ରତ୍ୟେକ ୧୦୦ ଟଙ୍କା କରି ଗ୍ରୀଷ୍ମକାଳୀନ ସହାୟତା ପ୍ରଦାନ କରାଯାଇଥିଲା ।